ବଡବିଲ // ଗ୍ୟାସ୍ ସିଲିଣ୍ଡର କଳାବାଜାରି କରୁଥିବା ଲୋକ ସାବଧାନ ବାନ୍ଧିବ ପୋଲିସ,୧୮ଟି ଗ୍ୟାସ୍ ସିଲିଣ୍ଡର୍ ଜବତ୍, କଳା ବଜାରି କରୁଥିବା ଲୋକଙ୍କୁ ଧରିବାକୁ ସୋତନ୍ତ୍ର ଅପରେସନ ଆରମ୍ଭ

Spread the love

ଗ୍ୟାସ୍ ସିଲିଣ୍ଡର କଳାବାଜାରି କରୁଥିବା ଲୋକ ସାବଧାନ ବାନ୍ଧିବ ପୋଲିସ।
ବଡବିଲ (ଦର୍ଶନ ସମୀକ୍ଷା)

ଗ୍ୟାସ୍ ସିଲିଣ୍ଡର ର ନିଅଣ୍ଟିଆ ଅଭାବ ଦେଖାଦେଇଥିବା ଗୁଜବ କରି ଯାହାର ଫାଇଦା ନେବାକୁ କିଛି କଳାବଜାରି ଉଦ୍ୟମ ଆରମ୍ଭ କରିଛନ୍ତି। ସେହି କଳା ବଜାରି କରୁଥିବା ଲୋକଙ୍କୁ କାବୁ କରିବାକୁ ଅଣ୍ଟା ଭିଡ଼ିଛି କେନ୍ଦୁଝର ପୋଲିସ୍।

କେନ୍ଦୁଝର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ବଡ଼ବିଲ ଥାନା ଅନ୍ତର୍ଗତରେ ଖାନତଲାସୀ କରି ବଡ଼ବିଲ ୱାର୍ଡ଼ ନମ୍ବର୍ ପାଞ୍ଚ ଡେଲି ମାର୍କେଟ ଅଞ୍ଚଳର ଓମ୍ ପ୍ରକାଶ ଗୁପ୍ତା ଙ୍କ ଦୋକାନ ରେ ଚଢ଼ାଉ କରି ୧୮ଟି ଗ୍ୟାସ୍ ସିଲିଣ୍ଡର୍ ଜବତ୍ କରିଥିବା ବେଳେ ବଡ଼ବିଲ ୱାର୍ଡ଼ ନମ୍ବର୍ ପନ୍ଦର ସାଧୂସିଂହାଟିଂ ସ୍ଥିତ ମହମ୍ମଦ ସମ୍ସେର୍ ଙ୍କ ଘରେ ଚଢ଼ାଉ କରି ୩୪ଟି ବଡ଼ ଗ୍ୟାସ୍ ସିଲିଣ୍ଡର୍ ସହ ଦୁଇଟି ପାଞ୍ଚ ଲିଟର ସିଲିଣ୍ଡର୍ ଜବତ୍ କରିବା ସହ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ।

ଏବଂ ଜନାଧରଣ କୌଣସି ପ୍ରକାରର ଗୁଜବ ର ଶିକାର ହୋଇ ବିଚଳିତ ନ ହେବାକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗଣମାଧ୍ୟମ ଜରିଆରେ ବାର୍ତ୍ତା ଦେଇଛନ୍ତି ବଡ଼ବିଲ ଥାନା ଅଧିକାରୀ ବଡ଼ କଥା ହଉଛି ଏ ତେ ଗ୍ୟାସ ସିଲଣ୍ଡର ଆସିଲା କୋଉଠୁ ଏହା ତଦନ୍ତ ହବା ଦରକାର ବୋଲି ଜନ ସାଧାରଣ ରେ ଆଲୋଚନା ହଉଛି।

Leave a Reply

Your email address will not be published. Required fields are marked *