Spread the love

ଫସଲ ଉତ୍ପାଦକତା ବୃଦ୍ଧି ନିମନ୍ତେ ସନ୍ତୁଳିତ ସାର ପ୍ରୟୋଗ ସମ୍ବଦ୍ଧୀୟ ପ୍ରଶିକ୍ଷଣ ଓ କୃଷକ ଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ନିଆଳି:୬/୫(ଦର୍ଶନ ସମୀକ୍ଷା)

ସନ୍ତୁଳିତ ସାର ବ୍ୟବହାର କରିବା ଉପରେ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ ତରଫରୁ ଏକ ଆଲୋଚନା ଚକ୍ର ଏବଂ ସଚେତନତା କାର୍ଯ୍ୟକ୍ରମ ଏରଞ୍ଚ ପଞ୍ଚାୟତ ମା ନାରାୟଣୀ ଛକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡଃ ପ୍ରକାଶ ଚନ୍ଦ୍ର ଜେନା ଏବଂ ବରିଷ୍ଠ ବୈଜ୍ଞାନିକ ଡଃ ମୂଜୁଲ୍ ଚକ୍ରବତୀ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଧାନ,ବିରି,କୋଳଥ ଏବଂ ଅନ୍ୟାନ୍ୟ ଫସଲରେ ସନ୍ତୁଳିତ ସାର ପ୍ରୟୋଗ କରି ମୂର୍ତ୍ତିକା ସ୍ବାସ୍ଥ୍ୟର ସୁରକ୍ଷା ମିଳେ ଏବଂ ପରିବେଶ ସୁରକ୍ଷା କରିବା ସହିତ ଫସଲ ଅଧିକ ଅମଳ ହେବା ଉପରେ ଆଲୋଚନା କରାଯାଇଥିଲା। ପ୍ରାକୃତିକ ଚାଷର ପ୍ରଣାଳୀ ମାଧ୍ୟମରେ କୃଷକ ଆୟ ବୃଦ୍ଧି ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୩୫୦ ରୁ ଉର୍ଦ୍ଧ ଚାଷୀ ଭାଇ ଭଉଣୀ ମାନେ ଆଲୋଚନାରେ ଭାଗ ନେଇଥିଲେ।ଏହି କାର୍ଯ୍ୟକ୍ରମରେ ଦୁଇଜଣ ବୈଜ୍ଞାନିକଙ୍କୁ ରହମ୍ବା ଗ୍ରାମର ବୈରାଗ ମଲ୍ଲିକ ସୁଦୁସାଇଲୋ ଗ୍ରାମର ଅଭୟ କୁମାର ମଲ୍ଲିକ ତତ୍ ସହିତ ନରିଶୋ ଗ୍ରାମର ସୁକାନ୍ତ ତିହାଡ଼ି ସହଯୋଗ କରିଥିଲେ। ଉତ୍ତାରଣ ଗ୍ରାମର ଚିତ୍ତରଞ୍ଜନ ମଲ୍ଲିକ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *