ଅକ୍ଷୟ ତୃତୀୟା ପାଳନର ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ
ଆଠଗଡ,ତା ୧୮ ।୪ (ଦର୍ଶନ ସମୀକ୍ଷା) – ଚଳିତ ବର୍ଷ ଅକ୍ଷୟ ତୃତୀୟା ପାଳନ ନିମନ୍ତେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ବୋଲି ଆଜି ବିଜେଡି ଦଳିୟ କାର୍ଯ୍ୟାଳୟ ସୁର୍ଯ୍ୟଭବନ ଠାରେ ଦଳର ବ୍ଳକ ସଭାପତି ରବିନ୍ଦ୍ର ନାଥ ରାଉତ ଏକ ସାମ୍ବାଦିକ ସମ୍ମଳିନୀରେ ପ୍ରକାଶ କରିଛନ୍ତି । ଏହି କ୍ରମରେ ଦଳ ଆଠଗଡ ଓ ତିଗିରିଆରେ ପୃଥକ ପୃଥକ ଭାବେ ଦିବସ ପାଳନ କରିବ ବୋଲି ପ୍ରକାଶ କରିବା ସହିତ ଆଠଗଡର ଗୁଡୁପଡା ଠାରେ ଅକ୍ଷିମୁଠି ଅନୁଲୂଳ କରିବା ନିମନ୍ତେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସହମତି ପ୍ରକାଶ କରିଥିବାବେଳେ ଯୁବନେତା ଆଦିତ୍ୟ ପ୍ରସାଦ ସ୍ୱାଇଁ ତିଗିରିଆର ବାଣେଶ୍ୱରପଡା ଠାରେ ଅକ୍ଷିମୁଠି ଅନୁକୁଳ କରିବେ ବୋଲି ବିଜୁ କୃଷକ ଜନତା ଦଳର ସଭାପତି ସୁବାସ ଚନ୍ଦ୍ର ପାଳ ପ୍ରକାଶ କରିଛନ୍ତି । ଏହାସହିତ ଚାଷକୁ ଅଗ୍ରାଧିକାର ଦିଆଯାଇ ଦଳ ପକ୍ଷରୁ ସଫଳ ଚାଷୀ ମାନଙ୍କୁ ସମ୍ମାନୀତ କରାଯିବ ବୋଲି ଦଳର ତିଗିରିଆ କୃଷକ ସଭାପତି ସେକ ଅବଦୁଲ ତୋୟବ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ସରପଞ୍ଚ, ସମିତିସଭ୍ୟ ଜିଲ୍ଲାପରିଷ ସଭ୍ୟ ଏବଂ ଚାଷ ସହିତ ଜଡିତ ଥିବା ସମସ୍ତ ବ୍ୟକ୍ତି ବିଶେଷ ତଥା ଚାଷୀ ଭାଇ ମାନେ ଯୋଗଦେବାକୁ କୃଷକ ନେତା ସୁରେଶ ଚନ୍ଦ୍ର ସାହୁ ଏବଂ ତିଗିରିଆ ଦଳର ସଭାପତି ଅଜିତ ଧିର ଜଣାଇଛନ୍ତି ।












Leave a Reply