ଦର୍ଶକଙ୍କୁ ବିମୁଗ୍ଧ କଲା
ନାଟକ ଉଲପୀ ……
ରାଉରକେଲା : ( ଦର୍ଶନ ସମୀକ୍ଷା )
ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସଂପର୍କ ଦ୍ବାରା ଆଯୋଜିତ “ଜାତୀୟ ନାଟକ ମହୋତ୍ସବ”ର ତୃତୀୟ ସଂନ୍ଧ୍ଯାର ଉତ୍ସବକୁ ଏନ୍ ଟି ପି ସି ର ମୁଖ୍ଯ ମହାପ୍ରବନ୍ଧକ କେ ସତ୍ଯ ନାରାୟଣ ମୁଖ୍ଯଅତିଥି ଭାବେ ଯୋଗ ଦାନ କରି ଉଦ୍ଘାଟନ କରିଥିଲେ । ଅନୁଷ୍ଠାନର ସଭାପତି ସୁବ୍ରତା ପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡ ସମର ମୁଦାଲି ଓ ସୁନ୍ଦରଗଡ ଜିଲ୍ଲା କୋ ଅପରେଟିଭ ବ୍ଯାଙ୍କର ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦାନ କରିଥିଲେ । ଝିଲିମା ମହାନ୍ତି ମଂଚ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲାର ବିଶିଷ୍ଟ ଅଭିନେତା, ରାଜନୀତିଜ୍ଞ ଓ ସମାଜସେବୀ ଧୀରେନ ସେନାପତିଙ୍କୁ” ଆମ କଳାକାର ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିପରି ସାମ୍ବାଦିକ କ୍ଷେତ୍ରରେ ଅକ୍ଷୟ କୁମାର ଧଳ,ଡ ସସ୍ମିତା ପ୍ରଧାନ,ପ୍ରୀତିପ୍ରିୟା ଦାସ ପ୍ରମୁଖଙ୍କୁ ସମ୍ପର୍କ ସମ୍ମାନରେ ସମ୍ମାନିତ କରାଯାଇଥିଲା।ପରିଶେଷରେ ବେଲପାହାଡ଼ ର ମିରର ଥିଏଟର କଳାକାର ମାନେ ନାଟକ ଉଲପୀ ମଂଚସ୍ଥ କରିଥିଲେ ।
ଡକ୍ଟର ସୁବାସ ଚନ୍ଦ୍ର ପ୍ରଧାନଙ୍କ ରଚିତ ଓ ନିର୍ଦ୍ଦେଶିତ ଏହି ନାଟକ ଟି ଅତି ଉଚ୍ଚକୋଟିର ତଥା ହୃଦୟସ୍ପର୍ଶୀ
ଥିଲା । ମହାଭାରତରେ ବର୍ଣ୍ଣିତ ଚନ୍ଦ୍ରବଂଶୀ ରାଜକୁମାର ତୃତୀୟପାଣ୍ଡବ ଅର୍ଜନ ଓ ନାଗବଂଶୀ ରାଜକୁମାରୀ ଉଲପୀ ଙ୍କ ଅନାବିଳ ପ୍ରେମକୁ ନେଇ ନାଗବଂଶୀ ଓ ଚନ୍ଦ୍ରବଂଶୀ ଲୋକ ଙ୍କ ମଧ୍ଯ ରେ ସଂଗଠିତ ସଂଘର୍ଷ କୁ ଆଧାର କରି ରଚିତ ନାଟକ ଟି ସାଂପ୍ରତିକ ତଥାକଥିତ ରକ୍ଷଣଶୀଳ ପରିବାର ମଧ୍ଯ ରେ ପ୍ରେମ ବିବାହ କୁ ନେଇ ସୃଷ୍ଟି ହେଉଥିବା ସଂଘର୍ଷକୁ ଉପସ୍ଥାପନ କରିଛି । ଗୌରୀଶଙ୍କର କୁମ୍ଭାରଙ୍କ ସୁମଧୁର ସଂଗୀତ, ଉଲପୀ ଭୂମିକାରେ ସୋନିଆ ବେହେରା ଓ ଅର୍ଜୁନ ଭୂମିକାରେ ସନ୍ତୋଷ ସାହୁଙ୍କ ନିଖୁଣ ଅଭିନୟ , ତଥା ଉଚ୍ଚ କୋଟୀର ନିର୍ଦ୍ଦେଶନା ଦର୍ଶକଙ୍କୁ ବିମୁଗ୍ଧ କରିଥିଲା । ଆସନ୍ତା କାଲି ରୂପାନ୍ତର ବାରିପଦା ମଂଚସ୍ଥ କରିବ ନାଟକ ଅପଦାର୍ଥ ।












Leave a Reply