Spread the love

ପଟ୍ଟାମୁଣ୍ଡାଇରେ ରାମଚରିତ ମାନସ ପ୍ରବଚନ ଜ୍ଞାନଯଜ୍ଞ ଉଦଯାପିତ
ପଟ୍ଟାମୁଣ୍ଡାଇ (ଦର୍ଶନ ସମୀକ୍ଷା)
ପଟ୍ଟାମୁଣ୍ଡାଇ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ଓ ବଣିକ ସଂଘ ମିଳିତ ଆନୁକୂଲ୍ୟରେ ଶ୍ରୀରାମ ଚରିତ ମାନସ ଓ ପ୍ରବଚନ ଜ୍ଞାନଯଜ୍ଞ ୧୯ ତାରିଖ ଠାରୁ ୨୭ତାରିଖ ପର୍ଯ୍ୟନ୍ତ ୯ଦିନ ବ୍ୟାପି ସ୍ଥାନୀୟ ଶ୍ରୀରାମ ମନ୍ଦିର ମାନସ ମଣ୍ଡପ ଠାରେ ଆୟୋଜିତ ହୋଇ ଯାଇଛି Iଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ପୁରୀ ଗୋବର୍ଧନ ପୀଠ ସନ୍ଥ ସଂରକ୍ଷକ ପଟ୍ଟାମୁଣ୍ଡାଇ ରାଧାରମଣ ମଠ ମହନ୍ତ ସ୍ୱାମୀ ଅସୀମାନନ୍ଦ ଦାସ ମହାରାଜ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ I ୯ ଦିନ ବ୍ୟାପି ଆୟୋଜିତ ଆଧ୍ୟାତ୍ମିକ ମହୋତ୍ସବର ପ୍ରଥମ ଦିବସରେ ସତସଙ୍ଗ ମହିମା ଓ ଶିବ ବିବାହ, ଦ୍ୱିତୀୟ ଦିବସରେ ଶ୍ରୀରାମ ଜନ୍ମ, ବାଲ୍ୟଲୀଳା, ତୃତୀୟ ଦିବସରେ ସୀତା ବିବାହ ଓ ପର୍ଶୁରାମ ଭେଟ, ଚତୁର୍ଥ ଦିବସରେ ଶ୍ରୀରାମ ବନ ଗମନ, କୈବର୍ତ୍ତ ପ୍ରସଙ୍ଗ,ପଞ୍ଚମ ଦିବସରେ ଦଶରଥ ମହାରାଜାଙ୍କ ମହାପରାୟଣ ଓ ଭରତଙ୍କ ଚିତ୍ରକୂଟ ଯାତ୍ରା, ଷଷ୍ଠ ଦିବସରେ ଶ୍ରୀରାମ ଭରତ ମିଳନ ଓ ସୀତା ହରଣ,ସପ୍ତମ ଦିବସରେ ଶ୍ରୀରାମ ହନୁମାନ ମିଳନ, ଲଙ୍କା ଦହନ, ଅଷ୍ଟମ ଦିବସରେ ରାବଣ ବଧ ଓ ଶ୍ରୀରାମଙ୍କ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ ଓ ନବମ ତଥା ଉଦଯାପନ ଦିବସରେ ଶ୍ରୀରାମଙ୍କ ରାଜ୍ୟାଭିଷେକ,କାଳଭୂଷଣ୍ଡି ଓ ଗରୁଡ଼ ସମ୍ବାଦ ଆଦି ବିଭିନ୍ନ ପ୍ରସଙ୍ଗରେ ପ୍ରତିଷ୍ଠିତ ପ୍ରବଚକ ମାନେ ତାତ୍ଵିକ ବିଶ୍ଳେଷଣ କରିଥିଲେ I ଏଥିରେ ବ୍ୟାସ ଭାବେ ପୁରୀ ବଡ଼ ଶଙ୍ଖ ଶ୍ରୀରାମକୁଟୀରର ବାବାଜୀ ବିଷ୍ଣୁ ବନମାଳୀ ଦାସ ଓ ଆଚାର୍ଯ୍ୟ ଭାବେ ନୂଆଗାଁର ପଣ୍ଡିତ ଭ୍ରମରବର ତ୍ରିପାଠୀ ଦାୟିତ୍ୱ ନିର୍ବାହ କରିଥିଲେ I ଏହି ମହାନ ଆଧ୍ୟାତ୍ମିକ ମହୋତ୍ସବରେ ଢେଙ୍କାନାଳ ଭୁବନ ଆଶ୍ରମର ପଣ୍ଡିତ ସନ୍ତୋଷ ଚୈତନ୍ୟ, ଜଗତପୁର ହରିହରାନନ୍ଦ ଆଶ୍ରମର ତ୍ରିଜୀବ ଦାଶ, ଭଦ୍ରକ ପୀରହାଟର ପଣ୍ଡିତ ବିଜୟ ରାଘବେନ୍ଦ୍ର ଦାସ, ଭୁବନେଶ୍ୱରର ପଣ୍ଡିତ ବ୍ରଜ କିଶୋର ମହାନ୍ତି ପ୍ରମୁଖ ଯୋଗ ଦେଇ ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ I ଏଥିରେ ରାଜନଗର ବିଧାୟକ ଧ୍ରୁବ ସାହୁ, ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର,ଡା ରଶ୍ମି ରଂଜନ ମହାନ୍ତି ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ପ୍ରଭୁ ମର୍ଯ୍ୟାଦାପୁରୁଷ ରାମ ଚନ୍ଦ୍ରଙ୍କ କୃପା ଭିକ୍ଷା କରିଥିଲେ Iଏହି ମହାର୍ଘ୍ୟ କାର୍ଯ୍ୟକ୍ରମକୁ ଶ୍ରୀରାମ କଥାମୃତ ପ୍ରଚାରିଣୀ ସଭା ସଭାପତି କିରଣ କୁମାର ଭୂୟାଁ ବଣିକ ସଂଘ ସଭାପତି ଗୋପୀନାଥ କର, ଉପସଭାପତି ମୋହନ ଦାସ (ନମି) ଚତୃର୍ଭୁଜ ରାଉଳ, ଗୀତା ଚାରଣ ସମିତି ସଭାପତି ପ୍ରମୋଦ ନାୟକ, ଆଡ଼ଭୋକେଟ ସଞ୍ଜୟ ସାହୁ,ବଣିକ ସଂଘ ସମ୍ପାଦକ ପ୍ରଫୁଲ୍ଲ ଲେଙ୍କା, ସହସମ୍ପାଦକ ସରୋଜ ପାଢ଼ୀ, କୋଷାଧକ୍ଷ ପର୍ଶୁରାମ ଷଣ୍ଢ, ପଣ୍ଡିତ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର,ନୃସିଂହ ପାଢ଼ୀ ଅଚ୍ୟୁତାନନ୍ଦ ଜେନା, ବ୍ରଜ କିଶୋର ସାହୁ,ହରେକୃଷ୍ଣ ସାହୁ, ସୁଦର୍ଶନ ଦାସ,କିଶୋର ଜେନା (ବାଇନ ), ରବୀନ୍ଦ୍ର ସାହୁ,ସମ୍ବିତ ଦାଶ, ରାଜେନ୍ଦ୍ର ଦାଶ, ସଞ୍ଜୟ ବର୍ମା ବାବୁଲି ସାହୁ,ଅଜୟ ପାଢ଼ୀ,ବସନ୍ତ ପ୍ରଧାନ,ସଂଗ୍ରାମ ଦାସ ପ୍ରମୁଖ ପରିଚାଳନା କରିଥିଲେ Iଏହି ମହାର୍ଘ୍ୟ କାର୍ଯ୍ୟକ୍ରମରେ ଆୟୋଜିତ ପ୍ରବଚନ ଓ ସାଧୁସନ୍ଥଙ୍କ ଆଶ୍ରୀ ବଚନ ଶୁଣିବା ପାଇଁ ପ୍ରତ୍ୟହ ସନ୍ଧ୍ୟାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା I

Leave a Reply

Your email address will not be published. Required fields are marked *