ଓଁ ଶ୍ରୀଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ
ଶ୍ରୀ କ୍ଷେତ୍ର ପରିକ୍ରମା ଅବସରରେ ଶ୍ରୀମନ୍ଦିରର ପରିଚାଳନା ଇତିହାସ-:- ୧୯୫୪ ମସିହା ଶ୍ରୀ ମନ୍ଦିର ଆଇନର ଧାରା -୫ ଅନୁଯାୟୀ ଶ୍ରୀମନ୍ଦିର ଓ ସମସ୍ତ ଦେବୋତ୍ତର ସ୍ଥାବର ଅସ୍ଥାବର ସଂପତ୍ତିର ପରିଚାଳନା ଦାୟିତ୍ଵ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ରହିଛି। ଏହି ଧାରା ଆଇନ -୬ ଅନୁଯାୟୀ ପୁରୀ ରାଜା ଉକ୍ତ କମିଟିର ବଂଶାନୁକ୍ରମିକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବାର ବ୍ୟବସ୍ଥା ରହିଛି। ରାଜ୍ୟ ସରକାରଙ୍କ ବିଧି ବିଭାଗ ତରଫରୁ ୧୯୬୦ ମସିହା ଅକ୍ଟୋବର ମାସ ୨୪ ତାରିଖ ଦିନ ଶ୍ରୀମନ୍ଦିରର ପରିଚାଳନା ନିମିତ୍ତ ପ୍ରଥମ ପରିଚାଳନା କମିଟିରେ ନିମ୍ନୋକ୍ତ ସଦସ୍ୟ ମାନଙ୍କୁ ନେଇ ବିଜ୍ଞପ୍ତି ଜାରି କରାଯାଇଥିଲା।
୧- ପୁରୀ ରାଜା ବୀର କିଶୋର ଦେବ – ଅଧ୍ୟକ୍ଷ।
୨- ଶ୍ରୀ ଶ୍ରୀନିବାସ ରାମାନୁଜ ଦାସ – ମହନ୍ତ ଏମାର ମଠ ପୁରୀ, ସଭ୍ୟ।
୩- ଶ୍ରୀ ରାମଚନ୍ଦ୍ର ମହାପାତ୍ର – ସଂପାଦକ ମୁକ୍ତିମଣ୍ଡପ ସଭା, ସଭ୍ୟ।
୪- ସ୍ବାମୀ ବିଚିତ୍ରାନନ୍ଦ ଦାସ – ଆଡଭୋକେଟ୍ ଡଗରପଡା, କଟକ ସଭ୍ୟ।
୫- ଶ୍ରୀ ଦ୍ବାରିକାନାଥ ପାଟ୍ଟଯୋଶୀ ମହାପାତ୍ର – ହରଚଣ୍ଡୀ ସାହି ପୁରୀ, ସଭ୍ୟ।
୬- ଶ୍ରୀ ରମେଶ ଚନ୍ଦ୍ର ମିତ୍ର – ଅବସରପ୍ରାପ୍ତ ଜିଲ୍ଲା ଜଜ୍ – ପୁରୀ, ସଭ୍ୟ।
୭- ଡଃ ପର୍ଶୁରାମ ମିଶ୍ର – ପୂର୍ବତନ କୁଳପତି, ଉତ୍କଳ ବିଶ୍ୱବିଦ୍ୟାଳୟ, ସଭ୍ୟ।
୮- ଶ୍ରୀ ଜଗବନ୍ଧୁ ମହାପାତ୍ର (ଗରାବଡୁ)- ବାଲିସାହି ପୁରୀ, ସଭ୍ୟ।
୯- ରାଜ୍ୟ ଦେବୋତ୍ତର କମିଶନର, ଓଡ଼ିଶା, ସଭ୍ୟ।
୧୦- ପ୍ରଶାସକ – ଏକ୍ସ ଅଫିସଓ – ସଭ୍ୟ। କ୍ରମଶଃ
ଶ୍ରୀ କ୍ଷେତ୍ର ପରିକ୍ରମା ଅବସରରେ ଶ୍ରୀମନ୍ଦିରର ପରିଚାଳନା ଇତିହାସ ,୧୯୫୪ ମସିହା ଶ୍ରୀ ମନ୍ଦିର ଆଇନର ଧାରା -୫ ଅନୁଯାୟୀ ଶ୍ରୀମନ୍ଦିର ଓ ସମସ୍ତ ଦେବୋତ୍ତର ସ୍ଥାବର ଅସ୍ଥାବର ସଂପତ୍ତିର ପରିଚାଳନା ଦାୟିତ୍ଵ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ରହିଛି -ଡ:ନିରଞ୍ଜନ ପଣ୍ଡା












Leave a Reply