ବାତ୍ୟାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀ ଓ ଶିଶୁମାନଙ୍କ ସୁରକ୍ଷା ନିମନ୍ତେ ରାଜ୍ୟ ସରକାର ଙ୍କ ସ୍ୱତନ୍ତ୍ର ରିଲିଫ୍ ଏବଂ ଛୁଟି ଘୋଷଣା..
କନ୍ଧମାଳ: କୁନା ଦିଗାଲ ଦର୍ଶନ ସମୀକ୍ଷା
କମିଶନର ଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଆଦେଶ ଅନୁଯାୟୀ, କନ୍ଧମାଳ ସମେତ ରାଜ୍ୟର ୬ଟି ଜିଲ୍ଲାର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟ ଏବଂ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ୧୯ ନଭେମ୍ବରରୁ ୨୧ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ବନ୍ଦ ରହିବ l ଆବଶ୍ୟକ ପଡ଼ିଲେ ସ୍ଥାନୀୟ ପରିସ୍ଥିତି ଅନୁଧ୍ୟାନ କରି ଜିଲ୍ଲାପାଳ ଏହି ଛୁଟି ଅବଧି ବୃଦ୍ଧି କରିପାରିବେ l ଏ ସମ୍ପର୍କିତ ସ୍ୱତନ୍ତ୍ର ରିଲିଫ୍ କମିଶନର ଙ୍କ ଆଦେଶ ନଂ. ୬୯୭୬, ତାରିଖ ୧୮.୧୧.୨୦୨୬ ସଂଲଗ୍ନ କରାଯାଇଛି











