ପ୍ରତିଶୃତି ରକ୍ଷା କଲେ ନିର୍ବାହୀ ଅଧିକାରୀ
କାର୍ଯ୍ୟକ୍ଷମ ହେଲା ଥଣ୍ଡା ପାନୀୟ ଜଳ ମେସିନ
ସହରରେ ୮ ଟି ଜଳଛତ୍ର ଉଦଘାଟନ କଲେ ନଗରପାଳ
ମାଲକାନଗିରି : ମନୋଜ ଦେବ ପାଙ୍ଗି ଦର୍ଶନ ସମୀକ୍ଷା
ଜିଲ୍ଲା ବାଲିମେଳା ଏନଏସି ପକ୍ଷରୁ ଲୋକଙ୍କୁ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଯୋଗାଇଦେବା ପାଇଁ କିଛି ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟରେ ସହରର କାଳୀଛକ, ନୂତନ ବସଷ୍ଟାଣ୍ଡ, ପୁରୁଣା ବସ ଷ୍ଟାଣ୍ଡ ଛକ ଏବଂ ଡ୍ରଗ ଲାଇନ ଠାରେ ୪ ଟି ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା।ଏହି ପ୍ରକଳ୍ପ ଗୁଡିକ କିଛି ମାସ ଠିକ ଭାବେ ଚାଲିବା ପରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ସେଗୁଡିକ ସମ୍ପୂର୍ଣ ଭାବେ ଅଚଳ ହୋଇ ପଡି ରହିଥିଲା।ଏ ସମ୍ପର୍କରେ ଗତ ୧୩ ତାରିଖରେ ବିଭିନ୍ନ ଖବର କାଗଜରେ ଖବର ପ୍ରକାଶ ପାଇବା ପରେ ବାଲିମେଳା ଏନଏସି କତୃପକ୍ଷ ତଥା ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ଦୋରା ବିଭାଗ ପକ୍ଷରୁ ତୁରନ୍ତ ଅଚଳ ପ୍ରକଳ୍ପ ଗୁଡିକର ମରାମତି କରାଯିବା ସହିତ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି କହିଥିଲେ। ପ୍ରତିଶୃତି ରକ୍ଷା କଲେ ନିର୍ବାହୀ ଅଧିକାରୀ ଶ୍ରୀ ଦୋରା। ବିଭାଗ ପକ୍ଷରୁ ଅଚଳ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକର ମରାମତି କରାଯାଇ ଗୁରୁବାର ଠାରୁ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଛି। ସହରରେ ବୃଦ୍ଧି ପାଉଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହାକୁ ଦୃଷ୍ଟିରେ ରଖି ବାଲିମେଳା ଏନଏସି ପକ୍ଷରୁ ଗୁରୁବାର ସକାଳେ ବାଲିମେଳା ସହରର ମୋଟ ୮ ଟି ଜନ ଗହଳିପୁର୍ଣ ସ୍ଥାନ ମାନଙ୍କରେ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ଜଳଛତ୍ର ଖୋଲା ଯାଇଛି।ଏହି ଅବସରରେ ବାଲିମେଳା ଏନଏସିର ନଗରପାଳ ପ୍ରଦୀପ କୁମାର ନାୟକ ନିର୍ବାହୀ ଅଧିକାରୀ ଶ୍ରୀ ଦୋରା ଏହି ଜଳ ଛତ୍ର ର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଲିମେଳା ଏନଏସିର ଆରଆଇ ସାଧୁ ଚରଣ ମହାନ୍ତି, କାଉନସିଲର ମନୋଜ ଦେବ ପାଙ୍ଗି, କୃଷ୍ଣ ବାଘ, କର୍ମଚାରୀ ପ୍ରଦୀପ କୁମାର ମାହାଳି, ବରିଷ୍ଠ ନାଗରିକ ବେଣୁ ଘଡ଼ାଇଙ୍କ ସମେତ ଅନ୍ୟ କର୍ମଚାରୀ ଓ ସହରବାସୀ ଉପସ୍ଥିତ ଥିଲେ।












Leave a Reply