Spread the love

ଏସ୍‌ବିଆଇ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟରେ ଫାୟାର ଇଭା କ୍ୟୁଏସନ୍ ଡ୍ରିଲ
ଆୟୋଜିତ

ଭୁବନେଶ୍ୱର : (ଦର୍ଶନ ସମୀକ୍ଷା)

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ ଭୁବନେଶ୍ଵର ଦ୍ବାରା ନ୍ୟାସନାଲ ବିଲିଂ କୋଡ୍ ଏବଂ ଭା ରତୀୟ ଷ୍ଟେଟ୍ ବ୍ୟାଙ୍କ ଫାୟାର ସେପ୍ଟି ନିୟମ ଅନୁଯାୟୀ ଫାୟାର ଇଭାକ୍ୟୁଏସନ ଡ୍ରିଲର ଆୟୋଜନ କରାଯାଇଥିଲା। ଏଥିରେ ଫ୍ଲୋର ମାର୍ଶାଲ ଏବଂ ରେସ୍କୁ ଟିମ୍ ସଦସ୍ୟଙ୍କ ସାହାଯ୍ୟରେ ମକ୍ ଡ୍ରିଲ୍ କରାଯାଇଥିଲା। ସମସ୍ତ ସଦସ୍ୟ ନିର୍ଦ୍ଧାରିତ ସ୍ଥାନରେ ଏକାଠି ହୋଇଥିଲେ।
ଏହି ଅବସରରେ ମହାପ୍ରବନ୍ଧକ ବନ୍ଦନା ଅଗ୍ରୱାଲ ଷ୍ଟାଫ୍‌ମାନଙ୍କୁ ସମ୍ବୋଧିତ କରି ଅଗ୍ନି ନିରାପତ୍ତା ପଦକ୍ଷେପ ଇଭାକ୍ୟୁଏସନ୍‌ର ଗୁରୁତ୍ଵ ଉପରେ ଆଲୋକପାତ କରିଥିଲେ। ବିଲଡିଙ୍ଗରେ କାର୍ଯ୍ୟରତ ସମସ୍ତ ଷ୍ଟାଫ୍‌ମାନଙ୍କ ପାଇଁ ଏହି ଡ୍ରିଲ୍ ଅତ୍ୟନ୍ତ ଉପଯୋଗୀ ବୋଲି ସେ କହିଥିଲେ। ବ୍ୟାଙ୍କର ଉପ ମହାପ୍ରବନ୍ଧକ ତ‌ଥା ମଣ୍ଡଳ ବିକାଶ ଅଧିକାରୀ ଶ୍ୟାମଦେନ୍ ଦୋର୍‌ଜୀ ଲାମା ଏବଂ ସହାୟକ ମହାପ୍ରବନ୍ଧକ ଆଲୋକ କୁମାର ନାଗ, ମଣ୍ଡଳ ଅଗ୍ନିଶମ ଅଧିକାରୀ କୁଲଦୀପ ଶ୍ରୀବାସ୍ତବ ( ଏସ୍‌ବିଆଇ)ଙ୍କ ମାର୍ଗଦର୍ଶନରେ ଫାୟରମ୍ୟାନ୍‌ଙ୍କ ଦ୍ୱାରା ଫାୟାର ଫାଇଟିଂ ଏଷ୍ଟ୍ରି ଗ୍ୟୁଇଁସର ହାଇଡ୍ରେଣ୍ଟ ପ୍ରଣାଳୀ ଓ ଉପକରଣ ଉପଯୋଗ ପ୍ରଦର୍ଶିତ ହୋଇଥିଲା। ଏଥିରେ ଭୁବନେଶ୍ଵର ସହରର ଫାୟାର ବିଗ୍ରେଡ୍ ଅଧିକାରୀ ଏବଂ ଫାୟାରମ୍ୟାନ୍ ଉପସ୍ଥିତ ରହି ଆପାତକାଳୀନ ପରିସ୍ଥିତିରେ ଇଭାକ୍ୟୁଏସନ ମକ୍ ଡ୍ରିଲରେ ଉପକରଣର ପ୍ରଦର୍ଶନ ଏବଂ ଉପଯୋଗ ଉପରେ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *