Spread the love

ବିଭିନ୍ନତା ଭିତରେ ଏକତା ସୃଷ୍ଟି କରିଛି: ଜଗନ୍ନାଥ ସୋସାଇଟି।
ଫୁଲନଖରା, 4/3(ଦର୍ଶନ ସମୀକ୍ଷା)କଟକ ସଦର ଥାନା ଅନ୍ତର୍ଗତ ବାଲିକୁଦା ସ୍ଥିତ ଉତ୍ତମାପୁର ଠାରେ ଜୟ ଜଗନ୍ନାଥ ସୋସାଇଟିର ଚତୁର୍ଥ ବାର୍ଷିକୀ ମହୋତ୍ସବ ଅନୁଷ୍ଠିତ ହୋଇଛି। ସୋସାଇଟିର ସଭାପତି ଡ. ବ୍ରଜକିଶୋର ନାୟକ ଙ୍କ ସଭାପତିତ୍ୱ ଆୟୋଜିତ କାର୍ଯ୍ୟକ୍ରମ ରେ ଉଦଘାଟକ ଭାବେ ଶିଳ୍ପପତି ଵିଶାଲ ସ୍ୱାଇଁ,ମୁଖ୍ୟ ଅତିଥି ଭାବେ ସିଟି ଇଂଜିନିଅର ସୁମନ୍ତ କୁମାର ସାମନ୍ତ, ଉପଦେଷ୍ଟା ଅନିରୁଦ୍ଧ ପ୍ରଧାନ, ଇଂ. ଆଦିତ୍ୟ ପାତ୍ର, ବୁଦ୍ଧିଜୀବୀ ଅକ୍ଷୟ ରାଉଳ, ଦୁଷ୍ମନ୍ତ ଦାଶ, ନାରୀନେତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ନମିତା ସ୍ୱାଇଁ, ପ୍ରମୁଖ ଯୋଗଦେଇଥିଲେ।ସୋସାଇଟି ପକ୍ଷରୁ ଆମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସଂମ୍ମାନିତ କରାଯାଇଥିଲା।ଏହି ଅବସରରେ କବିତା ପାଠ ଉତ୍ସଵ ଅଯୋଜିତ ହୋଇଥିଲା। ଏଥିରେ କବୟିତ୍ରୀ ଡ଼. ସୁଧାମୟୀ ବେଉରା, ସ୍ମିତା ଦାଶ,ସୁବୋଧ ଗୋଛାୟତ ପ୍ରମୁଖ କବି କବିତା ଆବୃତ୍ତି କରିଥିଲେ। ପରେ ପରେ ସୋସାଇଟିର ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସୋସାଇଟିର ସଭାପତି ଡ଼. ନାୟକ କହିଥିଲେ ଜୟ ଜଗନ୍ନାଥ ସୋସାଇଟି ଭିନ୍ନତା ମଧ୍ୟରେ ଏକତା ଭାବ ସୃଷ୍ଟି କରୁଛି। ଜୟ ଜଗନ୍ନଥ ସୋସାଇଟି ପକ୍ଷରୁ ସି ଟି ଇଂଜିନିଅର ସାମନ୍ତ ଙ୍କୁ ରାସ୍ତା, ଡ୍ରେନଜ ଓ ଅଂଚଳ ର ଆଲୋକୀ କରଣ ପ୍ରମୁଖ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଯାଇଥିଲା। ସମସ୍ୟା ଗୁଡିକର ସମାଧାନ ଉଚ୍ଚ କତୃପକ୍ଷଙ୍କ ସହିତ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ଇଂ.ସାମନ୍ତ କହିଥିଲେ । ସୁନାମ ଧନ୍ୟ କଣ୍ଠଶୀଳ୍ପ କରୁଣାକର ସେଠୀ ଓ ଶ୍ରୀଚରଣ ମହାନ୍ତି ସଂଗୀତ ପରିବେଷଣ କରିଥିବା ବେଳେ ଛୋଟ ଛୋଟ ପିଲାମାନେ ଆବାହନ ସଂଗୀତ ଗାନ କରିଥିଲେ।କାର୍ଯ୍ୟକ୍ରମଟିକୁ ସୋସାଇଟିର ଉପସଭାପତି ଶିଶିର ରଞ୍ଜନ ମହାନ୍ତି ଓ କୋଷାଧକ୍ଷ ସଦାନନ୍ଦ ସେନାପତି ପରିଚାଳନା କରିଥିବା ବେଳେ ଅନିରୁଦ୍ଧ ପ୍ରଧାନ,ଗୌରହରୀ ସାମଲ, ଲିଙ୍ଗରାଜ ଶତପଥୀ, ରବିନାରାୟଣ କର, ଲକ୍ଷ୍ମୀକାନ୍ତ ଶତପଥୀ, ରବିନାରାୟଣ ସ୍ୱାଇଁ, ରସାନନ୍ଦ ପୁହାଣ କିଶୋର ରାୟ, ଭରତ ଚନ୍ଦ୍ର ସାମଲ, ଅଜୟ ବେଉରା,ପ୍ରମୁଖ ସହଯୋଗ କରିଥିଲେ।ବାର୍ଷିକ ଉତ୍ସବରେ 20 ଜଣ ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସର୍ବଶେଷରେ ସୋସାଇଟିର ଯୁଗ୍ମ ସମ୍ପାଦକ ରମାକାନ୍ତ ସାହୁ ଅତିଥି ମାନଙ୍କୁ ଧନ୍ୟବଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *