ଶିଶୁଙ୍କ ଅଧିକାର,ସୁରକ୍ଷା ସହ ସାଇବର ଠକେଇ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି: ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ରାଜ୍ୟ ପୋଲିସ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ସାରା ରାଜ୍ୟରେ ପ୍ରତ୍ୟେକ ଥାନା ପକ୍ଷରୁ ଶିଶୁ ମାନଙ୍କର ଅଧିକାର ଓ ସୁରକ୍ଷା ସହ ଦିନକୁ ଦିନ ବଢି ଚାଲିଥିବା ସାଇବର ଠକେଇରୁ ବଞ୍ଚିତ ହେବା ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।ଏହି କ୍ରମରେ ମାଲକାନଗିରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଏସଡିପିଓ ପ୍ରଦୋଷ ପ୍ରଧାନଙ୍କ ତତ୍ୱବାଧାନରେ ଓର୍କେଲ ଥାନା ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପାଞ୍ଚଟି ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ପାଞ୍ଚ ଜଣ ଲେଖାଏଁ ଛାତ୍ର ଛାତ୍ରୀ ଯେଉଁମାନଙ୍କ ବୟସ ୧୦ରୁ ୧୯ ବର୍ଷ ଚୟନ କରି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ଭିଡିଓ କନଫ୍ରେନ୍ସ ମାଧ୍ୟମରେ ଉପରୋକ୍ତ ବିଷୟ ବସ୍ତୁ ସମ୍ୱନ୍ଧୀତ ଘଟୁଥିବା ବିଭିନ୍ନ ପ୍ରକାର ଭିଡିଓ ପ୍ରଦର୍ଶନ କରାଯିବା ସହିତ ସମସ୍ତଙ୍କୁ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ମୁଖ୍ୟତ ସାଇବର ଠକେଇରୁ ବଞ୍ଚିତ,ଥାନା ଆସିବା ଭୟ ନକରିବା, ଏଥିସହିତ ଥାନା ପରିଦର୍ଶନ କରିଥିଲେ।ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ସୁରକ୍ଷା ଅଧିକାରୀ ଏସଆଇ ହରପ୍ରିୟା ଶବର, ଏସଆଇ ମନୋହର ସାହୁ,ଏଏସଆଇ ସୁରେଶ ଚନ୍ଦ୍ର ବିସି ମାଝୀଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ।












Leave a Reply