ସ୍କୁଟିରେ ଗଞ୍ଜେଇ ଚାଲାଣବେଳେ ଧରିଲା ଓର୍କେଲ ପୋଲିସ
୭ କିଲୋ ଗଞ୍ଜେଇ ସମେତ ସ୍କୁଟି ଜବତ, ଜଣେ ଗିରଫ
ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଞ୍ଚାୟତ ଅଧୀନ ଡ଼ାଇକ-୩ ଅଞ୍ଚଳରୁ ବାଲିମେଳା ଛକ ରାସ୍ତା ଦେଇ ମାଲକାନଗିରି ଏବଂ ସେଠାରୁ ଛତିଶଗଡ ରାଜ୍ୟର ଦନ୍ତେୱାଡା ଅଞ୍ଚଳକୁ ଏକ ସ୍କୁଟି ଗାଡି ନମ୍ବର -ସିଜି -୧୮-ଏସ -୩୧୩୭ଯୋଗେ ଚାଲାଣ ହେଉଥିଲା ଗଞ୍ଜେଇ।ଯାହାକୁ ଓର୍କେଲ ପୋଲିସ ଜବତ କରିଛି।ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିକୁ ସୋମବାର ଗିରଫ କରିବା ପରେ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତ ଜଣକ ହେଲେ ଛତିଶଗଡ ରାଜ୍ୟ ଦନ୍ତେୱାଡା ଜିଲ୍ଲା କଉକୋଣ୍ଡା ଥାନା ଅଧୀନ ବାଇଦେପାରା ଗ୍ରାମର ମୋହିତ ନାଗ -(୨୦) ବୋଲି ଜଣା ପଡିଛି ।ପୋଲିସ ସୂଚନା ଅନୁଯାୟୀ,ଏହି ଘଟଣାରେ ଗିରଫ ହୋଇଥିବା ଉପରୋକ୍ତ ବ୍ୟକ୍ତି ଡ଼ାଇକ-୩ ଅଞ୍ଚଳରୁ ଏକ ସ୍କୁଟି ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ସମ୍ବନ୍ଧରେ ଓର୍କେଲ ଥାନା ଅଧିକାରୀ ଧିରେନ ପଟ୍ଟନାୟକଙ୍କୁ ଏକ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା।ଥାନାଧିକାରୀଙ୍କ
ନିର୍ଦ୍ଧେଶ କ୍ରମେ ଶନିବାର ଏସଆଇ ମନୋହର ସାହୁଙ୍କ ନେତୃତ୍ୱରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଓର୍କେଲ ଥାନା ଅଧୀନ ବାଲିମେଳା ଛକ ନିକଟରେ ଅପରାହ୍ନ ପ୍ରାୟ ୨ ଟା ସମୟରେ ପେଟର୍ଲିଂଗ କରୁଥିଲେ।ଚିତ୍ରକୋଣ୍ଡା ତଥା ନାକାମାମୁଡି ଘାଟି ରାସ୍ତାରୁ ବାଲିମେଳା ଛକ ଦେଇ ଜଣେ ବ୍ୟକ୍ତି ଏକ ସ୍କୁଟିରେ ପୋଲିସ ଗାଡିକୁ ଦେଖି ଦ୍ରୁତ ଗତିରେ ପଳାଇ ଯାଉଥିବା ଦେଖିବାକୁ ପାଇଥିଲେ।
ସନ୍ଦେହ ହେବାରୁ ପୋଲିସ ଉକ୍ତ ସ୍କୁଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ଉକ୍ତ ସ୍କୁଟିର ଡ଼ିକିରେ ପ୍ରାୟ ୭ କିଲୋ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ।ପୋଲିସ ଉକ୍ତ ସ୍କୁଟି ସମେତ ଗଞ୍ଜେଇକୁ ଜବତ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ମୋହିତ ନାମକ ବ୍ୟକ୍ତିକୁ ଗିରଫ କରି ଥାନାକୁ ଆଣିଥିଲେ.ଏ ନେଇ ପୋଲିସ ପକ୍ଷରୁ ଥାନାରେ କେସନମ୍ବର -୮୮/୨୦୨୬ରେ ଏକ ମାମଲା ରୁଜୁ କରାଯାଇଥିଲା।ମଙ୍ଗଳବାର ଅଭିଯୁକ୍ତ ମୋହିତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।ଏହି ଘଟଣାର ତଦନ୍ତ ଏସଆଇ ଅଜିତ ସିଂ ବରିହା କରୁଥିବା ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।












Leave a Reply