-ଆଇଜେଏଫ୍ ଛତିଶଗଡ଼ ଶାଖା ପୁର୍ନଗଠନ (ଫଟୋ)ସାମ୍ୱାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରୀ ହେଉ
ଭୁବନେଶ୍ୱର,୫ା୫: ଦର୍ଶନ ସମୀକ୍ଷା
ଇଣ୍ଡିଆନ ଜର୍ଣ୍ଣାଲିଷ୍ଟସ୍ ଫେଡେରେସନ (ଆଇଜେଏଫ୍)ର ଛତିଶଗଡ଼ ରାଜ୍ୟ ଶାଖା ପୁର୍ନଗଠନ ହୋଇଛି । ଏହି ଅବସରରେ ଦୁର୍ଗର ଶିବାଜୀ ପାର୍କ ବରସୋଇଠାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ସଭାପତି ବିମଳ କୃଷ୍ଣ ଥମ୍ୱ ଯୋଗଦେଇ ଶ୍ରମିକ ଦିବସ ଅବସରରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ତାଙ୍କ ଅଭିଭାଷଣରେ ରାଷ୍ଟ୍ର ଗଠନ ଦିଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ଅବଦାନ ଉଲ୍ଲେଖନୀୟ ବୋଲି କହିଥିଲେ । ସରକାର ଓ ଲୋକଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଛତିଶଗଡ଼ ସରକାର ସାମ୍ୱାଦିକଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଥିବା ବେଳେ ଏହା ସବୁ ରାଜ୍ୟରେ କାର୍ଯ୍ୟକାରୀ ହେବା ଉପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଥମ୍ୱ ଗୁରୁତ୍ୱାରୋପ କରିଥିଲେ । ଏ ଦିଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସର୍ଦ୍ଦାର ବଲ୍ଲଭ ଭାଇ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗିରୀଧର ମଢ଼ାରିଆ ଉଦବୋଧନ ଦେଇ ସାମ୍ୱାଦିକମାନେ ଲୋକଙ୍କ ସ୍ୱର ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫେଡେରେସନର ମୁଖ୍ୟ ଉପଦେଷ୍ଟା ମନୋଜ ଶର୍ମା, ରାଷ୍ଟ୍ରୀୟ ଉପସଭାପତି କୈଳାସ ଶ୍ରୀବାସ୍ତବ, ଛତିଶଗଡ଼ ପ୍ରଭାରୀ ତଥା ରାଷ୍ଟ୍ରୀୟ ସମ୍ପାଦକ ବସନ୍ତ ରାଓ ଭଗତ ସାମ୍ୱାଦିକମାନେ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଓ ଏ ଦିଗରେ ସରକାରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ରାଷ୍ଟ୍ରୀୟ ସଚିବ ଜିତେନ୍ଦ୍ର ଦାସ ଓ ଓଡ଼ିଶା ଶାଖା ସଭାପତି ଜମ୍ୱେଶ୍ୱର ପଟ୍ଟନାୟକ ବିଶେଷ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଥମ୍ୱ ରାଜ୍ୟ ସଭାପତି ଭାବେ ଅଶ୍ୱିନୀ ଶ୍ରୀବାସ୍ତବ, ସାଧାରଣ ସମ୍ପାଦକ ଡ. ପ୍ରତିଭା ବୈଶ, ଉପସଭାପତି ଶିଳ୍ପୀ ସମାଦାର, ଚନ୍ଦନ ବୈଶଙ୍କ ନାମ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ଶତାଧିକ ସାମ୍ୱାଦିକ ଉପସ୍ଥିତ ଥିଲେ । ଅଙ୍କିତା ସମାଦାର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।












Leave a Reply