ଆନ୍ଧ୍ର ସହ ଆଲୋଚନା ମାଧ୍ୟମରେ ନେରେଡି ପ୍ରସଙ୍ଗର ସମାଧାନ କରାଯିବ – ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ପାରଳାଖେମୁଣ୍ଡି, 9/3(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା
ନେରେଡ଼ି ପ୍ରକଳ୍ପ ପ୍ରସଙ୍ଗରେ ସମାଧାନ ପାଇଁ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରାଯିବ। ଏଥିପାଇଁ ନୂତନ ଭାବେ ଏକ ସ୍ବତନ୍ତ୍ର କମିଟି ଗଠନ କରାଯିବ ବୋଲି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଗତକାଲି ଗଜପତି ଜିଲ୍ଲା ମୋହନା ଗସ୍ତ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି, ଆନ୍ଧ୍ରପ୍ରଦେଶ ସହ ବଂଶଧାରା, କୋଟିଆ ଓ ପୋଲାଭରମ ପରି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ସମାଧାନ ପାଇଁ ମଧ୍ୟ ଓଡିଶା ସରକାର ଉଦ୍ୟମ କରୁଛନ୍ତି। ତେଣୁ ସେପରି ଭାବେ ନେରେଡି ପ୍ରସଙ୍ଗ ନେଇ ଓଡିଶା ସରକାର ସମ୍ପୂର୍ଣ ସଜାଗ ରହିଛନ୍ତି. ଆଲୋଚନା ମାଧ୍ୟମରେ ନେରେଡି ପ୍ରସଙ୍ଗ ସହ ଅନ୍ୟାନ୍ୟ ପ୍ରସଙ୍ଗକୁ ମଧ୍ୟ ସମାଧାନ କରାଯିବ.ଏଠାରେ ଉଲ୍ଲେଖଯୋଗ୍ୟଯେ, ଗତକାଲି ସନ୍ଧ୍ୟାରେ ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗଜପତି ଜିଲ୍ଲାର ମୋହନା ବ୍ଲକରେ ଥିବା ମାଣିକପୁର କେଶରୀନଗର ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ | ଯଜ୍ଞରେ ଆହୁତି ଓ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସାଧାରଣ ସଭାରେ ଯୋଗ ଦେଇ ସମ୍ବୋଧିତ କରିଥିଲେ। ଆଗାମୀ ଦିନରେ ଜିଲ୍ଲାର ବିକାଶ ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି
ସେ କହିଥିଲେ। ଏହି ଗସ୍ତରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଗଜପତି ଜିଲ୍ଲା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଓ ଗଜପତି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କାମଦେବ ବଡ଼ନାୟକଙ୍କ ସମେତ ବହୁ ନେତୃ ବୃନ୍ଦ ଓ କର୍ମୀ ପ୍ରମୁଖ ଯୋଗ ଦେଇଥିଲେ |












Leave a Reply