ରୂପାୟନ ତରଫରୁ ପଖାଳ ସପ୍ତାହ ଉତ୍ସବ ପାଳିତ
ଭୁବନେଶ୍ୱର,୨୩/୩: (ଦର୍ଶନ ସମୀକ୍ଷା)
ସ୍ଥାନୀୟ ଝୁମକା ଇକୋ ପାର୍କରେ ସଂସ୍କୃତି ଓ ପରମ୍ପରାକୁ ଉଦ୍ଜୀବିତ କରିବାର ପ୍ରୟାସ ନେଇ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ରୂପାୟନ ତରଫରୁ ପଖାଳ ସପ୍ତାହ ଉତ୍ସବ ପାଳିତ ହୋଇଯାଇଛି l ଏଥିରେ ମହାପ୍ରଭୁ ଜଗନ୍ନାଥଙ୍କ ପଖାଳ ପରମ୍ପରାରେ ଓଡ଼ିଆର ପ୍ରାଣ ଓଡ଼ିଆର ଖାଦ୍ୟକୁ ଗୁରୁତ୍ୱ ଦେଇ ବହୁ ଯାକଜମକରେ ଉତ୍ସବ ପାଳିତ ହୋଇଥିଲା।

ଏହି ଉତ୍ସବରେ ରୂପାୟନର ପ୍ରତିଷ୍ଠାତା ଡ଼ଃ ଶ୍ରଦ୍ଧାଞ୍ଜଳି ରାୟଙ୍କ ତତ୍ୱାବଧାନରେ ଇଂ. ଆଶିଷ ସ୍ୱାଇଁ, ମନୋଜ ହରିଚନ୍ଦନ, ଦିଲ୍ଲୀପ ସେଠି, ସତ୍ୟାକି ସିଂ, ସୌଭାଗ୍ୟ ମହାନ୍ତି, ସ୍ୱରାଜ ମହାନ୍ତି, ଶରତ ପରିଡା, ସଞ୍ଜୟ ଭଟ୍ଟ, ଲଳିତ ବରାଳ, ଅଭିମନ୍ୟୁ ସାହୁ, ରବୀନ୍ଦ୍ର ସାହୁ, ବିଶ୍ୱଭୂଷଣ ରଥ, ଅମ୍ବିକା ତ୍ରିପାଠୀ, ସୁଶାନ୍ତ ବରାଳ, ବେବିରାଣୀ ଦାସ, ଲଳିତା ମଞ୍ଜରୀ ବେହେରା, ସ୍ମୃତି ନାୟକ, ମଧୁସ୍ମିତା ବିଶ୍ୱାଳ, ସ୍ନେହଲତା ରାୟ, ଅର୍ଚ୍ଚନା ସିଂ, ମନୀଷା ଲେଙ୍କା, ପ୍ରମିଳା ବେହେରା, ରଞ୍ଜିତାଭ ମହାନ୍ତି, ହେମନ୍ତ ବିଶ୍ୱାଳ, ପ୍ରବିତା ପାତ୍ର ପ୍ରମୁଖ ଉପସ୍ଥିତ ରହି ପଖାଳ ଖିଆର ନିଆରା ମଜା ଉପଭୋଗ କରିଥିଲେ l












Leave a Reply