କେନ୍ଦ୍ରାପଡା // ସର୍ବଭାରତୀୟ ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଦଶମ ବାର୍ଷିକ ଉତ୍ସବ ଓ ସମାବେଶ ଅନୁଷ୍ଠିତ

Spread the love

ସର୍ବଭାରତୀୟ ସମ୍ମିଳିତ କର୍ମଜୀବି ସାମ୍ବାଦିକ ସଙ୍ଘ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ଦଶମ ବାର୍ଷିକ ଉତ୍ସବ ଓ ସମାବେଶ ଅନୁଷ୍ଠିତ
କେନ୍ଦ୍ରାପଡ଼ା/ ପଟ୍ଟାମୁଣ୍ଡାଇ ୯/୩- ( ଦର୍ଶନ ସମୀକ୍ଷା ) କେନ୍ଦ୍ରାପଡ଼ା ତିନିମୁହାଣୀ ଶ୍ରୀରାମ ମନ୍ଦିର ପରିସର ସଭା ଗୃହରେ ସର୍ବଭାରତୀୟ ସମ୍ମିଳିତ କର୍ମଜୀବି ସଙ୍ଘ କେନ୍ଦ୍ରାପଡ଼ା ଶାଖା ପକ୍ଷରୁ ରାଜ୍ୟସ୍ତରୀୟ ସମ୍ମିଳନୀ ଓ ଦଶମ ବାର୍ଷିକ ଉତ୍ସବ ଓ ସମାବେଶ-୨୦୨୬ ଅନୁଷ୍ଠିତ ହୋଇଯାଇଛି ! ଅନୁଷ୍ଠିତ ସଭାରେ ଓୟୁଡବ୍ଲୁଜେ କେନ୍ଦ୍ରାପଡ଼ା ଶାଖା ସମ୍ପାଦକ ଅନିରୁଦ୍ଧ ଦାସ ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ! ଓୟୁଡବ୍ଲୁଜେ କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ସଭାପତି ଡ଼ ଅଲେଖନାଥ ଶର୍ମା ସଭା ପରିଚାଳନା କରିଥିବା ବେଳେ ଫୋକସପ୍ଲସ ଜିଲ୍ଲା ପ୍ରତିନିଧି ମହେଶ ପାଢ଼ୀ ସଭାରେ ସଂଯୋଜନା କରିଥିଲେ ! ମୁଖ୍ୟ ଅତିଥି ଭାବରେ ଫୋକସ ପ୍ଲସ ର ମୁଖ୍ୟ ସମ୍ପାଦକ ଡ଼ ସୁଧାଂଶୁ ଶେଖର ରାଉତ ଓ ବରଣ୍ୟ ଅତିଥି ଭାବରେ ଓୟୁଡବ୍ଲୁଜେ ର ସର୍ବଭାରତୀୟ ସଭାପତି ପୀତବାସ ମିଶ୍ର,ମୁଖ୍ୟ ଉଦଘାଟକ ଭାବରେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ଯୁଗଳ କିଶୋର ଦାସ,ମୁଖ୍ୟ ବକ୍ତା ଭାବରେ ଦୈନିକ ସମ୍ବାଦପତ୍ର ବିଶ୍ୱବାଣୀ ର ସମ୍ପାଦକ ଅର୍ଜୁନ ମୁଦୁଲି,ସମ୍ମାନିତ ଅତିଥି ଭାବେ ଓୟୁଡବ୍ଲୁଜେ ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ,ଓୟୁଡବ୍ଲୁଜେ ଭୁବନେଶ୍ୱର ସଭାପତି ହୃଷିକେଶ ମହାନ୍ତି,ଓୟୁଡବ୍ଲୁଜେ ସମ୍ପାଦକ ତପନ ମହାରାଣ୍ୟ ଶର୍ମା,ଧରିତ୍ରୀ ଖବରକାଗଜ ର କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଜଗନ୍ନାଥ ଧଳ,କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ଧର୍ମ ଜାଗରଣ ସମନ୍ୱୟ ସମିତି ର ସଭାପତି ବିବେକାନନ୍ଦ ମହାରଣା,ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅଧିକାରିଣୀ ବନ୍ଦନା ପାତ୍ର,କେନ୍ଦ୍ରାପଡ଼ା ସଦର ଥାନା ଅଧିକାରିଣୀ ପଦ୍ମାଳୟା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ! ଅନ୍ୟମାନଙ୍କ ମଧ୍ୟରେ ଓୟୁଡବ୍ଲୁଜେ ର କେନ୍ଦ୍ରାପଡ଼ା ଜିଲ୍ଲା ଶାଖା ଉପ-ସଭାପତି ନିହାର ରଞ୍ଜନ ପରିଡା,ଉପଦେଷ୍ଟା ପ୍ରଦ୍ୟୁମ୍ନ କୁମାର ରାଉତ,ସହ-ସମ୍ପାଦକ ଜ୍ୟୋତିରଞ୍ଜନ ନାୟକ, ମୃତ୍ୟୁଞ୍ଜୟ ପରିଡା,ଗଗନ ବିହାରୀ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ ! ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ ର ଦଶମ ବାର୍ଷିକ ଉତ୍ସବ ଓ ସମାବେଶ ରେ ଚଳିତ ବର୍ଷର ଆଲୋଚନା ବିଷୟବସ୍ତୁ ଥିଲା- “ଡିଜିଟାଲ ମିଡ଼ିଆ ଯୁଗରେ ପ୍ରିଣ୍ଟ ସାମ୍ବାଦିକଙ୍କ ଭୂମିକା” । ଏହା ଉପରେ ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଓ ଅନ୍ୟ ସମ୍ମାନିତ ଅତିଥିମାନେ ବେଶ ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ! ଓୟୁଡବ୍ଲୁଜେ ର ଅନୁଷ୍ଠିତ ଏହି ଦଶମ ବାର୍ଷିକ ଉତ୍ସବ ସମାବେଶ ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ! ଏହି ଉତ୍ସବରେ ସାମାଜିକ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇ ଆଇ ସି ବନ୍ଦନା ପାତ୍ର, କେନ୍ଦ୍ରାପଡ଼ା ସଦର ଥାନା ଆଇ ଆଇ ସି ପଦ୍ମାଳୟା ପ୍ରଧାନ ଯୁବ ସମାଜସେବୀ ସଂଗ୍ରାମ ସାମଲ, ସହିରା ଗ୍ରାମ ପଂଚାୟତ ସରପଂଚ ହେମନ୍ତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା !

Leave a Reply

Your email address will not be published. Required fields are marked *