ପିକକ୍ ଦ୍ୱାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ
ଭୁବନେଶ୍ୱର ୮/୩ : ଦର୍ଶନ ସମୀକ୍ଷା
ମହିଳାମାନେ ସମସ୍ତ ଶକ୍ତିର ଆଧାର । ସେମାନଙ୍କ ଭିତରେ ରହିଛି ଅପାର ଶକ୍ତି ଓ ସେମାନେ ଅନେକ କ୍ଷେତ୍ରରେ ନିଜର ଦକ୍ଷତା ଏବଂ ପାରଦର୍ଶିତାକୁ ପ୍ରମାଣିତ କରିସାରିଛନ୍ତି। ନ୍ୟାୟସମ୍ମତ ସମାଜ ଗଠନ ଏବଂ ଏକ ଉତ୍ତମ ଭବିଷ୍ୟତ ପାଇଁ ମହିଳାମାନଙ୍କ ସଶକ୍ତିକରଣ ଏବଂ ସକ୍ରିୟ ଭୂମିକା ଅତ୍ୟାବଶ୍ୟକ | ଦେବା ଓ ପାଇବା ସହଯୋଗ ଓ ସମ୍ମାନ ଚଳିତ ବର୍ଷର ମୂଳମନ୍ତ୍ର | “ଅଧିକାର, ନ୍ୟାୟ, କାର୍ଯ୍ୟପନ୍ଥା, ତଥା ମିଳିତ ଉଦ୍ୟମ ଚଳିତ ବର୍ଷର ସମସ୍ତ ମହିଳାମାନଙ୍କ ପାଇଁ ବାର୍ତା ରହିଛି। ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) କାର୍ଯ୍ୟକରୁଥିବା ସମସ୍ତ ଅଂଚଳ ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା | ଏହି ଅବସରରେ ବାଲିଅନ୍ତା ବ୍ଲକର ସତ୍ୟଭାମାପୁର ଗ୍ରାମ ପଞ୍ଚାୟତ ସମ୍ମିଳନୀ ଗୃହରେ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ୟୁନିକ ସହଯୋଗ ରେ ଶତାଧିକ ମହିଳାଙ୍କ ଯୋଗଦାନ ରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ପିକକ୍ ର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା ଓ ରଞ୍ଜନ କୁମାର ମହାନ୍ତି, ସମ୍ପାଦକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ରୋଟାରୀ କ୍ଲବ ଅଫ ଭୁବନେଶ୍ବର ୟୁନିକର ରୋଟାରିଆନ ପ୍ରାକ୍ତନ ସଭାପତି ଦିବ୍ୟ ରଞ୍ଜନ ଦାଶ, ପ୍ରକାଶ ଚନ୍ଦ୍ର ଦାସ ଓ ରୋଟାରିଆନ ମିନତି ମହାପାତ୍ର, ଅର୍ଜୁନ ପୁରସ୍କାର ବିଜେତା ଉପସ୍ଥିତ ରହି ମହିଳା ଦିବସର ଶୁଭେଚ୍ଛା ଜଣାଇ ନିଜର ବକ୍ତବ୍ୟ ରଖିଥିଲେ I ଅନ୍ୟମାନଙ୍କ ମଧ୍ୟରେ ବାଲିଅନ୍ତାର ବ୍ଲକ ଶିକ୍ଷା ଅଧିକାରୀ ଭକ୍ତ ବତ୍ସଳ ମହାପାତ୍ର, ପ୍ରଜାପିତା ବ୍ରହ୍ମା କୁମାରୀ ରୁ ତପସ୍ୱିନୀ ଭଉଣୀ, ସତ୍ୟଭାମାପୁର ପଞ୍ଚାୟତର ସରପଞ୍ଚ ରଶ୍ମିତା ଭୋଇ, ସମିତି ସଭ୍ୟା ରଶ୍ମିତା ସ୍ୱାଇଁ, ସତ୍ୟଭାମାପୁର ର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସବିତା ମୁଣ୍ଡରୀ, ଏବଂ ସତ୍ୟଭାମାପୁର ମହାସଂଘ ର ଏମ.ବି.କେ ଶିବାନୀ ରାୟ, ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ବାଲିଅନ୍ତା ବ୍ଲକର ବହୁବିଶିଷ୍ଟ ମହିଳା ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ କାକରୁଦ୍ରପୁର ପଞ୍ଚାୟତର ଚମ୍ପେଶ୍ୱର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଶର୍ମିଷ୍ଠା ତ୍ରିପାଠୀ, ସତ୍ୟଭାମାପୁର ସବସେଣ୍ଟର ର ଏଏନଏମ ରଶ୍ମି ପ୍ରିୟା ଦାଶ, ଜଗନ୍ନାଥପୁର ସେକ୍ଟରର ସୁପରଭାଇଜାର ମିନତୀ ଦାଶ, ବାଲିଅନ୍ତା ଗ୍ରାମ ପଞ୍ଚାୟତର ଅଙ୍ଗନବାଡି କର୍ମୀ ସଂଯୁକ୍ତା ଦେଇ ଓ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ର ଆଶା କର୍ମୀ ଗୀତାଞ୍ଜଳୀ ଭୋଈ । ଏହି କାର୍ଯ୍ଯକ୍ରମ ରେ ବାଲିଅନ୍ତା ବ୍ଲକର ୧୦୦ ରୁ ଅଧିକ ମହିଳା, ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ଯା, ପ୍ରମୁଖ ଯୋଗ ଦେଇଥିଲେ । ପ୍ରୋଗ୍ରାମଟିକୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ଆରମ୍ଭ କରାଇଥିଲେ ପିକକ୍ ର ବ୍ଲକ ସଂଯୋଜିକା ଉପମା ମହାନ୍ତି ସର୍ବଶେଷରେ ପ୍ରକଳ୍ପ ସଂଯୋଜିକା ରଶ୍ମି ରେଖା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ପିକକ୍ ର ଜ୍ୟୋତି ଶଙ୍କର ମହାନ୍ତି, କାର୍ଯ୍ୟକ୍ରମ ପରିଚାଳକ, ଅଙ୍କିତା ବାରିକ ଓ ବିଷ୍ନୁପ୍ରିୟା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |












Leave a Reply