Spread the love

ଦୋଳବେଦୀ ଛକ ଡାକଘର ସ୍ଥାନାନ୍ତର ନେଇ ଧାରଣା
ନିମାପଡ଼ା,

ନିମାପଡ଼ା : ଦର୍ଶନ ସମୀକ୍ଷା

ଦୀର୍ଘ ୪୭ ବର୍ଷର ଦୋଳବେଦୀ ଛକ ଡ଼ାକଘରକୁ ନିମାପଡ଼ା ମୁଖ୍ୟ ଡ଼ାକଘର କାର୍ଯ୍ୟାଳୟ ସହିତ ମିଶାଇ ବେବା କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ନିମାପଡ଼ା ବାସୀ ନାପସନ୍ଦ କରି ଏ ସଂକ୍ରାନ୍ତରେ ପୁନଃ ବିଚାର କରିବା ପାଇଁ ଦାବି କରି ଆଜି ସକାଳ ସମୟରେ ଜାଗ୍ରତ ଯୁବଶକ୍ତି ସଂଗଠନ,ବରିଷ୍ଠ ନାଗରିକ ମଞ୍ଚ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ଉକ୍ତ ଡ଼ାକଘରଟି ପୁରୀ ଜିଲ୍ଲାରେ ଅନ୍ୟତମ ଡାକଘର ଭାବେ ବିବେଚିତ ହୋଇଥିବା ଦୃଷ୍ଟାନ୍ତ ରହିଛି | ଏଠାରେ ଦୈନିକ ୨୦୦ରୁ ଉର୍ଦ୍ଧ ଗ୍ରାହକ ବିଭିନ୍ନ କାମ ଶାନ୍ତି ଶୃଙ୍ଖଳାରେ କରିଥିବା ସୂଚନା ଦେଇ ଏଠାରୁ ଡ଼ାକଘର ଉଠିଗଲେ ଅନେକ ଗ୍ରାହକ ଗହଳି ମଧ୍ୟରେ ଯିବା ପସନ୍ଦ କରିବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ । ଏହି ଡ଼ାକଘର ଦ୍ବାରା ବାର୍ଷିକ ୨୦ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ ବୋଲି ଡ଼ାକ ବିଭାଗ ସହିତ ଜଡ଼ିତ କର୍ମଚାରୀ / ଏଜେଣ୍ଟମାନେ ସୂଚନା ଦେଇ ସରକାର ଜନସ୍ବାର୍ଥ ଦୃଷ୍ଟିରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଜାଗ୍ରତ ଯୁବଶକ୍ତି ସଂଗଠନ,ବରିଷ୍ଠ ନାଗରିକ ମଞ୍ଚ ଦାବି କରିବା ସହ ଆନ୍ଦୋଳନ କରିଛନ୍ତି । ଏହି ବାବଦରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଦୃଷ୍ଟି ଦେବେକୁ ଆନ୍ଦୋଳନ କାରୀମାନେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବେଣୁଧର ସେଠି, ମାଧବ ମଳିକ, ଆର୍ତବନ୍ଧୁ ସେନାପତି, ବରିଷ୍ଠ ନାଗରିକ ମଞ୍ଚ ସଭାପତି ପ୍ରମୋଦ ମହାନ୍ତି, ନିମାପଡ଼ା ପ୍ରେସ୍ କ୍ଲବ୍ ସଭାପତି ଅକ୍ଷୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *