ବ୍ରହ୍ମପୁର ଖାସ୍ପା ସାହିରେ ବହୁ ପୁରାତନ କଣ୍ଡେଇ ଯାତ୍ରା ଦୀର୍ଘ ୨୫୦ବର୍ଷ ହେଲା ହୋଇ ଆସୁଅଛି । ଚଳିତ ବର୍ଷ ୨୯ ଜୁଲାଇ ହେବାକୁ ଥିବା କଣ୍ଡେଇ ଯାତ୍ରା ନିମନ୍ତେ ଖାସ୍ପା ସାହି ସାନ ଜଗନ୍ନାଥ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।

Spread the love

ଆଷାଢ ପୂର୍ଣ୍ଣିମା କଣ୍ଡେଇ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର: ଦର୍ଶନ ସମୀକ୍ଷା

ବ୍ରହ୍ମପୁର ଖାସ୍ପା ସାହିରେ ବହୁ ପୁରାତନ କଣ୍ଡେଇ ଯାତ୍ରା ଦୀର୍ଘ ୨୫୦ବର୍ଷ ହେଲା ହୋଇ ଆସୁଅଛି । ଚଳିତ ବର୍ଷ ୨୯ ଜୁଲାଇ ହେବାକୁ ଥିବା କଣ୍ଡେଇ ଯାତ୍ରା ନିମନ୍ତେ ଖାସ୍ପା ସାହି ସାନ ଜଗନ୍ନାଥ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈକଠରେ ସଭାପତି ସୂର୍ଯ୍ୟ ନାରାୟଣ ଦାସଙ୍କ ଦ୍ଵାରା ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।ଏହି ବୈଠକରେ ସାଧାରଣ ସମ୍ପାଦକ ଗୋପାଳ ପଟ୍ଟନାୟକ କାର୍ଯ୍ଯକ୍ରମର ସମ୍ପୂର୍ଣ୍ଣ ବିବରଣୀ ଦେଇଥିବା ବେଳେ ସାଂସ୍କୃତିକ ସମ୍ପାଦକ ସୁଦୀପ ସାହୁ ବୈଠକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ ସାହିତ୍ୟ ଆସର , ସ୍ମରଣିକା ଉନ୍ମୋଚନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରତିଭା ସମ୍ମାନ ସମାରୋହ ଅନୁଷ୍ଠିତ ହେବା ନେଇ ବୈଠକରେ ଆଲୋଚନା ହୋଇଥିଲା । ସାହିତ୍ୟ ଆସର ନିମନ୍ତେ ଯୁବ କବି ସୁନୀଲ କୁମାର ପ୍ରଧାନଙ୍କୁ ଦାୟିତ୍ୱ ଦେଇଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପାଳନ କରାଯିବା ନେଇ ସଭାରେ ଆଲୋଚନା ହୋଇଥିଲା । ଏଥିରେ ମାନସ ରଞ୍ଜନ ପାଢ଼ୀ , ପତିତ ପାବନ ଗନ୍ତାୟତ, ଉମା ଶଙ୍କର ପାତ୍ର, ହେମନ୍ତ କୁମାର ପାତ୍ର, ବିଚିତ୍ର ସାହୁ, ସୁରେଶ କୁମାର ବେହେରା, ସୁକାନ୍ତ କୁମାର ପଣ୍ଡା, ସୁନିର ବିଶ୍ୱାସ, ବଦ୍ରିନାଥ ସାବତ , ସୁରେନ୍ଦ୍ର କୁମାର ସେନାପତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *