କେନ୍ଦ୍ରାପଡା// ଚିହ୍ନି ରଖନ୍ତୁ ବାବୁଙ୍କୁ….ସାମ୍ବାଦିକ ନାମରେ କଳଙ୍କ, ପୋଲିସ ଦ୍ୱାରା ଗିରଫ… ଜିଲ୍ଲା ପରିଷଦ ସଭାପତିଙ୍କୁ ଧମକ ଓ ଜାତିଆଣ ଆକ୍ଷେପ -ରତ୍ନାକର ପରିଡା (ଦର୍ଶନ ସମୀକ୍ଷା)କେନ୍ଦ୍ରାପଡା

Spread the love

ଚିହ୍ନି ରଖନ୍ତୁ ବାବୁଙ୍କୁ….ସାମ୍ବାଦିକ ନାମରେ କଳଙ୍କ, ପୋଲିସ ଦ୍ୱାରା ଗିରଫ… ଜିଲ୍ଲା ପରିଷଦ ସଭାପତିଙ୍କୁ ଧମକ ଓ ଜାତିଆଣ ଆକ୍ଷେପ
ଅଭିଯୁକ୍ତ ନିଳାଦ୍ରି ତ୍ରିପାଠୀ ଗିରଫ
କେନ୍ଦ୍ରାପଡ଼ା,୧୦ା୪: ରତ୍ନାକର ପରିଡା (ଦର୍ଶନ ସମୀକ୍ଷା) କେନ୍ଦ୍ରାପଡା ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କୁ ଧମକ ଦେବା ଓ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଘଟଣାରେ କେନ୍ଦ୍ରାପଡା ଟାଉନ ଥାନା ପୋଲିସ ବଣିଆମାଳ ଗ୍ରାମର ଅଭିଯୁକ୍ତ ନିଳାଦ୍ରି ଭୂଷଣ ତ୍ରିପାଠୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବାରିମୂଳସ୍ଥିତ ଉପକାରାଗାରକୁ ପଠାଇ ଦିଆଯାଇଛି । ଅଭିଯୋଗରୁ ପ୍ରକାଶ ଯେ ଏକ ଖବରକାଗଜରେ ଜିଲ୍ଲା ପରିଷଦ ସଭାପତିଙ୍କ ଫଟୋ ସହିତ ଏକ ସମ୍ମାନହାନୀ ସୂଚକ ଖବର ପ୍ରକାଶ ପାଇଥିଲା । ଏସମ୍ପର୍କରେ ସଭାପତି ସଂପୃକ୍ତ ଖବରକାଗଜର ସମ୍ପାଦକଙ୍କୁ ପଚାରିବାରେ ସେ ସଭାପତିଙ୍କୁ ଧମକ ଚମକ ଦେବା ସହିତ ଜାତିଆଣ ଆକ୍ଷେପ କରି ଗାଳିଗୁଳଜ କରିଥିଲା । ଏସମ୍ପର୍କରେ ସଭାପତି ସୁଶ୍ରୀ ଲିଲିତା ଦାସ କେନ୍ଦ୍ରାପଡା ଟାଉନଥାନାରେ ତା ୧୩. ୦୩.୨୦୨୬ରତିଖରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଉପରେ ଟାଉନଥାନା ପୋଲିସ ପକ୍ଷରୁ ଥାନା କେଶ ନମ୍ବର ୬୦/୨୦୨୬ରେ ଭାରତୀୟ ନ୍ୟାୟ ସଂହିତାର ଧାରା ୨୯୬, ୩୫୬,୩୫୧(୨) ଏବଂ ୩ (ଆଇ) (ଆର. ଆର. ଏସ) ୨ଭିଏ ଏସସି, ଏସଟି ଦଫାରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ । ଜିଲ୍ଲାର ସର୍ବୋଚ୍ଚ ପଦରେ ଆସିନଥିବା ଜଣେ ମହିଳା ଜନପ୍ରତିନିଧିଙ୍କୁ ଧମକଚମକ ଦେବା ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିବା ଓ ମାନହାନୀ ସୂଚକ ଖବର ପ୍ରକାଶ କରିବା ଭଳି ସଂଗୀନ ଦଫାରେ ଅଭିଯୁକ୍ତ ନିଳାଦ୍ରି ଭୂଷଣ ତ୍ରିପାଠୀ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ । ତାଙ୍କ ଜାମିନ ନାମଞ୍ଜୁର ହେବାରୁ କୋର୍ଟ ତାଙ୍କୁ କେନ୍ଦ୍ରାପଡା ଉପକାରାଗାରାକୁ ପଠାଦେଇଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ ଯେ ଅଭିଯୁକ୍ତ ଶ୍ରୀ ତ୍ରିପାଠୀ ଏହା ପୂର୍ବରୁ କେତେକ ଅଧୁନା ଓ ପୂର୍ବତନ ଜନପ୍ରତିନିଧି, ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ନାମରେ, ଆଳିର ଜଣେ ସୂଚନା ଅଧିକାର କର୍ମୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ, ତତ୍କାଳୀନ ରାଜକନିକା ବିଡିଓ, ପୂର୍ବତନ ଜିଲ୍ଲା ପରିଷଦ ସଭାପତିଙ୍କ ସମେତ ବହୁ ରାଜନୈତିକ ଦଳର କର୍ମକର୍ତ୍ତା ଓ ସରକାରୀ ଅଧିକାରୀଙ୍କ ନାମରେ ମିଥ୍ୟା, ମନଗଢା ଓ ସମ୍ମାନହାନୀ ସୂଚକ ଖବର ପ୍ରକାଶ କରି ସେମାନଙ୍କୁ ବ୍ଲାକମେଲିଙ୍ଗ କରି ଅର୍ଥ ଆଦାୟ କରିବାକୁ ପ୍ରୟାସ କରିଥାଏ । ଏଭଳି ଅଭିଯୋଗ ତାଙ୍କ ନାମରେ ଆଳି ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ହୋଇଥିବା ନେଇ ସୂଚନା ମିଳିଛି । ସେ ଜଣେ ଅଭ୍ୟାସଗତ ନିୟମ ଉଲ୍ଲଙ୍ଘନକାରୀ ଓ ଲୋକମାନଙ୍କୁ ବାରମ୍ବାର ବ୍ଲକମେଲିଂ କରି ଅର୍ଥ ଆଦାୟ କରୁଥିବା ବ୍ୟକ୍ତି ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *