Spread the love

ପାଳଲହଡ଼ା ବ୍ଲକ ଏମବିସି ଟିଭି ସାମ୍ବାଦିକଙ୍କ ପିତୃ ତଥା ବିଶିଷ୍ଟ

ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବିୟୋଗ।

ପାଳଲହଡା :- (ଦର୍ଶନ ସମୀକ୍ଷା)

ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ନମପଶି ପଞ୍ଚାୟତ ଅନ୍ତର୍ଗତ ଜମରା ଗ୍ରାମର ଏମବିସି ଟିଭି ସାମ୍ବାଦିକଙ୍କ ପିତୃ ତଥା ବିଶିଷ୍ଟ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଙ୍କ ବିୟୋଗ ସୂଚନା ମୁତାବକ କିଛିଦିନ ହେବ ତାଙ୍କ ଦେହ ଅସୁସ୍ଥ ଥିଲା।ମୃତ ସାମ୍ବାଦିକ ଙ୍କ ପିତା ସୁଦାମ ଚରଣ ନାଏକ 80 ବର୍ଷ ବୟସରେ ପରଲୋକ ହୋଇଛନ୍ତି। ସେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ବ୍ଲକ ମଠକରଗୋଳ, ଆଲୁଅଝରଣ, ପାଳଲହଡା ବ୍ଲକର କମ୍ପରକଳା, ବନ୍ଧାଭୂଇଁ ଓ ଶେଷରେ ନମଗାଁ ସେବାଶ୍ରମ ରୁ ୨୦୦୪ ମସିହାରେ ଅବସର ନେଇଥିଲେ। ସେ ଥିଲେ ଜଣେ ଛାତ୍ର ପ୍ରେମୀ ଶିକ୍ଷକ,ପରୋଉପକାରୀ, ସ୍ନେହୀ, ଛାତ୍ର ବତ୍ସଳ। ତାଙ୍କ ବିୟୋଗ ରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କିଛି ଦିନ ହେବ ଦେହ ଅସୁସ୍ଥ ଥିବାରୁ ପରିବାର ଲୋକ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାରେ ରେ ଭର୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର ବିୟୋଗ ହୋଇଯାଇଥିଲା। ତାଙ୍କ ମର ଶରୀର ନିକଟରେ ପୁଅ ବୋହୁ,ଝିଅ ଜ୍ୱାଇଁ,ନାତି ନାତୁଣୀ ଓ ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ଖବର ପାଇ ଆଖ ପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ପାଳଲହଡା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ଏବଂ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କ ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

Leave a Reply

Your email address will not be published. Required fields are marked *