ସାଂସଦ ଓ ବିଧାୟକଙ୍କ ମାରାଥନ ଶିଳାନ୍ୟାସ।ସାକ୍ଷୀଗୋପାଳ : ଦର୍ଶନ ସମୀକ୍ଷା
ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର ଓ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ରଙ୍କର ସତ୍ୟବାଦୀରେ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଶ୍ରୀ ରାମଚନ୍ଦ୍ର ପୁର ପଞ୍ଚାୟତର ଶ୍ରୀ ରାମଚନ୍ଦ୍ର ପୁର ନିକଟରେ ଜଳ ସମ୍ପଦ ବିଭାଗ ତରଫରୁ ବୁଧଙ୍ଗ କେନାଲ ଉପରେ ସେତୁ ନିର୍ମାଣ ନିମନ୍ତେ ଶିଳାନ୍ୟାସ, ଶୁକଳ ପଞ୍ଚାୟତର ଶୁକଳ ପଡା ଗ୍ରାମର ଆରାଧ୍ୟ ଶୈବପୀଠ ଶ୍ରୀ ଶ୍ରୀ ଗ୍ରାମେଶ୍ବର ଦେବଙ୍କର ରତ୍ନମୁଦ ଉତ୍ସବ, ବିଶ୍ୱନାଥ ପୁର ପଞ୍ଚାୟତର ବିଶ୍ୱନାଥ ପୁର ଗ୍ରାମରେ ଭଲିବଲ ଷ୍ଟାଡିଅମ ନିର୍ମାଣ ନିମନ୍ତେ ଶିଳାନ୍ୟାସ, ଓ ପାଣିଭଣ୍ଡାର ଗ୍ରାମର ନୂତନ ଅଙ୍ଗନବାଡି ଗୃହ ଉଦଘାଟନ, ଦୁଗଲ ପଞ୍ଚାୟତର ବୀର ଗୋବିନ୍ଦ ପୁର ଗ୍ରାମର ମା ଦକ୍ଷିଣକାଳୀଙ୍କ ମନ୍ଦିର ସୌନ୍ଦର୍ଯ୍ୟ କରଣ, ଆଲୋକୀକରଣ ନିମନ୍ତେ ଶିଳାନ୍ୟାସ, ଦୁଗଲ ବାମଦେଇ ପୁର କେନାଲ ରାସ୍ତା ନିର୍ମାଣ ନିମନ୍ତେ ଶିଳାନ୍ୟାସ,କାଦୁଆ ପଞ୍ଚାୟତର ବରାଳ ଗ୍ରାମର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ବରାଳ ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ରୋଷଘର, ରାସ୍ତା, ଡ୍ରେନ ନିର୍ମାଣ, ନିମନ୍ତେ ଶିଳାନ୍ୟାସ ବଳ ପୁର ପଞ୍ଚାୟତର ବଳ ପୁର ନିକଟରେ ଚନ୍ଦନ ପୁର ବ୍ରାଞ୍ଚ କେନାଲ ଉପରେ ସେତୁ ନିର୍ମାଣ ନିମନ୍ତେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାଂସଦ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଓ ବିଧାୟକ ଓମ ପ୍ରକାଶ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଉଦଘାଟନ ଓ ଶିଳାନ୍ୟାସ କରିଥିଲେ l












Leave a Reply