ଗଜପତି // ଅବକାରୀ ବିଭାଗର ଧୂଆଁ ଧାରଚଢାଉ , ବ୍ୟାପକ ପରିମାଣର ଚୋରା ଦେଶୀ ମଦ ଓ ମହୁଲ ପୋଚ ଜବତ, ଖଣି ବିଭାଗ ଦ୍ୱାରା ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଓ ଜେସିବି ଜବତ, ଓ ଓଡ଼ିଶା ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଗଜପତିରେ ଆନ୍ଧ୍ର – ଓଡିଶା ଅବକାରୀଟିମର ଚଢାଉ, ବ୍ୟାପକ ପରିମାଣର ଚୋରା ଦେଶୀ ମଦ ଓ ମହୁଲ ପୋଚ ଜବତ ପାରଳାଖେମୁଣ୍ଡି, 9/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ଅବକାରୀ ବିଭାଗ ଓ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ମିଳିତ ଅବକାରୀ ଚଢଉ କରାଯାଇ ବହୁ ପରିମାଣରେ ଦେଶୀ ଚୋରା ମଦ ଏବଂ ମହୁଲ ପୋଚ ଜବତ କରାଯାଇଥିବା ସୂଚନା ମିଳିଛି । ଏହି ଜିଲ୍ଲାର ଗୋଷାଣି ବ୍ଲକ ଅନ୍ତର୍ଗତ ଗାରାବନ୍ଧ ଥାନା ବଡବୁରୁଝୋଲି ଅଞ୍ଚଳରୁ ୩୪୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଥିବା ବେଳେ ୩ ୬୦୦ ଲିଟର ମହୁଲ ପୋଚ ଜବତ ହୋଇଛି. ସେହିପରି ସାନବୁରୁଝୋଲି ଗ୍ରାମାଞ୍ଚଳରେ ୨୬୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଥିବା ବେଳେ ୨୮୦୦ ଲିଟର ମହୁଲ ପୋଚ ଜବତ ହୋଇଛି। ଏଥି ସହ ଏହି ମିଳିତ ଆନ୍ଧ୍ର ଓ ଓଡିଶାଟିମ୍ ପାରଳାକେମୁଣ୍ଡି ଆଦର୍ଶ ଥାନା ସିଙ୍ଗିପୁର ଗ୍ରାମାଞ୍ଚଳରେ ଚଢଉ କରି ୪୮୦ ଲିଟର ଦେଶୀ ରନ୍ଧାମଦ ଏବଂ ୪୧୦୦ ଲିଟର ମହୂଲ ପୋଚ ଜବତ କରିଛନ୍ତି. ଏହି ଚଢ଼ଉରେ ୧୦୮୦ ଲିଟର ରନ୍ଧା ଦେଶୀମଦ ସହ ୧୦ହଜାର ୫୦୦ ଲିଟର ମହୁଲ ପୋଟ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ ମଦରନ୍ଧା ସାମଗ୍ରୀ ଏବଂ ମହୁଲପୋଚ ଗଚ୍ଛିତ ସାମଗ୍ରୀକୁ ଜବତ କରାଯାଇଥିବା ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି। ଏହି ଚଢ଼ଉରେ ଉଭୟ ଓଡ଼ିଶାର ଗଜପତି ଜିଲ୍ଲା ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଅବକାରୀ ବିଭାଗର ବହୁ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ ।
ଗଜପତି ଖଣି ବିଭାଗ ଦ୍ୱାରା ଚୋରା ବାଲି ଚାଲାଣ ବେଳେ ଟ୍ରାକ୍ଟର ଓ ଜେସିବି ଜବତ ପାରଳାଖେମୁଣ୍ଡି, 9/3(ତାରିଣୀ ପ୍ରସାଦ ପଣ୍ଡା ):

ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠ ଗ୍ରାମ ନିକଟରୁ ବେଆଇନ ଓ ଚୋରା ବାଲି ଚାଲାଣ ଅଭିଯୋଗରେ 2 ଗୋଟି ଟ୍ରାକ୍ଟରକୁ ଜବତ କରାଯାଇଥିବା ସୂଚନା ମିଳିଛି.ଗଜପତି ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା ଏହି ଘଟଣା ନେଇ କହିଛନ୍ତି, ଚୋରା ବାଲିଚାଲାଣରେ ଜବତ ହୋଇଥିବା 2 ଗୋଟି ଟ୍ରାକ୍ଟର ମଧ୍ୟରୁ ଜରିମାନା ପଇଠ କରି ଗୋଟିଏ ଟ୍ରାକ୍ଟରକୁ ଖଲାସ କରାଯାଇଛି. ଅନ୍ୟ ଏକ ଟ୍ରାକ୍ଟର ଖଣି ଅଫିସ ସମ୍ମୁଖରେ ଜବତ ହୋଇ ରହିଛି. ସେହିପରି ସେହି ଜିଲ୍ଲାର କାଶୀନଗର ବଂଶଧାରା ନ‌ଦୀ ତଟରେ ଥିବା ଶ୍ମଶାନ ଘାଟ ନିକଟରୁ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରାରେ ବାଲିଚାଲାଣ ହେଉଥ‌ିବା ବିଶେଷ ସୂତ୍ରରୁ ଖବର ପାଇ ଚଢଉ କରାଯାଇ ଗୋଟିଏ ଟ୍ରାକ୍ଟର ଓ ଗୋଟିଏ ନଂ ବିହୀନ ଜେସିବିକୁ ଜବତ କରାଯାଇ ପୋଲିସକୁ ହସ୍ତାନ୍ତର କରାଯାଇଛି.

Oplus_131072

ସରକାର ଓ ଜିଲ୍ଲା ପ୍ରଶାସନର ନିର୍ଦେଶକ୍ରମେ ଚୋରା ବାଲିଚାଲାଣକୁ ସମ୍ପୂର୍ଣ ରୂପେ ବନ୍ଦ କରିବା ପାଇଁ ଖଣି ବିଭାଗ ସଜାଗ ରହି ତଦନ୍ତ ଜାରି ରଖିଥିବା ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡା ସୂଚନା ଦେଇଛନ୍ତି.
ଗଜପତିରେ ଓଡ଼ିଶା ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି,୯.୦୪.(ତାରିଣୀ ପ୍ରସାଦ ପଣ୍ଡା):

ଓଡ଼ିଶା ପକ୍ଷ ପାଳନ ଉପଲକ୍ଷେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନୀଦ୍ର ହୋନନାଗା ଓ ଫାଲଗୁନୀ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋରମା ଦେବୀ ଓ ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ସାହୁ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Oplus_131072

ଓଡ଼ିଆ ପକ୍ଷ ପାଳନର ଅବସରରେ ପ୍ରତ୍ୟେକ ନାଗରିକ ଓ ବ୍ୟକ୍ତି ବିଶେଷଙ୍କୁ ଉତ୍ସାହିତ କରିବା ସହ ” ଆସ ବହିଟିଏ କିଣିବା ” ଆମ ମାତୃଭାଷା ଆମ ସ୍ବାଭିମାନକୁ ବଳବତ୍ତର ରଖି ଓଡ଼ିଆ କବି, କବୟିତ୍ରୀ , ପ୍ରାବନ୍ଧିକ,ଲେଖକ ଙ୍କୁ ଉତ୍ସାହିତ କରିବା ଓଡ଼ିଆ ରେ ନୂତନ ସୃଷ୍ଟିର ଆବିଷ୍କାର ସହ ନୂତନ ପାଠକ ପାଠିକା ନିର୍ମାଣ କରି ସମାଜକୁ ଦିଗଦର୍ଶନ ପ୍ରଦାନ କରିବାରେ ସହାୟକ ହୋଇପାରିବ । ସେହିପରି ଜିଲ୍ଲା ସମସ୍ତ ବ୍ଲକ କାର୍ଯ୍ୟଳୟ ରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି।

Leave a Reply

Your email address will not be published. Required fields are marked *