ହିଞ୍ଜିଳିକାଟୁ // ହିଂଜିଳି ବିଧାୟକ କହି ବୁଲୁଥିବା ଜୈନୀକା ମହିଳାଙ୍କ ବିରୋଧରେ ବିଜେଡିର ଏତଲା ସବିତା ସାହୁ ନାମକ ଜନୈକ ମହିଳା ସେଠାକାର ନୂଆ ବିଧାୟକ ବୋଲି କହି ଓଡି ୦୭ବିସି ୮୭୪୦ ଗାଡ଼ି ହିଞ୍ଜିଳି ଏମ୍.ଏଲ୍.ଏ ଏସି ୧୩୧ ଫଳକ ଲଗାଇ ହିଂଜିଳି ଅଞ୍ଚଳରେ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି

Spread the love

ହିଂଜିଳି ବିଧାୟକ କହି ବୁଲୁଥିବା ଜୈନୀକା ମହିଳାଙ୍କ ବିରୋଧରେ ବିଜେଡିର ଏତଲା…..

ହିଞ୍ଜିଳିକାଟୁ, ୦୩/୦୩/୨୦୨୬ (ଦର୍ଶନ ସମୀକ୍ଷା)
ହିଞ୍ଜିଳି ରାଜନୀତିରେ ଦେଖିବାକୁ ମିଳିଛି ନୂଆ ମୋଡ଼। ବର୍ତ୍ତମାନ ସବିତା ସାହୁ ନାମକ ଜନୈକ ମହିଳା ସେଠାକାର ନୂଆ ବିଧାୟକ ବୋଲି କହି ବୁଲୁଥିବା କଥାଟି ବର୍ତ୍ତମାନ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି।

Oplus_131072

ଉକ୍ତ ମହିଳା ଏପରି କହି ବୁଲିବା ସହ ନିଜର ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି ଏହି ଭିଡ଼ିଓରେ। ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟକ ନବୀନ ପଟ୍ଟନାୟକ ରହିଛନ୍ତି। କିନ୍ତୁ କିଛି ଦିନ ହେବ ଏକ କଳା ରଙ୍ଗର ମହେନ୍ଦ୍ରା କାର ନମ୍ବର ଓଡି ୦୭ବିସି ୮୭୪୦ ଗାଡ଼ି ହିଞ୍ଜିଳି ଏମ୍.ଏଲ୍.ଏ ଏସି ୧୩୧ ଫଳକ ଲଗାଇ ହିଂଜିଳି ଅଞ୍ଚଳରେ ଘୁରି ବୁଲୁଥିବା ଏକ ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି ଯାହାକୁ ନେଇ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି।

Oplus_131072

ବିରୋଧୀ ଦଳ ନେତା ତଥା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ବିଧାୟକ(ବିଜେଡି) ଏକ ସାମ୍ବିଧାନିକ ପଦବୀରେ ରହି ଆସୁଛନ୍ତି। ପୁଣି ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକଙ୍କୁ କୋର୍ଟରେ ହରାଇ ମୁଁ ବିଧାୟକ ହୋଇଛି ବୋଲି ବିଭିନ୍ନ ଅଫିସରୁ ଅଫିସ ଯାଇ କହି ବୁଲୁଥିବା ମହିଳା ଜଣକ କିଏ ତାହା ଜଣା ପଡ଼ିନାହିଁ। ଏହାକୁ ପ୍ରତିବାଦ କରି ଏବଂ ଉକ୍ତ ମହିଳାଙ୍କୁ ଗିରଫ କରିବା ପାଇଁ ଆଜି ହିଂଜିଳି ବିଜେଡି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ତୁରନ୍ତ ସେହି ମହିଳାଙ୍କୁ ଗିରଫ କରିବା ପାଇଁ ସ୍ଥାନୀୟ ବିଜେଡି ଦଳୀୟ ନେତା ତଥା ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
ବାଇଟ-୧ -ଦେବାନନ୍ଦ ମହାପାତ୍ର(ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପ୍ରତିନିଧି)

Leave a Reply

Your email address will not be published. Required fields are marked *