Spread the love

ଭାବନା ଓ ପ୍ରଶଂସା
ନିଜେ ଜଣେ ଯାହା ଭାବୁଛି ବା ଅନ୍ୟ ଉପରେ ଧାରଣା ରହିଛି ତାହାକୁ ଅନ୍ୟ ଉପରେ ଲଦି ଦେବା ଅନୁଚିତ୍। ମତେ ରମାକୁ ଭଲ ଲାଗୁଛି, କିନ୍ତୁ ହରିକୁ ଭଲ ଲାଗୁନି ବା ମୁଁ ଭାବୁଛି ହରିର ପ୍ରତିଭା ଅଧିକ୍ କିନ୍ତୁ ରମାର କମ୍। ତାହା ଅନ୍ୟ ମାନଙ୍କୁ ସ୍ଵାଧୀନ ଭାବେ ଭାବିବାକୁ ଛାଡ଼ିଦିଆଯାଉ। ଆମେ କାହିଁକି ମତ ଦେବା। ହଁ ଯୁବ ପିଢ଼ିଙ୍କୁ ପ୍ରଶଂସା କରାଯାଏ, କମ୍ ଥିଲେ ଅଧିକ କୁହାଯାଏ କାରଣ ସେମାନେ ପ୍ରେରଣା ପାଇବେ, ଉତ୍ସାହିତ ହେବେ।। ପୁନଶ୍ଚ ଜଣେ ଗୋଟିଏ ସମୟରେ ବହୁତ୍ ଭଲ କାମ କରିଛି। କିନ୍ତୁ ଅସୁସ୍ଥତା ପାଇଁ ଏବେ କରୁନି। ଆମେ କଣ ତାଙ୍କୁ ଭୁଲିଯିବା। ଜଣକର ଜ୍ଞାନ, ପ୍ରତିଭା ରହିବା ଗୋଟିଏ କଥା। କିନ୍ତୁ ତାହା ସମାଜରେ କେତେ ସ୍ଵୀକୃତି ପାଇଛି, ସମାଜରେ ବିଭିନ୍ନ ଶ୍ରେଣୀ କେତେ ଉପକୃତ ହୋଇଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ। ମୁଁ ଚାହିଁଲେ ଏହା କରିପାରିବି – ଏପରି ମନ୍ତବ୍ୟ ତ୍ରୁଟିପୂର୍ଣ୍ଣ। କଣ କରିଛ ବା ହାସଲ କରିଛି ତାହା ଗୁରୁତ୍ବ ପୂର୍ଣ୍ଣ। ଜଣେ ସମାଜରେ ପ୍ରତିଷ୍ଠିତ ହେବାକୁ ହେଲେ ବା ନିଜର ଗୁରୁତ୍ଵ ଜାହିରି କରିବାକୁ ହେଲେ ସମାଜର ବିଭିନ୍ନ ପ୍ଲାଟଫର୍ମ ରେ ନିଜର ଗୁରୁତ୍ବ ଯାହିରି କରିବା ଉଚିତ୍।
ଏହିପରି ଶହ ଶହ ପ୍ଲାଟଫର୍ମ ସମାଜରେ ରହିଛି। ଆମକୁ ସ୍ଵୀକୃତି ପାଇଁ ସେ ସବୁରେ ପ୍ରବେଶ କରି ନିଜର ଗୁରୁତ୍ବ ଯାହିରି କରିବା ଉଚିତ୍।

Related Post

Leave a Reply

Your email address will not be published. Required fields are marked *