କନ୍ଧମାଳ : ସରକାରୀ ଭେଷଜ ମହାବିଦ୍ୟାଳୟରେ ବାସଗୃହ ଆବଣ୍ଟନରେ ଅନିୟମିତତା..
କନ୍ଧମାଳ : କୁନା ଦିଗାଲ (ଦର୍ଶନ ସମୀକ୍ଷା)
ଜିଲ୍ଲା ଫୁଲବାଣିସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ ରେ କାର୍ଯ୍ୟରତ କର୍ମଚାରୀ ଙ୍କ ନିମନ୍ତେ ହେଇଥିବା ବାସଗୃହ ଆବଣ୍ଟନ ରେ ଅନିୟମିତତା ଦେଖିବାକୁ ମିଳିଛି l ପୂର୍ବତନ ଡିନ୍ ବା ଅଧ୍ୟକ୍ଷ ନରେନ୍ଦ୍ର ବେହେରା ଙ୍କୁ ଏହି ମହାବିଦ୍ୟାଳୟ ରେ କାର୍ଯ୍ୟରତ ନର୍ସ ମାନେ ସେମାନ ଙ୍କୁ ବାସଗୃହ ଆବଣ୍ଟନ କରି ଯୋଗେଇ ଦେବା ନିମନ୍ତେ ବାରମ୍ବାର ଲିଖିତ ଭାବେ ଜଣେଇବା ସତ୍ତ୍ୱେ ସେ ଏହି କଥା କର୍ଣ୍ଣପାତ କରି ନ ଥିଲେ l ଯେତେବେଳେ ଅନ୍ୟଜଣେ ଅଧ୍ୟକ୍ଷ ଏହି ମହାବିଦ୍ୟାଳୟ ରେ ଯୋଗ ଦେବା ଖବର ପାଇଲେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବେହେରା ତରବରିଆ ଭାବେ ସବୁ ଆଇନ କୁ ଉଲଘଂନ କରି ବାସଗୃହ ଆବଣ୍ଟନ କରିଥିଲେ l ଯାହାଦ୍ୱାରା ଏହି ଘଟଣା ଜିଲ୍ଲାରେ ଆଲୋଚନା ର ବିଷୟ ସୂଚନା ଥାଉ କି ଏହି ବାସଗୃହ ଆବଣ୍ଟନରେ ସେହି କର୍ମଚାରୀ ମାନଙ୍କୁ ସାମିଲ କରାଯାଇ ନାହିଁ l ଅଧ୍ୟକ୍ଷ ଶ୍ରୀ ବେହେରା କିଛି ସହକର୍ମୀ ଙ୍କୁ ନେଇ ଲଟେରୀ କରିଛନ୍ତି ଓ ଲଟେରୀ ସେହି କର୍ମଚାରୀ ଙ୍କ ଦ୍ୱାରା ଉଠେଇ ବାସଗୃହ ଆବଣ୍ଟନ କରାଯାଇଛି ବୋଲି ଅଧ୍ୟକ୍ଷ ଶ୍ରୀ ବେହେରା କହିଛନ୍ତି କିନ୍ତୁ ଏହି ଆବଣ୍ଟନରେ ପାରଦର୍ଶିତା ନ ଥିବା ଯୋଗୁଁ ଏହି ପ୍ରକ୍ରିୟାରେ ଦୁର୍ନୀତି ଜୋର୍ ହେଉଛି l ଅନ୍ୟ ମହାବିଦ୍ୟାଳୟ ଗୁଡ଼ିକ ରେ ଚାକିରୀ ରେ ଯୋଗଦେବା କ୍ରମାଙ୍କ ଅନୁସାରେ ନର୍ସ ମାନଙ୍କୁ ବାସଗୃହ ଆବଣ୍ଟନ କରାଯାଇଛି ତେଣୁ ଶ୍ରୀଯୁକ୍ତ ବେହେରା ଙ୍କ ଦ୍ଵାରା ବାସଗୃହ ଆବଣ୍ଟନ ପ୍ରକ୍ରିୟା କୁ ବାତିଲ କରି ନୂତନ ଭାବେ ପାରଦର୍ଶିତା ପ୍ରକ୍ରିୟା ରେ ନୂତନ ଅଧ୍ୟକ୍ଷ ଙ୍କ ଦ୍ୱାରା ଆବଣ୍ଟନ କରାଯାଉ ବୋଲି ସାଧାରଣ ରେ ଆଲୋଚନା ହେଉଛି l












Leave a Reply