Spread the love

ଅପ୍ରିୟ କଥା !
(ଭାରତ ରତ୍ନ – ଏକ ପ୍ରଶ୍ନବାଚୀ ??? )
ଫଟୋ ବି କଥା କହେ ।
ପୋଷ୍ଟଟି ଲମ୍ବା ସେଥିପାଇଁ କ୍ଷମା ପ୍ରାର୍ଥୀ।ସ୍ୱାଭିମାନୀ ଓଡ଼ିଆ ଭାବରେ ସ୍ବର୍ଗତ ବିଜୁବାବୁଙ୍କ ପାଇଁ ଟିକେ ସମୟ ଦେଇ ପଢ଼ିବେ ଆଜ୍ଞା।

ସ୍ୱର୍ଗତ ବିଜୁବାବୁଙ୍କୁ ଭାରତରତ୍ନ ଦେବାର ପ୍ରତିବନ୍ଧକ ସାଜିଛନ୍ତି ଓଡ଼ିଶାର ସାଂସଦ ଗଣ ।ଦୀର୍ଘ ୨୦୧୨ ରୁ ପ୍ରତିବର୍ଷ କବିତା ମାଧ୍ୟମରେ (୧୦/୧୨ କବିତା ସବୁ ଏଠି ପୋଷ୍ଟ କରିବା ସମ୍ଭବ ନୁହେଁ) ମୁଁ ସୋସିଆଲ ମିଡିଆରେ ଲେଖି ଆସୁଛି ।UPA/NDA ନିଜର ଭୋଟ ପାଇଁ ଅଦରକାରୀ ବ୍ୟକ୍ତିଙ୍କୁ ସମ୍ମାନିତ କରି ବିଜୁ ବାବୁଙ୍କ ପ୍ରତି ଧ୍ୟାନ ଦେଉ ନାହାଁନ୍ତି।

ବିଜୁ ବାବୁଙ୍କ ପ୍ରତି ନିଶିକାନ୍ତ ଦୁବେଙ୍କ କଟାକ୍ଷ ଉପରେ ଓଡ଼ିଶାର ୨୦ ସାଂସଦ ତୁଣ୍ଡି ଦେଇ ବସିଥିଲେ।ଲାଗୁଥିଲା ସତେ ଯେମିତି ଏଇ ସାଂସଦ ମାନେ ପ୍ରାୟୋଜିତ କରିଥିଲେ ଦୁବେଙ୍କୁ ନେଇ କାରଣ ବିଜୁବାବୁ ନବିନଙ୍କ ବାପା ବୋଲି । ସାତ ଜନ୍ମ ନେଲେ ତମେ ବିଜୁବାବୁଙ୍କ ପରି ଦେଶଭକ୍ତ ହୋଇ ପାରିବନି ।ତାଙ୍କୁ ବିରୋଧ କରି ନିଜର ସ୍ଵାଭିମାନ ହରେଇବାକୁ ବ୍ୟତୀତ କିଛି ଲାଭ ହେବନି ।ରାଜନୀତି ଦୋଷାରୋପ ଓ କାଦୁଆ ଫିଙ୍ଗା ଠାରୁ ବିଜୁବାବୁ ବହୁ ଉର୍ଦ୍ଧ୍ୱରେ। ତେଣୁ ଓଡ଼ିଶା ବାସୀଙ୍କ ଭାବନା ପ୍ରତି ଆଘାତ ଦେଇଛନ୍ତି ସାଂସଦ ମାନେ ।

ସ୍ବର୍ଗତ ବିଜୁବାବୁଙ୍କ ପ୍ରତି ବୈମାତୃକ ଭାବ କାହିଁକି ? ୪.୫ କୋଟି ଓଡିଆଙ୍କ ପ୍ରତି ଏ ଅବହେଳା କାହିଁକି ? ହୁଏତ ଏ ପ୍ରସ୍ତାବକୁ କିଛି ବ୍ୟକ୍ତି ଅଗ୍ରାହ୍ୟ କରି ପାରନ୍ତି ଏହା ସେମାନଙ୍କର ବ୍ୟକ୍ତିଗତ ଆକ୍ରୋଶ ହୋଇପାରେ ।କିନ୍ତ୍ ଦଳ ମତ ନିର୍ବିଶେଷରେ ଜଣେ ସ୍ଵାଭିମାନୀ ଓଡ଼ିଆ ହିସାବରେ କେନ୍ଦ୍ର ସରକାର ଚିନ୍ତା କରିବା ଜରୁରୀ । ନିଶିକାନ୍ତ ଦୁବେଙ୍କ ବିଜୁବାବୁଙ୍କ ପ୍ରତି ଆକ୍ଷେପ ଅତ୍ୟନ୍ତ ନିନ୍ଦନୀୟ ।ହେଲେ ଓଡ଼ିଶାରୁ ନିର୍ବାଚିତ ୨୦ ବିଜେପି ସାଂସଦ ମାନେ ମୁହଁରେ ତୁଣ୍ଡି ଦେଇ ବସିଛନ୍ତି ।ଦିଲ୍ଲୀର ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ କଡ଼ା ପ୍ରତିବାଦ କରିଛନ୍ତି ନିଶିକାନ୍ତ ଦୁବେଙ୍କ କଟାକ୍ଷ ଉପରେ ।ସଂସଦରେ ଧୋଇଛନ୍ତି ୨୦ ସାଂସଦଙ୍କୁ । ବିଜେପିର ଗତ ନିର୍ବାଚନରେ ୩ ଭଡାଟିଆ ସାଂସଦ (କଟକ,କେନ୍ଦ୍ରାପଡ଼ା ଓ ବ୍ରହ୍ମପୁର) ବିଜୁବାବୁଙ୍କ ନାଁ ନେଇ ରାଜନୀତି କରିଥିବା
ବେଳେ ସଂସଦ ଗୃହରେ ପଦେ ବି କହିଲେନି । ନିଜକୁ ତାଙ୍କର ପୁଅ କହୁଥିବା ସଦ୍ୟ ରାଜ୍ୟସଭାକୁ ନିର୍ବାଚିତ ରାଉରକେଲା ବାବୁ ମଧ୍ୟ ଚୁପ୍ ରହିଲେ। ବିଜେପି ସାଂସଦଙ୍କ ଠାରୁ ବିଜୁବାବୁଙ୍କ ବୀର ଗାଥା ଶୁଣିବା ସୂର୍ଯ୍ୟ ପଶ୍ଚିମ ଦିଗରୁ ଉଇଁବା ପରି ଲାଗେ । ତେଣୁ ସେମାନେ ନିଶିକାନ୍ତ ଦୁବେଙ୍କୁ କିଛି କହିବାର ସାହସ ଜୁଟେଇ ପାରିଲେନି।କଟକ ସାଂସଦ ଏତେ ସୁବିଧା ବାଦୀ ୨୫ ବର୍ଷ ସାଂସଦ ଭାବରେ ମଜା ନେଇ ନିଜର ବିବେକ ସହିତ ବିଶ୍ୱାସଘାତକ କରିଛନ୍ତି । ସେ ବୁଝିବା ଦରକାର ଦିଲ୍ଲୀର ଶାହାଜାହାନ ରୋଡରେ ସରକାରୀ ନିବାସରେ ରହିବା ଦୀର୍ଘ ଦିନର ଆଡା ପଛରେ ବିଜୁ ବାବୁଙ୍କ ଆଶୀର୍ବାଦ ରହିଛି ।ବିଜୁ ବାବୁଙ୍କ କଟକ ସମ୍ପର୍କକୁ ବି ମନେ ପକେଇଲେ ନାହିଁ ।୨୧ ସାଂସଦଙ୍କ ମଧ୍ୟରୁ ୨୦ ଜଣ ନିର୍ବାଚିତ ସାଂସଦ ପ୍ରମାଣିତ କଲେ ଯେ ସେମାନେ ଅପାରଗ ଓ ସେମାନଙ୍କ କହିବା ଅଧିକାର ବନ୍ଧା ପଡ଼ିଛି ଆଉ କାହା ପାଖରେ। ଜିଭରେ ସେ ଶକ୍ତି ନାହିଁ ।ସମସ୍ତେ ନିଜ ପଦ ବଞ୍ଚେଇବା ପାଇଁ ଚାମଚା ଗିରି କରିବାରେ ବ୍ୟସ୍ତ । ଲାଗୁଛି ବିଜୁବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଦାବୀ ନକରିବା ସାଂସଦ ମାନଙ୍କର କାର୍ଯ୍ୟ ଓ ଦୁବେଙ୍କ କାନ୍ଧରେ ବନ୍ଧୁକ ଲଗେଇ ପ୍ରଚ୍ଛଦ ପଟରେ ଲୁଛିଛନ୍ତି ।୨୦ ସାଂସଦ ବନ୍ଧୁଙ୍କୁ ଅନୁରୋଧ ଦଳୀୟ ଚାପରେ ନିଜର ବିବେକ ହରାଇ ବସନ୍ତୁ ନାହିଁ ।ବିଜୁ ବାବୁଙ୍କୁ ସମ୍ମାନ ଦେଲେ ଓଡ଼ିଶାର ଜନତା ଏମାନଙ୍କୁ ସମ୍ମାନ ଦେବେ ।ନଚେତ୍ ନାମ ନେବେ ।ଓଡ଼ିଆ ଜାତି ଭାରି ସ୍ୱାଭିମାନୀ ଜାତି ।ନିଶ୍ଚିତ ଏମାନଙ୍କୁ ପ୍ରଶ୍ନ କରିବେ ।ବିଦେଶରୁ ସର୍ବୋଚ୍ଚ ସମ୍ମାନ ପାଇଥିବା ବ୍ୟକ୍ତି ସବୁ ସମ୍ମାନ ରୁ ଉର୍ଦ୍ଦାରେ ।କିନ୍ତୁ ଆମ ଓଡ଼ିଆ ଜାତିର ସ୍ଵାଭିମାନ ଅ ମାନ ସମ୍ମାନ ପାଇଁ ଓଡ଼ିଆ ମାନଙ୍କର ଏହା ହେଉଛି ଏକ ଦାବୀ ।ତାଙ୍କ ବ୍ୟକ୍ତିତ୍ୱ ଠାରୁ ଯେତେ ସବୁ ଭାରତ ରତ୍ନ ପାଇଛନ୍ତି ମୋ ମତରେ ସମସ୍ତେ କମ୍ ।ବିବେକ ସହିତ ବିଚାର କରନ୍ତୁ ବୁଝି ପାରିବେ। ରାଜନେତା ପାଇଁ ଭାରତ ରତ୍ନ ସମ୍ମାନ ରହିଛି ବୋଧହୁଏ ।ପ୍ରକୃତରେ ଅଧିକାଂଶ ପ୍ରଧାନମନ୍ତ୍ରୀ , ରାଷ୍ଟ୍ରପତି ଓ ମନ୍ତ୍ରୀ ଅତୀତରେ ଭାରତ ରତ୍ନରେ ବିଭୂଷିତ ହୋଇଛନ୍ତି । ଗୋଟିଏ ପରିବାରରୁ ୩ ପିଢ଼ି ( ନେହେରୁ ଜି, ଇନ୍ଦିରା ଗାନ୍ଧୀ ଜି,ଓ ରାଜୀବ ଗାନ୍ଧୀ ଜି) ଏ ସୁଯୋଗ ପାଇଛନ୍ତି । ଲିଷ୍ଟ ଦେଖନ୍ତୁ ବୁଝି ପାରିବେ । ବେଳେ ବେଳେ ଲାଗେ ପ୍ରଧାନ ମନ୍ତ୍ରୀ ଓ ରାଷ୍ଟ୍ରପତି ବନିଲା ପରେ ଭାରତ ରତ୍ନ ସମ୍ଭାବନା ବେଶି ହୋଇଥାଏ । କାଠ ଫାଳିଆ ଧରି ତେନ୍ଦୁଲକର ଭାରତ ରତ୍ନ ପାଇବାକୁ ଯୋଗ୍ୟ ହେଲେ ।ସ୍ବର୍ଗତ ଧ୍ୟାନଚାନ୍ଦ ଙ୍କୁ କିଏ ପଚାରେ ?।
ବିହାର ଭୋଟ ପାଇବା ପାଇଁ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେଲ,କାରଣ ସୁଶାସନ ବାବୁ ତୁମକୁ ସମର୍ଥନ ଦେଉଛନ୍ତ ।ଆଗାମୀ ଦିନରେ ନକଲି ବିଶ୍ୱଗୁରୁ ବି ପାଇବେ କିନ୍ତୁ ବିଜୁ ବାବୁଙ୍କୁ ଦେଲା ବେଳେ ଆଗକୁ ଆସିବେ ନିଶିକାନ୍ତ ଦୁବେ ପରି ଖଳନାୟକ ଯାହାକୁ ପ୍ରଚ୍ଛଦ ପଟରେ ସମର୍ଥନ କରିବେ ସାଂସଦ ଗଣ ।

ବିଜୁ ପଟ୍ଟନାୟକ ଏମିତି ଏକ ବ୍ୟକ୍ତିତ୍ଵ ଯିଏ ଭାରତ କାହିଁକି ବିଦେଶରେ ମଧ୍ୟ ସୁନାମ ଅର୍ଜନ କରିଛନ୍ତି । ସେଥିପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ଭୂମିପୁତ୍ର ଉପାଧିରେ ସମ୍ମାନିତ କରିଛନ୍ତି । କିନ୍ତୁ ଭାରତୀୟ ରାଜନେତା ମାନେ ତାଙ୍କର ବିରତ୍ୱକୁ ବୁଝି ପାରିଲେନି ନା ରାଜନୀତି ଅଳିଆ ଚିନ୍ତାଧାରା ପାଇଁ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ସମୟ ଗାଡ଼ି ଚାଲିଛି ।ହୁଏତ ଏଇଥି ପାଇଁ ବୁଝି ପାରିଲେନି ସେ ଜଣେ ସ୍ଵାଭିମାନୀ ଓଡ଼ିଆ । ଆଧୁନିକ ଓଡ଼ିଶାର ଜଣେ ଅନ୍ୟତମ ବିନ୍ଧାଣୀ।

ଜଣେ ସ୍ଵାଭିମାନୀ ପ୍ରବାସୀ ଓଡ଼ିଆ ଭାବରେ ଉଭୟ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଅନୁରୋଧ ରାଜନୀତି ଚିନ୍ତାଧାରାରୁ ଦୂରେଇ ରହି ଦଳମତ ନିର୍ବିଶେଷରେ ସମସ୍ତେ ଆନ୍ତରିକତା ଦେଖାଇ ସ୍ବର୍ଗତ ବିଜୁ ବାବୁଙ୍କୁ ଭାରତ ରତ୍ନ ପାଇଁ ଦାବୀ କରି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରନ୍ତୁ ।ଏହା ଦ୍ୱାରା ବରଂ ଦେଶର ସର୍ବୋଚ୍ଚ ସମ୍ମାନ ଭାରତରତ୍ନର ମର୍ଯ୍ୟାଦା ବଢ଼ିବ ।
ବନ୍ଦେ ଉତ୍କଳ ଜନନୀ
ଭାରତ ମାତା କି ଜୟ
ଆପଣଙ୍କର
ମୁଁ
ଅମୀୟ ପ୍ରଧାନ

Leave a Reply

Your email address will not be published. Required fields are marked *