ନିମାପଡ଼ା //ଶତାଧିକ ସମର୍ଥକ ମାନଙ୍କ ଉପସ୍ଥିତି ରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଉପରେ ଗର୍ଜ୍ଜ୍ନନ , ଆଗାମୀ ପଂଚାୟତ ନିର୍ବାଚନରେ ପାନେ ଚଖେଇବି। – ସମୀର ଦାଶ

Spread the love

ପଞ୍ଚାୟତ ନିର୍ବାଚନ ପୂର୍ବରୁ କର୍ମ କର୍ତ୍ତା ବୈଠକରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବିଦ୍ରୋହର ଆହ୍ବାନ ଦେଲେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ।
ନିମାପଡ଼ା, ୨୮/୦୩ : ଦର୍ଶନ ସମୀକ୍ଷା

ସ୍ଵଳ୍ପ କିଛିଦିନ ବ୍ୟବଧାନ ପରେ ନିମାପଡ଼ା ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଜେପି ନେତାଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି।ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାମନାଳ ଠାରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ ନେତୃତ୍ୱରେ ଆୟୋଜିତ ଏକ କର୍ମ କର୍ତ୍ତା ବୈଠକରେ ସମିରଙ୍କ ସମର୍ଥକ ତଥା ସ୍ଥାନୀୟ ଲୋକ ପ୍ରତିନିଧି ଓ କାର୍ଯ୍ୟକର୍ତ୍ତା ମାନଙ୍କ ସହ ନିଜେ ସମୀର ଆଗାମୀ ପଂଚାୟତ ନିର୍ବାଚନରେ ପାନେ ଚଖେଇବା ପାଇଁ ସଂକଳ୍ପ ନେଇଛନ୍ତି ।ଗତ ସାଧାରଣ ନିର୍ବାଚନ ପୂର୍ବରୁ ସମୀର ଓ ତାଙ୍କ ସହ ସମର୍ଥକ ବିଜେପିରେ ଯୋଗ ଦେବା ପରେ ପ୍ରଭାତୀଙ୍କ ବିଜୟ ସୁନିଚିନ୍ତ ହୋଇଥିଲା।

ପ୍ରଭାତୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦୁଇ ସପ୍ତାହ ପରେ ସମୀର ଓ ତାଙ୍କ ସମର୍ଥକ କୁ ସମ୍ପୂର୍ଣ ଅଣଦେଖା କରିଥିବା ଅଭିଯୋଗ ହୋଇଛି।ପ୍ରଭାତୀ ବିଜୟ ଲାଭ କରିବା ପରେ ସମୀର ଙ୍କୁ ଭେଟି ତାଙ୍କ ଆଶ୍ରିବଦ୍ ନେବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଭାତୀ ସମୀରଙ୍କ ସାନ ଭାଇଙ୍କୁ ଫୋନ୍ କରି ନିଜର ଆସୋନ୍ତୋଷ ଝଡିଥିଲେ,ତା ପର ଠାରୁ ସମୀର ଓ ପ୍ରଭାତୀ ଙ୍କ ସମ୍ପର୍କରେ ପୂର୍ଣ୍ଣ ଛେଦ ପଡ଼ିଥିଲା ବୋଲି ସମୀର କହିଥିଲେ।କିନ୍ତୁ ଏସଂପର୍କରେ ରାଜ୍ୟ ନେତୃତଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆହୁରି ତୀବ୍ର ହେବାର ଲାଗିଥିଲା।ଆଜିର ଏହି ବୈଠକରେ ସମୀର ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବକୁ ପ୍ରଶଂସା କରିଥିବା ବେଳେ ଉପସ୍ଥିତ ଥିବା ଶତାଧିକ ସମର୍ଥକ ମାନଙ୍କୁ ପ୍ରଭାତୀ ଙ୍କ ବିରୁଦ୍ଧରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଖୋଲା ଖୋଲି ବିରୋଧ କରି ସମୀରଙ୍କ ସମର୍ଥକ ପ୍ରଥିଙ୍କୁ ନିର୍ବାଚିତ କରିବା ପାଇଁ ଆହୁଅନ୍ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ୧୯ନମ୍ବର ଜିଲ୍ଲା ପରିଷଦ ସଭ୍ୟ ପ୍ରଦିପ୍ତ ଖୋଟଇ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ , ଅଶୋକ ସାହୁ,ପଞ୍ଚାୟତର ସରପଞ୍ଚ ସୁରେନ୍ଦ୍ର ସ୍ବାଇଁ, ଅକ୍ଷୟ କୁମାର ଛାଟୋଇ, ପବିତ୍ର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ୪୦୦ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗ ଦେବା ସହିତ ଆଗାମୀ ଭବିଷ୍ୟତରେ ସଂଗଠନକୁ ସୃଦୁଢ କରିବା ସହ ପଞ୍ଚାୟତ ନିର୍ବାଚନରେ ପାଇଁ ସଂକଳ୍ପ ନେଇଥିଲେ।ଆଜିର ବୈଠକରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ୧୭ ଜଣିଆ କମିଟି ଗଠନ ହୋଇଥବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *