ପୋଲିସର ନିଷ୍କ୍ରିୟତା ଯୋଗୁଁ ବାରମ୍ବାର ନିୟୁ ସୁନ୍ଦରବନକୁ ନଷ୍ଟ କରୁଛନ୍ତି ଦୁର୍ବୃତ୍ତ
ଫୁଲନଖରା ୭/୪(ଦର୍ଶନ ସମୀକ୍ଷା) ସଦର ଥାନା ଅଧୀନ ଉଷୁମା ସ୍ଥିତ ଦେଓକାଳୀ ପଠାରେ ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଡସ ଦ୍ୱାରା ସଂସ୍ଥାପିତ ନିୟୁ ସୁନ୍ଦରବନ ଜଙ୍ଗଲରେ କେହି ଦୁର୍ବୃତ୍ତ ହୀନ ଉଦ୍ୟେଶ ରଖି ପୁଣି ଥରେ ଦୁଇ ଶହରୁ ଅଧିକ ଆମ୍ବ ଗଛକୁ ଭାଙ୍ଗି ନଷ୍ଟଭ୍ରଷ୍ଟ କରିଦେଇଛି । ଗତ ୧୦ ଦିନ ତଳେ କିଏ ନିଆଁ ଲଗାଇ ଦେବାରୁ ଦୁଇ ହଜାର ରୁ ଉର୍ଦ୍ଧ୍ୱ ଗଛ ପୋଡିଯାଇଥିଲା । ଏ ବାବଦରେ ସଂଗଠନ ତରଫରୁ ସଦର ଥାନା ରେ ଅଭିଯୋଗ କରିବାରୁ ପୁଲିସ ଘଟଣାସ୍ଥଳକୁ ଯାଇ ବାସ୍ତବତାକୁ ପରଖି ଯାଇଥିଲେ ବି ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇନ ଥିଲା । ଏଥିରୁ ଉତ୍ସାହିତ ହୋଇ ଦୁର୍ବୃତ୍ତ ପୁଣି ଥରେ ଜଙ୍ଗଲ ନଷ୍ଟ କରିବାକୁ ସାହସ ପାଇଛି ବୋଲି ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଡସ ସଂଗଠନ ତଥା ସଦର ପ୍ରେସ କ୍ଲବର ଉପଦେଷ୍ଟା ଶ୍ରୀସନ୍ନ୍ୟାସୀ ଜୀ ପ୍ରକାଶ କରିଛନ୍ତି । ୧୦ରୁ ଉର୍ଦ୍ଧ୍ୱ ଜଙ୍ଗଲ ସୃଷ୍ଟି କରି ପାରିଥିବା ହିନ୍ଦୁସ୍ଥାନ ହେଲପିଂ ହ୍ୟାଣ୍ଡ ସଂଗଠନ ଗତ ଦୁଇ ବର୍ଷ ତଳେ ବିନା କୌଣସି ସରକାରୀ ସହାୟତାରେ ସିଢୁଆ ନଦୀ ପଠାରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଚାରା ରୋପଣ କରି ସେଥିରେ ଯତ୍ନ ସହକାରେ ସାର, ଖତ ଏପରିକି ଟ୍ୟାଙ୍କର ଯୋଗେ ପାଣି ଦେଇ ଗଛ ଗୁଡିକୁବଢ଼ାଇ ଆସୁଥିଲେ । କିନ୍ତୁ କିଛି କୁସ୍ଚିତ ଲୋକ ସେଥିରେ ନିଆଁ ଲଗାଇ ଦେଇଥିଲେ । ପୋଡି ଯାଇଥିବା ଗଛରେ ହାଇଡ୍ରୋଜେନ ପେରକ୍ସlଇଡ ଆଦି ରସାୟନ ପ୍ରୟୋଗ କରି ସେଗୁଡିକୁ ବଞ୍ଚାଇବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ଗତକାଲି ଦୁର୍ବୃତ୍ତମାନେ ପୋଡ଼ିଯାଇଥିବା ଗଛ ସହିତ ଭଲ ଗଛ ଗୁଡିକୁ ବି ମୋଡିମକଚି ନଷ୍ଟ କରିଦେଇଛନ୍ତି l ଏ ଘଟଣା ସଂଗଠନର ସଦସ୍ୟଙ୍କୁ ମର୍ମାହତ କରିଛି । ଏ ବାବଦରେ ଡିସିପିଙ୍କ ଆଗରେ ଗୁହାରି କରିଵା ପାଇଁ ସଂଗଠନ ସଜବାଜ ହେଉଥିବାର ଜଣାପଡିଛି ।












Leave a Reply