Spread the love

ସାପୁଆ ଡ୍ୟାମରେ ବୁଡି ଜଣେ ମୃତ

ଖଜୁରିଆକଟା ୧/୫ ( ଦର୍ଶନ ସମୀକ୍ଷା )

ଢେଙ୍କାନାଳଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାପୁଆ ଡ୍ୟାମରେ ଏକ ଅଲ୍ଟୋକାର ପଶି ଯିବାରୁ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ଖବରରୁ ପ୍ରକାଶ ଯେ ଖୋର୍ଦ୍ଧା ଜିଲ୍ଲାର ପାତ୍ରପଡା କଳିଙ୍ଗବିହାର ଅଂଚଳ କ୍ଵାଟରନଂ ଏଲଆଇସି୩୧୬କେ୪ ରେ ରହୁଥିବା ସ୍ବର୍ଗତ ସନାତନ ମହାରଣାଙ୍କ ପୁତ୍ର ପ୍ରସନ୍ନ ମହାରଣା(୭୦) ଓ ଅନ୍ୟ ତିନିଜଣ ସାଥି ହିନ୍ଦୋଳ ଉପଖଣ୍ଡ ଦଣ୍ଡିରୀପଂଚାୟତ ସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନକେନ୍ଦ୍ର ସାପୁଆଡ୍ୟାମକୁ ଭୋଜି କରିବାକୁ ଆସି ଭୋଜିସାରି ଅପରାହ୍ନ ୩ଘ ସମୟରେ ଗାଧୋଇବାକୁ ଡ୍ୟାମର ଉପରମୁଣ୍ଡ ପାର୍ଶ୍ଵକୁ ଆସିଥିବା ଅଲ୍ଟୋ କାରରେ ଯାଉଥିବା ସମୟରେ କାରଟି ଭାରସାମ୍ୟ ହରାଇ ଡ୍ୟାମ ଭିତରେ ପଶିଯାଇଥିଲା। ଫଳରେ ସେଥିରେ ବସିଥିବା ୩ଜଣ ଆହତ ହେବାସହ ପ୍ରାଣବିକଳରେ ବାହାରି ଆସିଥିବାବେଳେ ପ୍ରସନ୍ନ ଗାଡି ସହ ବୁଡ଼ିଯାଇଥିଲେ,ତେବେ ଖବରପାଇ ରସୋଳ ଅଗ୍ନିଶମବିଭାଗ କର୍ମଚାରୀ ସମସ୍ତଙ୍କୁ ଉଦ୍ଧାରକରି ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଆଣିଥିଲେ ମାତ୍ର ଡାକ୍ତର ପ୍ରସନ୍ନଙ୍କୁ ମୃତ ଘୋଷଣା କରିଥିଲେ। ତେବେ ରସୋଳଥାନା ପୋଲିସ ଶବ ଜବତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଆହତ ମାନେ ଖୋର୍ଦ୍ଧା ଜିଲ୍ଲାର ସତ୍ୟଜିତ ନାୟକ, ରଞ୍ଜନ ସାହୁ, ସତ୍ୟବ୍ରତ ପାଟଶାଣି ଏବଂ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଛାଡି ଦିଆଯାଇଥିବା ସୂତ୍ରରୁ ପ୍ରକାଶ ତେବେ ରାଜ୍ୟର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହିନ୍ଦୋଳ ଉପଖଣ୍ଡର ମାନ ବଢ଼ାଇଥିବା ସାପୁଆ ପର୍ଯ୍ୟଟନ ସ୍ଥଳରେ ବିପୁଳ ପରିମାଣରେ ଟିକସ ଆଦାୟ ହେଉଥିଲେ ହେଁ ପ୍ରଶାସନର ଚରମ ଅବହେଳା ଏବଂ ପର୍ଯ୍ୟଟନ ବିଭାଗର ବୈମାତୃକ ମନୋଭାବ ପାଇଁ ଏଠାରେ ବାରମ୍ବାର ବିଭିନ୍ନ ଅଘଟଣ ଘଟି ଚାଲିଥିବାକୁ ନେଇ ଉପଖଣ୍ଡ ଜନସାଧାରଣ କ୍ଷୋଭ ପ୍ରକାଶ କରିବାସହ ସୁରକ୍ଷା ବ୍ୟବସ୍ଥାପାଇଁ ଦାବି କରିଛନ୍ତି

Leave a Reply

Your email address will not be published. Required fields are marked *