ରାଉଲକେଲା // ସାମାଜିକ ଅନୁଷ୍ଠାନ ଶାରଳା ପରିବାର ତରଫରୁ ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ଠାରେ ମା ଶାରଳାଙ୍କ ପୂଜା, ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଭଜନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି

Spread the love

ଶାରଳା ପରିବାରର ମା ଶାରଳାଙ୍କ ପୂଜା ……

ରାଉରକେଲା: (ଦର୍ଶନ ସମୀକ୍ଷା)

ସାମାଜିକ ଅନୁଷ୍ଠାନ ଶାରଳା ପରିବାର ତରଫରୁ ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ସୋମନାଥ ମନ୍ଦିର ଠାରେ ମା ଶାରଳାଙ୍କ ପୂଜା, ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଭଜନ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଭାତ କିଶୋର ସ୍ବାଇଁ ଓ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀ ଙ୍କ ଆବାହକତ୍ୱରେ ଆୟୋଜିତ ଏହି ସମସ୍ତ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ କେଦାର ପ୍ରସାଦ ଦାସ ଓ ପ୍ରମିଳା ଦାସ ତଥା ପୂଜକ ଭାବେ ସଞ୍ଜୟ ପଣ୍ଡା ଦାୟିତ୍ଵ ତୁଲାଇଥିଲେ। ସେହିପରି ଉପସ୍ଥିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପଣା ବଣ୍ଟନ ସହ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଥିଲା। ସେହିପରି ଯୁବଜ୍ୟୋତି କଳା ପରିଷଦ ତରଫରୁ ମାନସୀ ଦେ ଙ୍କ ସଂଯୋଜନାରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶୁଭ୍ରାରାଣୀ କର, ଦେବେନ୍ଦ୍ର ରଣା, ରଶ୍ମିପ୍ରିୟା ରଣା, ଶୁଭଶ୍ରୀ ଭୋଇ, ଲିଲିରାଣୀ ପଣ୍ଡା, ସମୃଦ୍ଧି ପ୍ରତିପ୍ରିତି,ଶରତ ପଣ୍ଡା ପ୍ରମୁଖ ଭଜନ ପରିବେଷଣ କରିଥିଲେ। ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଅତିଥି ଭାବେ ଯୋଗଦେଇ ଉପସ୍ଥିତ କିଛି କର୍ମକର୍ତ୍ତା ଓ କଳା ପରିଷଦର କର୍ମକର୍ତ୍ତାଙ୍କୁ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ କୋଷାଧ୍ୟକ୍ଷ ବାଇଧର ପ୍ରଧାନ, ସସ୍ମିତା ପ୍ରଧାନ, ପ୍ରଶାନ୍ତ କୁମାର ତରେଇ,ମଳୟ ନାୟକ, ସୁଧାଂଶୁ ସୂତାର, ଗୈ।ରାଙ୍ଗ ଚରଣ ସ୍ବାଇଁ, ଭବାନୀ ଦାସ,କବିନ୍ଦ୍ର ସ୍ବାଇଁ, ସୁଶାନ୍ତ ରାଉତ, ଅକ୍ଷୟ ବାରିକ, କୈଳାଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *