ଓଡିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ଗଜପତିର ଯାଜ୍ଞସେନୀ 2ୟ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହେଲେ
ପାରଳାଖେମୁଣ୍ଡି,15/4(ତାରିଣୀ ପ୍ରସାଦ ପଣ୍ଡା): ଦର୍ଶନ ସମୀକ୍ଷା
ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର ପକ୍ଷରୁ ଓଡିଆ ସାହିତ୍ୟ ପକ୍ଷ ୨୦୨୬ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ରାଜ୍ଯରେ ଗଜପତି ଜିଲ୍ଲାର ଯାଜ୍ଞସେନୀ ଦିତୀୟ ସ୍ଥାନ ଅଧିକାର କରି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲାର ମୋହନା ହିଲ୍ ଟପ ମହାବିଦ୍ୟାଳୟ +୩ ର ଛାତ୍ରୀ ଯାଜ୍ଞସେନୀ ବେହେରା ପ୍ରଥମେ ମହାବିଦ୍ୟାଳୟ ଓ ଜିଲ୍ଲାସ୍ତରରେ ପୁରସ୍କୃତ ହୋଇ ଗତ ୧୧ ତାରିଖରେ ଭୁବନେଶ୍ଵର ବିଜେବି ମହାବିଦ୍ୟାଳୟରେ ଆୟୋଜିତ ଯୁବ ଲେଖକ ଦିବସ /ଅମୃତ ପିଢି ସରସ୍ଵତ କର୍ମଶାଳାରେ ରାଜ୍ଯ ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ଵ ହାସଲ କରିଛନ୍ତି. ଭୁବନେଶ୍ବର ଓ ୟୁ ଟି ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ମୁଖ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହି ଯାଜ୍ଞସେନୀଙ୍କୁ ପୁରସ୍କୃତ କରିଛନ୍ତି, ଯାଜ୍ଞସେନୀଙ୍କୁ ନିଜ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ନିଜ ପରିବାର ଓ ଗଜପତି ଜିଲ୍ଲାବାସୀ ଶୁଭେଚ୍ଛା ଓ ଶୁଭ କାମନା ଜଣାଇଛନ୍ତି l
ଓଡ଼ିଶାର ହିମାଳୟ ଓ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ପ୍ରଥମ କୁମ୍ଭ ମେଳା ପାଇଁ ମନ୍ତ୍ରୀ ବିଭୂତି ଜେନାଙ୍କ ନେତୃତ୍ୱରେ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି, 15/3(ତାରିଣୀ ପ୍ରସାଦ ପଣ୍ଡା ):
ଓଡ଼ିଶାର ହିମାଳୟ ତଥା ପୌରାଣିକ ପୀଠ ମହେନ୍ଦ୍ରଗିରି ଏକ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବାକୁ ଯାଉଛି। ଦୀର୍ଘ ୧୮ ବର୍ଷ ପରେ ପଡୁଥିବା ଯୁଗ୍ମ ଜ୍ୟେଷ୍ଠ ମାସ ଅବସରରେ ମହେନ୍ଦ୍ରଗିରିଠାରେ ପ୍ରଥମ ଥର ପାଇଁ ଏକ ଭବ୍ୟ କୁମ୍ଭ ମେଳା ଅନୁଷ୍ଠିତ ହେବ। ଏହି ବିଶାଳ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ମହେନ୍ଦ୍ର ଆଶ୍ରମ ଠାରେ ଅନୁଷ୍ଠିତ ଏକ ପ୍ରସ୍ତୁତି ବୈଠକରେ ବାଣିଜ୍ୟ,ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଯୋଗ ଦେଇଥିଲେ।

ଏହି ବିଶାଳ ଧାର୍ମିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ଅଞ୍ଚଳବାସୀଙ୍କ ସହଯୋଗ ଲୋଡ଼ିଥିଲେ । ସ୍ଥାନୀୟ ଅଞ୍ଚଳବାସୀ ଓ ପ୍ରଶାସନଙ୍କ ସହିତ ସେଠାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଜ୍ୟେଷ୍ଠ ମାସରେ ଦୁଇଟି ପୂର୍ଣ୍ଣିମା ପଡୁଥିବାରୁ ଏହାକୁ ‘ଯୋଡା ଜ୍ୟେଷ୍ଠ’ କୁହାଯାଏ। ଯାହା ଏକ ବିରଳ ସଂଯୋଗ। ଏହି ପବିତ୍ର ସମୟରେ ମହେନ୍ଦ୍ରଗିରିରେ କୁମ୍ଭ ସ୍ନାନର ଆୟୋଜନ ଶ୍ରଦ୍ଧାଳୁଙ୍କ ପାଇଁ ଏକ ନୂଆ ଅନୁଭୂତି ସହ ଅଧ୍ୟାତ୍ମିକ ଆଶୀର୍ବାଦ ପ୍ରାପ୍ତ ହେବ I ଏଭଳି ପବିତ୍ର ସମୟ ଆସିଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖାଦେଇଛି। ମହେନ୍ଦ୍ରଗିରିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପ୍ରଥମ ଥର ପାଇଁ କୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହା ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ବୈଠକରେ ହଜାର ହଜାର ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ପାନୀୟ ଜଳ, ଆଲୋକୀକରଣ, ଶୌଚାଳୟ, ସୁରକ୍ଷା ଏବଂ ଗମନାଗମନର ସୁବିଧା ଉପରେ ସବିଶେଷ ଆଲୋଚନା ହୋଇଛି। ଏନେଇ ପାଞ୍ଚ ଜଣିଆ କୋର କମିଟି ଗଠନ କରାଯାଇଛି। ଭକ୍ତମାନେ ଯେପରି ସୁରୁଖୁରୁରେ ଦର୍ଶନ ଓ ପବିତ୍ର ସ୍ଥାନରେ କିପରି ସ୍ନାନ କରିପାରିବେ ସ୍ୱେଚ୍ଛାସେବୀଙ୍କ ମୁତୟନ ନେଇ ରଣନୀତି ପ୍ରସ୍ତୁତ କରାଯାଇଛି। ଏହି ପର୍ବତ ଶୃଙ୍ଗର ଆଧ୍ୟାତ୍ମିକ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ବେଳେ ଏହି ମେଳା କେବଳ ଧାର୍ମିକ ନୁହେଁ ବରଂ ଗଜପତି ଜିଲ୍ଲାର ପର୍ଯ୍ୟଟନ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ବୈଠକରେ ମତ ପ୍ରକାଶ ପାଇଛି।
ଉକ୍ତ କାର୍ଯ୍ୟକ୍ରମରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ କାମଦେବ ବଡ଼ନାୟକ, ରାୟଗଡ଼ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ସ୍ଵାମୀ ଭାସ୍କର ତୀର୍ଥ ଲକ୍ଷ୍ମୀବାବା, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜିଲ୍ଲା ସଂଘ ଚାଳକ ରାଧା କୃଷ୍ଣ ଜାନି, ଗଞ୍ଜାମ ସହ ବିଭାଗ କାର୍ଯ୍ୟବାହ ଜୁରୀଆ ଜାନି, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ ଇକୋ ଡେଭେଲପମେଣ୍ଟ କମିଟିର ସଭାପତି ସନିଆ ଧାଙ୍ଗଡ଼ା ଭୂୟାଁ, ବରିଷ୍ଠ ବିଜେପି ନେତା ସିଦ୍ଧେଶ୍ଵର ମିଶ୍ର, ଜଗା ମହାପାତ୍ର, ଏ ଶ୍ରୀନିବାସ ରାଓ, ମାନସ ରଞ୍ଜନ ପଟ୍ଟନାୟକ, କାହ୍ନୁ ଚରଣ ଭୂୟାଁ, ଭାଗବତ ପାଇକ, ଗୌରାଙ୍ଗ ଗୌଡ ଙ୍କ ସମେତ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି, ବୁଦ୍ଧିଜୀବୀ, ଅଞ୍ଚଳବାସୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ଦେବା ସହ ଏହି କୁମ୍ଭ ମେଳା ଯେପରି ସମ୍ପୂର୍ଣ ଭାବେ ସଫଳ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଥିଲେ l
ଚୋରାଚାଲାଣ ପାଇଁ ଗଛିତ ଥିବା 2 ଲକ୍ଷ ଟଙ୍କାର ପିଆଶାଳ କାଠକୁ ବନ ବିଭାଗ ଜବତ କଲା
ପାରଳାଖେମୁଣ୍ଡି, 15/4(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲା ମୋହନା ବ୍ଲକରେ ଚୋରାଚାଲାଣ ପାଇଁ ଲୁଚାଇ ରଖା ଯାଇଥିବା 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ ପିଆଶାଳ କାଠଗଣ୍ଡିକୁ ବନବିଭାଗ ତରଫରୁ ଜବତ କରାଯାଇଥିବା ସୂଚନା ମିଳିଛି. ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ କେ ନାଗରାଜୁ ନିଦେଶକ୍ରମେ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋଇ ଓ ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ରୂପକ ପ୍ରଧାନ ବିଶେଷ ସୂତ୍ରରୁ ଖବର ପାଇ ବନପାଳ ଓ ଜଙ୍ଗଲ ସୁରକ୍ଷା ଟିମଙ୍କୁ ନେଇ ଜରଉ ପଂଚାୟତର ଯୁବ ଗ୍ରାମ ନିକଟ ଜଙ୍ଗଲରେ ଗତ 14 ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଚଢ଼ାଉ କରିଥିଲେ. ଜଙ୍ଗଲ ମଧ୍ୟରେ ଲୁକ୍କାୟିତ ଭାବେ ଚୋରାଚାଲାଣ ପାଇଁ ରଖା ଯାଇଥିବା 2 ଲକ୍ଷ ଟଙ୍କାରୁ ଉର୍ଦ୍ଧ ପିଆଶାଳ ଗଣ୍ଡିକୁ ଜବତ କରାଯାଇଥିଲା.

ଗଜପତି ଜିଲ୍ଲାରେ ଜଙ୍ଗଲର ସୁରକ୍ଷା ପାଇଁ ଅମୁଲ୍ୟ ବନ ସମ୍ପଦକୁ କାଟି ଚୋରାଚାଲାଣ ପାଇଁ ରଖିଥିବା ଚୋରା କାଠ ବେପାରୀଙ୍କୁ ଅତି ତୁରନ୍ତ ଗିରଫ ପାଇଁ ବନ ବିଭାଗ ତଦନ୍ତ ଜାରି ରହିଥିବା ବନବିଭାଗ ତରଫରୁ ସୂଚନା ମିଳିଛି.












Leave a Reply