Spread the love

ଇନରହୁଇଲ ତୋଷାଳୀର ହେଲଥ୍ କ୍ୟାମ୍ପ

ଭୁବନେଶ୍ବର ୨୧/୦୩/୨୦୨୬(ଦର୍ଶନ ସମୀକ୍ଷା) ଭୁବନେଶ୍ବର ସ୍ଥିତ ଶହୀଦନଗର ମୁନିସିପାଲିଟି ଅଫିସ ଠାରେ ଇନର ହୁଇଲ ତୋଷାଳୀ ହେଲଥ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ବରର ମେୟର ଶ୍ରୀମତୀ ସୁଲୋଚନା ଦାସ ଓ ଶହୀଦନଗର ର କର୍ପୋରେଟର ଶ୍ରୀମାନ ରାଜକିଶୋର ଦାସ ଉପସ୍ଥିତ ଥିଲେ | ସ୍ପର୍ଶ ହସ୍ପିଟାଲର ଡାକ୍ତର ମାନେ ଯୋଗଦେଇ ୫୦ ଜଣ ରୁ ଉର୍ଦ୍ଧ ଲୋକଙ୍କର ଶରୀରର ବିଭିନ୍ନ ରୋଗ ପରୀକ୍ଷା କରିଥିଲେ | ତାକୁର ଶର୍ମିଷ୍ଠା ମହାନ୍ତି, ଡାକ୍ତର ସ୍ନାତି ସୁଚରିତା ସାହୁ, ଡାକ୍ତର ଅନୁରାଗ ପ୍ରଭୃତି ଉପସ୍ଥିତ ଥିଲେ | ଇନରହୁଇଲ ତୋଷାଳୀର ସଭାପତି ଶ୍ରୀମତୀ ସୋନାଲା ମୁଖାର୍ଜୀ, ସମ୍ପାଦିକା ଶ୍ରୀମତୀ ସୁପ୍ରିୟା ପୃଷ୍ଠି ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ଟିକୁ ସୁଚାରୁରୂପେ ତଦାରଖ କରିଥିଲେ |

Leave a Reply

Your email address will not be published. Required fields are marked *