ଝାରସୁଗୁଡ଼ା : ଜିଲ୍ଲାସ୍ତରୀୟ ମଈ ଦିବସ ତଥା ଅନ୍ତର୍ଜାତୀୟ ଶ୍ରମିକ ଦିବସ -2026 ସମାରୋହ ଅନୁଷ୍ଠିତ..
ଝାରସୁଗୁଡ଼ା କୁନା ଦିଗାଲ ଦର୍ଶନ ସମୀକ୍ଷା
ଜିଲ୍ଲା ଯାନ୍ତ୍ରିକ ବିଦ୍ୟାଳୟ, ଝାରସୁଗୁଡ଼ା ଠାରେ ମହାସମାରୋହ ର ସହିତ ଅନୁଷ୍ଠିତ ହେଇଯାଇଛି l ଏହି ସମାରୋହ ର ମୁଖ୍ୟ ଅତିଥି ଭାବେ ଝାରସୁଗୁଡା ବିଧାୟକ ତଥା ଝାରସୁଗୁଡା ଜ଼ିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ମଙ୍ଗଳ ସାହୁ, ସାଂସଦ, ବରଗଡ଼ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସୁନୀଲ କୁମାର ଦାଶ, ଅତିରିକ୍ତ ଜ଼ିଲ୍ଲାପାଳ (ସାଧାରଣ ) ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧକାରୀ ରିତାକାନ୍ତି ବଳିୟାର ସିଂହ ଯୋଗ ଦେଇଥିଲେ l

କାର୍ଯ୍ୟକ୍ରମ ଆରମ୍ଭ ରେ ଜ଼ିଲ୍ଲା ଶ୍ରମ ଅଧିକାରୀ (କଲ୍ୟାଣ ) ଶ୍ରୀମତୀ ସୁନିତା ଲାକ୍ରା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ସମସ୍ତ ଅତିଥି ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ l ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଦିବ୍ୟଜ୍ୟୋତି ନାୟକ ସଭା ପରିଚାଳନା କରିବା ସହ ମଈ ଦିବସ ର ଇତିହାସ, ବିଭିନ୍ନ ସରକାରୀ ଯୋଜନା ରେ ଶ୍ରମିକମାନେ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇପାରିବେ ତାର ବିଭିନ୍ନ ଦିଗ ଉପରେ ଆଲୋକପlତ କରିଥିଲେ l ଶ୍ରମ ଅଧିକାରୀ, ଲଖନପୁର ଶ୍ରୀଯୁକ୍ତ ତରୁଣ କୁମାର ମହାନ୍ତି ନୂଆ ଶ୍ରମିକ କୋର୍ଡ ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏବଂ ସରକାର ଙ୍କ ବିଭିନ୍ନ ସ୍କିମ ବିଷୟରେ ସୂଚନା ପ୍ରଦାନ କରିଥିଲେ l ମୁଖ୍ୟଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ଶ୍ରମ ବିଭାଗ ର ସମସ୍ତ ଯୋଜନା କିଭଳି ଲୋକଙ୍କ ପାଖରେ ପହଂଚିବ, ସେଥିପାଇଁ ମୁନିସିପାଲିଟିର ୱାର୍ଡ,ପଞ୍ଚାୟତ ଏବଂ ଶିଳ୍ପ ଅନୁଷ୍ଠାନ ରେ କ୍ୟାମ୍ପ କରି ଶ୍ରମିକ ମାନଙ୍କୁ ସଚେତନ କରିବା, ପଞ୍ଜିକରଣ କରିବା ପାଇଁ ରୁଟିନ ତିଆରି କରିବା ପାଇଁ ଶ୍ରମ ବିଭାଗ ର ଅଧିକାରୀ ଙ୍କ ଗୁରୁଦାୟିତ୍ୱ ରହିଛିଏବଂ ଅତିଶୀଘ୍ର ଶିବିର ର ଆୟୋଜନ କରିବା ପାଇଁ ମତବ୍ୟକ୍ତ କରିଥିଲେ l ରାଜସ୍ବ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସାହୁ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଥିବାରୁ ଶ୍ରମିକ ମାନେ ଖରା ରେ କାମ ନ କରିବା ପାଇଁ ସଚେତନ କରିବା ସହ ଶ୍ରମିକ ମାନେ ସରକାରୀ ଯୋଜନା ରୁ କିଭଳି ଉପକୃତ ହୋଇପାରିବେ, ଏବଂ କଳ କାରଖାନା ରେ ଯେପରି ଅବହେଳିତ ନ ହେବେ ସେ ଉପରେ ଶ୍ରମ ବିଭାଗ ଧ୍ୟାନ ଦେବା ଉପରେ ନିଜ ବକ୍ତବ୍ୟ ରଖିଥିଲେ l ନିର୍ମାଣ ଶ୍ରମିକ ମାନେ କିପରି ତାଙ୍କର ଅଧିକାର ପାଇପାରିବେ ସେ ଉପରେ ବିଭାଗ ଯତ୍ନବାନ ହେବା ପାଇଁ ସାଂସଦ ଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଥିଲେ l ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଭୋଇ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ରେ ଶ୍ରମିକ ମାନେ ଅଧିକ ରୁ ଅଧିକ ସହାୟତା କିପରି ପାଇବେ, ସେଥିପାଇଁ ଶ୍ରମିକ ମାନେ ପଞ୍ଜିକରଣ କରିବା ଉପରେ ମତବ୍ୟକ୍ତ କରିଥିଲେ l ଏହି ଅବସରରେ 37 ଜଣ ଶ୍ରମିକ ଙ୍କୁ ମୃତ୍ୟୁକାଳୀନ ସହାୟତା ବାବଦରେ ଟ.103,00,000/-, ଅନ୍ତେଷ୍ଟି କ୍ରିୟା ପାଇଁ 37 ଜଣଙ୍କୁ ଟ 1,85,000/-,ବିବାହ ସହାୟତା ରେ 196ଜଣଙ୍କୁ ଟ 97,75,000/-, ପ୍ରସବ କାଳୀନ ସହାୟତା ରେ 25 ଜଣଙ୍କୁ ଟ 2,50,000/-,ପିଲାଙ୍କ ପାଠପଢା ପାଇଁ 88 ଜଣଙ୍କୁ ଟ. 9,41,800/- ଏହିପରି ସର୍ବମୋଟ 383 ଜଣଙ୍କୁ ଟ. 2,14,51,800/-ଏବଂ 5 ଜଣ ଅଣ ସଂଗଠିତ ଶ୍ରମିକ (ସାମାଜିକ ନିରାପତ୍ତା ବୋର୍ଡ )ଙ୍କୁ ମୃତ୍ୟୁ କାଳୀନ ସହାୟତା ରେ ଟ 8,00,000/-ସହାୟତା ରାଶି ମଞ୍ଜୁରୀ ହୋଇଥିବା ବେଳେ ଉପସ୍ଥିତ ଶ୍ରମିକ ମାନେ ଅତିଥି ମାନଙ୍କ ଠାରୁ ଡ଼ମି ଚେକ ଗ୍ରହଣ କରିଥିଲେ ଏବଂ 21 ଟି ନୂଆ ଶ୍ରମିକ କାର୍ଡ ମଧ୍ୟ ବଣ୍ଟନ କରାଯାଇଥିଲାl କାର୍ଯ୍ୟକ୍ରମ ଶେଷରେ ସହକାରୀ ଶ୍ରମ ଅଧିକାରୀ ଦୀପକ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶ୍ରମ ବିଭାଗ ର ସମସ୍ତ ସହକାରୀ ଶ୍ରମ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ଝାରସୁଗୁଡା ଜ଼ିଲ୍ଲା ର ବହୁ ଶ୍ରମିକ ଭାଇ, ଭଉଣୀ, ଗଣମlଧ୍ୟମ ପ୍ରତିନିଧି ଉଭୟ ଇଲେକକ୍ଟ୍ରୋନିକ୍ସ ଏବଂ ପ୍ରିଣ୍ଟ ମିଡ଼ିଆ ର ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ l












Leave a Reply