ବାଲିପଡ଼ିଆ ଯୁବକ ସଂଘର ୫୩ ତମ ବାର୍ଷିକ ଉସôବ
୪୦ ତମ ମୁକ୍ତମଂଚ ନାଟକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉସôବ
ବାଲିଚନ୍ଦ୍ରପୁର,୧୬/୩(ଦର୍ଶନ ସମୀକ୍ଷା) ସ୍ୱାଧିନତା ସଂଗ୍ରାମୀ ମାଟି ବାଲିପଡ଼ିଆ ଠାରେ ବାଲିପଡ଼ିଆ ଯୁବକ ସଂଘର ୫୩ତମ ବାର୍ଷିକ ଉସôବ ଓ ୪୦ତମ ମୁକ୍ତମଂଚ ନାଟକ ପ୍ରତିଯୋଗିତାର ପୁରସ୍କାର ବିତରଣ ଉସôବ ଯୁବକ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉସôବରେ ଯୋଗଦେଇଥିବା ଅତିଥି ମାନଙ୍କୁ ବାଜା, ବାଣ ସହିତ ଯୁବକ ସଂଘର କର୍ମକର୍ତ୍ତା ଓ ଗ୍ରାମବାସୀ ମାନେ ଉସôବସ୍ଥଳକୁ ପାଛୋଟି ନେଇଥିଲେ ।

ଯିବା ସମୟରେ ଅତିଥି ମାନେ ଠକ୍କର ବାପା ଆଶ୍ରମ ଠାରେ ଜାତିର ଜନକ ମାହାତ୍ମାଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ ଦାସ ଓ ସଂଗ୍ରାମୀ ସ୍ମାରକି ଠାରେ ପୁଷ୍ପମାଲ୍ୟ ଦେବା ସହିତ ଯୁବକ ସଂଘ ପ୍ରାଙ୍ଗଣରେ ଥିବା ବିଶିଷ୍ଠ ସ୍ୱାଧିନତା ସଂଗ୍ରାମୀ ଦିବଙ୍ଗତ ବଡ଼ଚଣାର ଗାନ୍ଧୀ ବୃନ୍ଦାବନ ତ୍ରିପାଠୀ, ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ହରି ବାରିକ, ନୀଳମଣି ମଳିକ ଓ ଭାରତ ମାତାର ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଯୁବକ ସଂଘର ସଭାପତି ଦୀଲ୍ଲିପ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ପ୍ରାରମ୍ଭରେ ସଂଘର ପ୍ରଥମ ସଭାପତି ସ୍ୱର୍ଗତ ବିଷ୍ଣୁ ଚରଣ ପ୍ରଧାନଙ୍କ ସ୍ମୃତିରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।

ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣମିଡ଼ିଆର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗଦେଇ ସଂଗ୍ରାମୀ ମାଟି ବାଲିପଡ଼ିଆ ଠାରେ ୧୯୭୩ ମସିହାରୁ ଗଠନ ହୋଇଥିବା ବାଲିପଡ଼ିଆ ଯୁବକ ସଂଘ ଦୀର୍ଘ ୫୩ ବର୍ଷ ଧରି ତାର କାର୍ଯ୍ୟକ୍ରମ ଜାରିରଖିବା ସହ ୪୦ ବର୍ଷ ଧରି ମୁକ୍ତମଂଚ ନାଟକ ପ୍ରତିଯୋଗିତା ବଜାୟ ରଖିଥିବାରୁ ସଂଘର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଦେବା ସହ ଏ ଅଂଚଳର ଯୁବକ ମାନଙ୍କର ଇଛାଶକ୍ତିକୁ ଭୂୟସି ପ୍ରଶଂସା କରିବା ସହ ବୟସର ମାପ କାଠିରେ ନୁହେଁ ପ୍ରବଳ ଇଛାଶକ୍ତି ଯାହାର ଥାଏ ସେ ହିଁ ଯୁବକ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଏ ଅଂଚଳର ଯୁବପିଢି ମାନେ କଳା ଓ ସଂସ୍କୃତିକୁ ବଜାୟ ରଖିଥିବାରୁ ମୁଁ ତାଙ୍କୁ ବଧାଇ ଦେବା ସହ ୪୦ ବର୍ଷ ଧରି ମୁକ୍ତମଂଚ ନାଟକ ପ୍ରତିଯୋଗିତା ଚାଲୁରଖିଥିବାରୁ ସଂସ୍କୃତି ବିଭାଗ ସହ ଯୋଗାଯୋଗ କରି ଏ ଅନୁଷ୍ଠାନ କିପରି ଆଗକୁ ନିରବିଚ୍ଛନ୍ନ ଭାବେ ଚାଲୁରହିବ ସେ ପାଇଁ ବ୍ୟକ୍ତିଗତ ଭାବେ ଚେଷ୍ଟା କରିବି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବଡ଼ଚଣା ବ୍ଲକର ବିଡ଼ିଓ ରବୀନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ବାଲିପଡ଼ିଆ ଗ୍ରାମର ଏକ ମାତ୍ର ଚୋପଦାରି ଖେଳପଡ଼ିଆ ଉନ୍ନତି ପାଇଁ ଓ ଦୁଇଟି ମନ୍ଦିର ଭୋଗ ମଣ୍ଡପ ପାଇଁ ସରକାରୀ ଅର୍ଥ ବ୍ୟବସ୍ଥା କରାଯାଇଛି, ଯାହାର କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଚଳଚିତ୍ର ଜଗତର ହାସ୍ୟ ଅଭିନେତା ପ୍ରଜ୍ଞା ଖଟୁଆ ଯୋଗଦେଇ ଉସôବରେ ଉପସ୍ଥିତ ଜନସାଧାରଣଙ୍କୁ ନିଜ କଳାର ଚାତୁରି ଦେଖାଇ ଭରପୁର ଆନନ୍ଦ ଦେଇଥିଲେ । ଉସôବରେ ଯୁବକ ସଂଘ ପକ୍ଷରୁ ପୂର୍ବତନ କର୍ମକର୍ତ୍ତା ବିଜୟ କୁମାର ତ୍ରିପାଠୀ, ଅରକ୍ଷିତ ଦାଶ, ଧରଣୀଧର ପ୍ରଧାନ, ଚନ୍ଦ୍ରକାନ୍ତ ସାମଲ, ପରିକ୍ଷିତ ପୃଷ୍ଟି, ଗଣେଶ୍ୱର ପ୍ରଧାନ, ଗୋପିନାଥ ସାମଲ ତଥା ଉସôବରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ନାଟକ ପ୍ରତିଯୋଗିତାରେ ମା’ଲକ୍ଷ୍ମୀ ଡ୍ରାମାଟିକ କ୍ଲବ ତିଗିରିଆ ତାର ମଂଚସ୍ଥ ନାଟକ ‘ମୃତୁ୍ୟ ଦଣ୍ଡରେ ଶ୍ରେଷ୍ଟ ଦଳ ବିବେଚିତ ହୋଇଥିବା ବେଳେ ବାବା ମଧୁକେଶ୍ୱର ନାଟ୍ୟ ପରିଷଦ କଣ୍ଟିଗଡ଼ିଆ ‘ମୋ ହସ ତୁ ଲୁହରେ ତୁ’ ମଂଚସ୍ଥ କରି ଦ୍ୱିତୀୟ, ମା’ଭୁବନେଶ୍ୱରୀ କଳାମନ୍ଦିର କମ୍ପଗଡ଼ ‘ଏମିତି କାହାଣି କେବେ ଶୁଣିନି’ ମଂଚସ୍ଥ କରି ତୃତୀୟ ଦଳ ଭାବେ ବିବେଚିତ ହୋଇ ମଂଚାସିନ ଅତିଥି ମାନଙ୍କ ଠାରୁ ପୁଷ୍ପଗୁଚ୍ଛ, ଉତ୍ତରୀୟ, ବିଜେତା କପ ଓ ନଗଦ ଅର୍ଥରାଶି ଗ୍ରହଣ କରିଥିଲେ । ଯୁବକ ସଂଘର ଉପସଭାପତି ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଂସ୍କୃତିକ ସମ୍ପାଦକ ଅନିରୁଦ୍ଧ ପ୍ରଧାନ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲିପଡ଼ିଆ ସରପଂଚ ପ୍ରାଧ୍ୟାପକ କିଶୋର ଚନ୍ଦ୍ର ବେହୁରା, ପୂର୍ବତନ ସରପଂଚ ଅନିରୁଦ୍ଧ ସାମଲ ପ୍ରମୁଖ ସଂଘ ସମ୍ପର୍କରେ ନିଜର ମତପ୍ରକାଶ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ନାୟକ, ନାୟିକା, ପାଶ୍ୱର୍ ନାୟକ, ପାଶ୍ୱର୍ ନାୟିକା, ଚରିତ୍ର ଅଭିନେତା, ଚରିତ୍ର ଅଭିନେତ୍ରୀ, ଖଳନାୟକ, ଖଳନାୟିକା, ହାସ୍ୟ ଅଭିନେତା, ହାସ୍ୟ ଅଭିନେତ୍ରୀ, ଶିଶୁ କଳାକାର, କଣ୍ଠଶୀଳ୍ପୀ, ପୁରୁଷ ଓ ମହିଳା, ଶ୍ରେଷ୍ଠ କାହାଣୀ, ଶ୍ରେଷ୍ଠ ନିଦେ୍ର୍ଦଶକ, ସଂଗୀତ ନିଦେ୍ର୍ଦଶକ, ନୃତ୍ୟ ନିଦେ୍ର୍ଦଶକ, ଶ୍ରେଷ୍ଠ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ କପ ଓ ଉତ୍ତରୀୟ ଦେଇ ମଂଚାସିନ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଉସôବରେ ଦେବେନ୍ଦ୍ର ବେହୁରା, ହରପ୍ରସାଦ ସାମଲ, ଗଗନ ବିହାରୀ ସ୍ୱାଇଁ, ସୂର୍ଯ୍ୟନାରାୟଣ ତ୍ରିପାଠୀ, ସୁଶିଲ ତ୍ରିପାଠୀ, ପ୍ରମୋଦ ପ୍ରଧାନ, ସୁମନ୍ତ ଜେନା, ଅଜୟ ପ୍ରଧାନ, ମନୋଜ ସାମଲ, ବିଜୟ ସାମଲ, ରୁଦ୍ର ପ୍ରସନ୍ନ ସାମଲ, ମାନସ ରଞ୍ଜନ ପ୍ରଧାନ, ଭାଗିରଥି ବେହୁରା, ସୁନିଲ ମହାନ୍ତି, ଦେବବ୍ରତ ପୁହାଣ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଯୁବକ ସଂଘର ସମ୍ପାଦକ ସୁବାଷ ଚନ୍ଦ୍ର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । (ଫଟୋ ଯାଇଛି)












Leave a Reply