ବଡ଼ବିଲ// ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଡକାୟତି ଘଟଣା : ବିହାରରୁ ଆଉ ଜଣେ ଗିରଫ । ୭ରେ ପହଞ୍ଚିଲା ଗିରଫଙ୍କ ସଂଖ୍ୟା

Spread the love

ବଡ଼ବିଲ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ଡକାୟତି ଘଟଣା : ବିହାରରୁ ଆଉ ଜଣେ ଗିରଫ । ୭ରେ ପହଞ୍ଚିଲା ଗିରଫଙ୍କ ସଂଖ୍ୟା ।
ତା -12/03/2026
ଦର୍ଶନ ସମୀକ୍ଷା ବଡବିଲ
ଗତ ଜାନୁଆରୀ ୧୯ରେ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥ‌ିବା ବ୍ୟାଙ୍କ୍ ଅଫ ମହାରାଷ୍ଟ୍ରରୁ ହୋଇଥିବା ଡ଼କାୟତି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଜଣକ ହେଲେ ଝାଡ଼ଖଣ୍ଡ ରାଜ୍ୟ ସିନ୍ଦ୍ରି ଅଞ୍ଚଳର ଜିତେନ୍ଦ୍ର କୁମାର । ସେ ବିହାର ରାଜ୍ୟ ଜାମୁଇ ଜିଲ୍ଲା, ଲଛୁର ଅଞ୍ଚଳରେ ଲୁଚି ରହିଥିବାବେଳେ, ସ୍ଥାନୀୟ ପୋଲିସ୍ ସହାୟତାରେ ତାକୁ ଧରିବାରେ ସକ୍ଷମ ହୋଇଛି ବଡ଼ବିଲ ପୋଲିସ୍ ।

ପୂର୍ବରୁ ଏହି ଘଟଣାରେ ୬ ଜଣ ଗିରଫ ହୋଇଥିବାବେଳେ ଗିରଫ ସଂଖ୍ୟା ୭ରେ ପହଞ୍ଚିଛି । ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅପରାଧୀ ମାନଙ୍କୁ ଧରିବା ପାଇଁ ପୋଲିସ୍ ପ୍ରୟାସ ଜାରି ରଖିଛି । ଗତ ଜାନୁଆରୀ ୧୯ ତାରିଖରେ ବ୍ୟାଙ୍କ୍ ଅଫ ମହାରାଷ୍ଟ୍ର ବଡ଼ବିଲ ଶାଖାରେ ସଶସ୍ତ୍ର ଡକାୟତି ହୋଇଥିଲା । ଦିନ ଦ୍ଵି ପହରରେ ୬ ଜଣ ଡକାୟତ ବ୍ୟାଙ୍କ୍ ଭିତରେ ପଶି ନଗଦ ୪ ଲକ୍ଷ ୩୮ ହଜାର ୭ଶହ ଟଙ୍କା, ୭.୫୩ କିଲୋ ଓଜନର ୧୫୫ଟି ସୁନା ଅଳଙ୍କାର ପ୍ୟାକେଟ ଲୁଟିନେଇ ଫେରାର ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *