ଗଜପତି କପିଳେନ୍ଦ୍ର ଦେବ
ଗାଈ ଚରାଳିରୁ ସମ୍ରାଟ କପିଳେନ୍ଦ୍ର ଦେବ — ଜନ୍ମ ରହସ୍ୟରୁ ସିଂହାସନ
ଜନ୍ମ ଓ ପରିଚୟ: କିଏ ଥିଲେ ଏହି ପିଲା?
ଜନ୍ମଆନୁମାନିକ 1414 ମସିହା ବାପାଙ୍କ ନାଁ ନାହିଁ ଇତିହାସରେ ସ୍ପଷ୍ଟ ନାହିଁ। କେହି କୁହନ୍ତି ସାଧାରଣ ପରିବାରର-ମା’ବହୁତ ଗରୀବ ଥିଲେ। ଲୋକକଥା ଅନୁସାରେ ନାଁ ଥିଲା କର୍ପୂରା ଦେବୀ ଜନ୍ମସ୍ଥାନ ପୁରୀ ଜିଲ୍ଲାର ବ୍ରହ୍ମଗିରି ଅଞ୍ଚଳ କେତେ ଗରୀବ ଥିଲା ପିଲାଦିନ?
ଅନାଥ ଭଳି ବଢ଼ିଲେ ବାପାଙ୍କ ଛାୟା ନଥିଲା- ପେଟ ପୋଷିବା ପାଇଁ ଗାଈ ଚରାଉଥିଲେ, କାଠ କାଟୁଥିଲେ ଖାଲି ପାଦ, ଚିରା ଲୁଗା ଦୁଇଟା ଥିଲା – ପାଠ ପଢ଼ିବାର ସୁଯୋଗ ନଥିଲା, କିନ୍ତୁ ଦେହରେ ଅସୁର ବଳ ଆଉ ମୁଣ୍ଡରେ ତେଜ ବୁଦ୍ଧି.
କେମିତି ରାଜା ହେଲେ ଗାଈ ଚରାଳିରୁ ସେନାପତି
ଗଙ୍ଗବଂଶର ଶେଷ ରାଜା ଭାନୁଦେବ- ଦୁର୍ବଳ ଥିଲେ। ରାଜ୍ୟରେ ଅରାଜକତା- ଯୁବକ କପିଳେନ୍ଦ୍ର ନିଜ ସାହସ ଆଉ ଯୁଦ୍ଧ କୌଶଳ ପାଇଁ ସେନାରେ ଭର୍ତି ହେଲେ- ଧୀରେ ଧୀରେ ସେନାପତି ପଦ ପାଇଲେ। ସୈନ୍ୟମାନେ ତାଙ୍କୁ ଭଗବାନ ଭଳି ମାନୁଥିଲେ- 1435 ମସିହା ମନ୍ତ୍ରୀ ଓ ସାମନ୍ତମାନେ ଦୁର୍ବଳ ରାଜାଙ୍କୁ ହଟାଇ କପିଳେନ୍ଦ୍ରଙ୍କୁ ସିଂହାସନଦେଲେ- ଅଭିଷେକ ହେଲା ଶ୍ରୀ ଜଗନ୍ନାଥ ମନ୍ଦିରରେ।
ଗାଈ ଚରାଳି ହୋଇଗଲେ ଗଜପତିଲୋକକଥା — ଜଗନ୍ନାଥଙ୍କ ଆଶୀର୍ବାଦ କୁହାଯାଏ ପିଲାଦିନେ କପିଳେନ୍ଦ୍ର ଥରେ ଗାଈ ଚରାଉ ଚରାଉ ଶୋଇ ପଡ଼ିଲେ। ଗୋଟେ କଳା ନାଗ ଆସି ତାଙ୍କ ମୁଣ୍ଡ ଉପରେ ଫଣା ଟେକି ଛାଇ କଲା। ଗଙ୍ଗ ରାଜାଙ୍କ ମନ୍ତ୍ରୀ ଏହା ଦେଖି କହିଲେ “ଏ ପିଲା ସାଧାରଣ ନୁହେଁ, ଭବିଷ୍ୟତର ରାଜା” ଜଗନ୍ନାଥ ନିଜେ ତାଙ୍କୁ ବାଛିଛନ୍ତି ବୋଲି ମୋର ବିଶ୍ଵାସ।
ରାଜା ହେବା ପରେ କ’ଣ କଲେ
25 ବର୍ଷ ଶାସନ 1435-1467- ଓଡ଼ିଶାକୁ ଭାରତର ସବୁଠୁ ବଡ଼ ସାମ୍ରାଜ୍ୟ କଲେ — ଗଙ୍ଗାଠୁ କାବେରୀଯାଏଁ- ବିଜୟନଗର, ବାହମନୀ, ବଙ୍ଗ ସବୁଙ୍କୁ ହରାଇଲେ- ନିଜକୁ କହୁଥିଲେ “ଶ୍ରୀ ଜଗନ୍ନାଥଙ୍କ ରାଉତ” ମାନେ ଜଗନ୍ନାଥଙ୍କ ସେବକ- ପୁରୀ ମନ୍ଦିରରେ ଅନେକ ସେବା ଆରମ୍ଭ କଲେ
ନିଜେ କ’ଣ କହିଥିଲେ ତାଙ୍କ ଶିଳାଲେଖରେ ଲେଖା ଅଛି:
ମୁଁ ରାଜା ନୁହେଁ, ମୁଁ ଜଗନ୍ନାଥଙ୍କ ଗାଈ ଚରାଳି। ସେ ମୋତେ ସିଂହାସନ ଦେଇଛନ୍ତି, ମୁଁ ତାଙ୍କ ରାଜ୍ୟ ଚଳାଉଛି।ଯିଏ ପିଲାଦିନେ ଗାଈ ଚରାଉଥିଲା, ଖାଇବାକୁ ପାଉନଥିଲା, ସେଇ କପିଳେନ୍ଦ୍ର ଦେବ ପରେ ଗଜପତି ଗଉଡେଶ୍ଵର ନବକୋଟି କର୍ଣାଟ କଳବର୍ଗେଶ୍ଵର ହେଲେ।ଗରୀବି ତାଙ୍କ ଦୁର୍ବଳତା ନଥିଲା, ତାଙ୍କ ଶକ୍ତି ଥିଲା ଆଜି ବି ଓଡ଼ିଶା ତାଙ୍କ ପାଇଁ ଗର୍ବ କରେ। ଜୟ ଗଜପତି ଜୟ ଜଗନ୍ନାଥ












Leave a Reply