ଆମ ଗୌରବ ଆମ କଲେଜ ତରଫରୁ ଯୌନ ଉତ୍ପୀଡ଼ନ ଉପରେ ଏକ ଭରଚୁଆଲ କର୍ମଶାଳା (“ସୁରକ୍ଷିତ କ୍ୟାମ୍ପସ, ଦୃଢ଼ ସ୍ୱର: ଯୌନ ନିର୍ଯାତନା ମୁକାବିଲା”) ଅନୁଷ୍ଠିତ ହୋଇଯାଇଛି | ଭୁବନେଶ୍ୱର: (ଦର୍ଶନ ସମୀକ୍ଷା)
ଏହି କାର୍ଯ୍ୟକ୍ରମଟିର ମୁଖ୍ୟ ବକ୍ତା ଶ୍ରୀମତୀ ଅନୁଶ୍ରୀ ଦାସ (ଆଦିଭା ଫାଉଂଡେସନ ର ପ୍ରତିଷ୍ଠାତା ତଥା ସୁନାମଧନ୍ୟ ଟେଡ଼ ଏକ୍ସ ସ୍ପିକର ) ଥିଲେ| ଶ୍ରୀମତୀ ଦାସ ନିଜ ବକ୍ତ୍ୟବରେ କିପରି ଭାଵରେ ଛାତ୍ରୀ ମାନେ କଲେଜ ପରିବେଶରେ ନିଜକୁ ବିଭିନ ଧରଣର ଯୌନ ଉତ୍ପୀଡ଼ନରୁ ସୁରକ୍ଷିତ ରଖି ପାରିବେ ତଥା କେଉଁ ମାଧ୍ୟମ ଦ୍ୱାରା ନିଜ ବକ୍ତ୍ୟବ୍ୟ ରଖି ପାରିବେ ସେ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ |
ଏହି ୱେବିନାରରେ ଓଡ଼ିଶାର ୧୫ ଗୋଟି କଲେଜର ୧୫୦୦ ଛାତ୍ରୀ ମାନେ ଯୋଗଦାନ କରିଥିଲେ| ସେହି କଲେଜ ଗୁଡିକ ହେଲେ ବାଲେଶ୍ୱର ମହିଳା ସ୍ନାତକ ମହାବିଦ୍ୟାଳୟ ,କାଦମ୍ବିନୀ ପାଲ ମହିଳା ସ୍ନାତକ ମହାବିଦ୍ୟାଳୟ , ବାଲିକୁଦା ମହିଳା ସ୍ନାତକ ମହାବିଦ୍ୟାଳୟ, ଜାନକୀ ମଧୁସୂଦନ ମହିଳା ସ୍ନାତକ ମହାବିଦ୍ୟାଳୟ , ସିଟି ୱମେନ୍ସ ସ୍ନାତକ ମହାବିଦ୍ୟାଳୟ, ସରକାରୀ ମହିଳା ସ୍ନାତକ ମହାବିଦ୍ୟାଳୟ ସମ୍ବଲପୁର , ଯୋଡ଼ା ମହିଳା ସ୍ନାତକ ମହାବିଦ୍ୟାଳୟ, ମଡେଲ ସ୍ନାତକ ମହାବିଦ୍ୟାଳୟ ବୌଦ୍ଧ, ସୁନାବେଡା ମହିଳା ସ୍ନାତକ ମହାବିଦ୍ୟାଳୟ, ବଲାଙ୍ଗି ସ୍ନାତକ ମହାବିଦ୍ୟାଳୟ, ମୋତୋ ସ୍ନାତକ ମହାବିଦ୍ୟାଳୟ , ଇମର୍ତ୍ତୀ ମହିଳା ସ୍ନାତକ ମହାବିଦ୍ୟାଳୟ, କପ୍ତିପଦା ସ୍ନାତକ ମହାବିଦ୍ୟାଳୟ , ଛତ୍ରପୁର ମହିଳା ସ୍ନାତକ ମହାବିଦ୍ୟାଳୟ, ଭଦ୍ରକ ମହିଳା ସ୍ନାତକ ମହାବିଦ୍ୟାଳୟ|
ଏହି ୱେବିନାର ରେ ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନର ଶ୍ରୀ ହରିହର ବଡ଼ପଣ୍ଡା , ସୌମ୍ୟ ଉଦ୍ଗାତା ଉପସ୍ଥିତ ଥିଲେ ତଥା କାର୍ଯ୍ୟକ୍ରମଟିକୁ ଚଇତାଳି ସୋମ , ସ୍ଵାତି ପ୍ରଭା ମିଶ୍ର, ପ୍ରୀତିନନ୍ଦା ମହାପାତ୍ର ଓ ଅଭିରାମ ଜେନା ପରିଚାଳନା କରିଥିଲେ| କାର୍ଯ୍ୟକ୍ରମଟି ସଫଳ ଭାବରେ ପରିଚାଳିତ ହୋଇଥିବାରୁ ଉଭୟ କଲେଜ କାମକର୍ତା ଓ ଛାତ୍ରୀ ମାନେ କରତାଳି ଦ୍ୱାରା କାର୍ଯ୍ୟକ୍ରମ ପରିଚାଳନା ଟିମ ର ସ୍ୱାଗତ କରିଥିଲେ |












Leave a Reply