Spread the love

ଆଠଗଡ଼ କଂଗ୍ରେସ ତରଫରୁ ଜାନକୀ ବଲ୍ଲଭଙ୍କ ଶ୍ରାଦ୍ଧ ଦିବସ ପାଳନଆଠଗଡ, (ଦର୍ଶନ ସମୀକ୍ଷା) ଆଠଗଡ଼ ତିଗିରିଆ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ଆୟୋଜନରେ ଓଡ଼ିଶାର ପୁର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୧ ତମ ଶ୍ରାଦ୍ଧ ଦିବସ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଅଛି । ଏହି ଉପଲକ୍ଷେ କଂଗ୍ରେସ ପକ୍ଷରୁ ସହର ସ୍ଥିତ ଗଦାସାହି ଭାଗିରଥି ସାଗର ରେ ସ୍ବର୍ଗତ ଜାନକୀ ବଲ୍ଲଭଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରିବା ସହିତ ଶ୍ରଦ୍ଧା ସୁମନ ପ୍ରଦାନ କରିଥିଲେ। ଏହାସହିତ ଆଠଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଅନ୍ତେବାସୀ ଙ୍କୁ ଫଳ ବଣ୍ଟନ କରାଯାଇଥିଲା । ପରେ ପରେ ବ୍ଲକ କଂଗ୍ରେସ ସଭାପତି କିରଣ ବିହାରୀ ଖଟୁଆ ଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ଆଠଗଡ଼ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା କଂଗ୍ରେସ ସଭାପତି ପ୍ରଦୀପ୍ତ କୁମାର ଦାସ, ମୁଖ୍ୟ ବକ୍ତା ଭାବେ ପୁର୍ବତନ ସାଂସଦ ସୁବାସ ମହାନ୍ତି, ସମ୍ମାନିତ ଅତିଥି ଭାବେ ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ବିଭୂତି ଭୂଷଣ ମିଶ୍ର, ଆଠଗଡ଼ ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁ, ଜିଲ୍ଲା ହରିଜନ ସେଲ୍ ର ଅଧ୍ୟକ୍ଷ ପ୍ରତାପ ମଲ୍ଲିକ, ପାରାଦୀପ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ନାୟକ, ରାଜ୍ୟ ସେବାଦଳ ସଦସ୍ୟ ବିଜୟ ଲକ୍ଷ୍ମୀ ମହାପାତ୍ର ଆଦି ଯୋଗ ଦେଇଥିଲେ। ତିଗିରିଆ ବ୍ଲକ ସଭାପତି ସୋମନାଥ ଦାସ, ଟାଙ୍ଗୀ ବ୍ଲକ ସଭାପତି ଆଶୁତୋଷ ବରାଳ, ଆଠଗଡ଼ ନଗର କଂଗ୍ରେସ ସଭାପତି ଅଶୋକ କୁମାର ଦାଶ, ବରିଷ୍ଠ କଂଗ୍ରେସ ନେତା ତଥା ଜିଲ୍ଲା ଉପ ସଭାପତି ଗିରିଜା ଶଙ୍କର ପଟ୍ଟନାୟକ, ହୃଦାନନ୍ଦ ତ୍ରିପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରିୟବ୍ରତ ଦାସ, ମନୋରଞ୍ଜନ ଦାଶ, ଜିଲ୍ଲା ସମ୍ପାଦକ ହିମାଂଶୁ ମହାନ୍ତି, ରାଜ୍ୟ ଛାତ୍ର କଂଗ୍ରେସ ସମ୍ପାଦକ ପ୍ରଶାନ୍ତ ବେହେରା, ରାଜ୍ୟ ଯୁବ କଂଗ୍ରେସ ସମ୍ପାଦକ ଅଭିଷେକ ପଟ୍ଟନାୟକ, ଆଠଗଡ଼ ପୁର୍ବତନ ନଗର ସଭାପତି ସୋମନାଥ ଭକ୍ତା, ମାନସ ପଟ୍ଟନାୟକ, ପୁର୍ବତନ ବ୍ଲକ ସଭାପତି କିଶୋର ସାମନ୍ତରାୟ, ସଦାନନ୍ଦ ପଟ୍ଟନାୟକ, କଂଗ୍ରେସ ନେତା ସୁରେଶ ପରିଡ଼ା, ଗଦାଧର ରାଉତ, ସୁରେଶ ବିଶ୍ଵାଳ, ଉଦୟନାଥ ନାୟକ, ଗୁରୁଚରଣ ପ୍ରଧାନ, ମେହେବୁବ ଅହମଦ ଖାନ, ସୁର ଜେନା, ମିନିଷ୍ଟର ପ୍ରଧାନ, ଶିବାଶିଷ ମିଶ୍ର, ତ୍ରିଲୋଚନ ବେହେରା, ଧୀରେନ୍ଦ୍ର ବେହେରା, ବ୍ରହ୍ମାନନ୍ଦ ନାଏକ, ରାକେଶ ରାଉତ ଆଦି ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ନୂତନ ଭାବରେ ନିଯୁକ୍ତି ପାଇଥିବା ସମସ୍ତ ବ୍ଲକ୍ ଓ ଜିଲ୍ଲା କଂଗ୍ରେସ କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ ଜଣାଇବା ସହ ସମ୍ବର୍ଦ୍ଧିତ କରିଥିଲେ।

Leave a Reply

Your email address will not be published. Required fields are marked *