ଆଜି ଐତିହାସିକ ‘ଜାଲିଆନାୱାଲା’ବାଗ୍ ଦିବସ ପାଳିତ ହେଉଅଛି। ୧୯୧୯ମସିହା ଆଜିର ଦିନରେ ପଞ୍ଜାବରାଜ୍ୟର ‘ଜାଲିଆନାୱାଲା’ ବାଗ୍ ଠାରେ ବୈଶାଖି ଉତ୍ସବ ପାଳନ ଅବସରରେ ଜେନେରାଲ ଡାୟାର ହଜାର ହଜାର ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇଥିଲା।ଯାହା ଦ୍ଵାରା କି ହଜାର ହଜାର ଲୋକ ଗୁଳି ଖାଇ ପ୍ରାଣ ହରାଇଥିଲେ ଓ ରକ୍ତର ନଦୀ ବହିଲା।

ସେହି ଦିନ ୧୨ବର୍ଷ ର ବାଳକ ସହିଦ ଭଗତ ସିଂହ ବିଦ୍ୟାଳୟ ଛାଡ଼ି ସେଠାରେ ପହଞ୍ଚି ରକ୍ତ ଭିଜା ମାଟିକୁ ଏକ ବୋତଲରେ ଭର୍ତ୍ତିକରି ସପଥ ନେଇ ଥିଲେ ଦେଶକୁ ସ୍ୱାଧୀନ କରିବା ପାଇଁ । ଏବଂ ଆଉ ଜଣେ ବାଳକ ସହିଦ ଉଦାମ ସିଂହ ସପଥ ନେଇଥିଲେ, ଜେନେରାଲ ଡାୟାର କୁ ମାରି ପ୍ରତିଶୋଧ ନେବାପାଇଁ। ଉଭୟଙ୍କ ସପଥ ଉଭୟ ପୁରଣ କରିଥିଲେ।ଗଣତନ୍ତ୍ର ନାମରେ ଆଜି ଆମ ଦେଶର ସରକାର ଆମ ଉପରେ ଗୁଳି ଚଳାଇବା ପାଇଁ ପଛାଉ ନାହିଁ।
ଆଜି ଏହି ଅବସରରେ ସମସ୍ତ,ଲେଖକ, କବି, ସାହିତ୍ୟିକ ମହୋଦୟା, ମହୋଦୟ ଙ୍କୁ ବିନମ୍ର ନିବେଦନ ତାଙ୍କର ଲେଖନୀ ମୁନ ଶାଣିତ କରନ୍ତୁ।ଆଗାମୀ ପିଢି ଅଥର୍ବ, ଭୀରୁ,କାପୁରଷ,ଓ କାହାରି ଗୋଲାମ ନ ସାଜୁ।












Leave a Reply