Spread the love

ଫ୍ୟାକ୍ଟ୍ରିର ଟଏଲେଟ୍‌ରେ ହଠାତ ଜନ୍ମ ହୋଇଗଲା ସନ୍ତାନ, ଲୋକଲଜ୍ଜା ଭୟରେ ମାରି ଡଷ୍ଟବିନ୍‌ରେ ଫୋପାଡି ଦେଲେ ଯୁବତୀ
ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର

କର୍ଣ୍ଣାଟକର ବେଙ୍ଗାଲୁରରେ ଦେଖିବାକୁ ମିଳିଛି ଏକ ଛାତିଥରା ଦୃଶ୍ୟ । ଏଠାରେ ଜଣେ ୧୯ ବର୍ଷର ଯୁବତୀ ଫ୍ୟାକ୍ଟ୍ରିର ଟଏଲେଟ୍‌ରେ ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ନବଜାତ ସନ୍ତାନର ଗଳାକାଟି ହତ୍ୟା କରିଥିବା ଖବରସାମନାକୁ ଆସିଛି। ରିପୋର୍ଟ ଅନୁସାରେ, ଏହି ଘଟଣା ଫକ୍ସକନ୍‌ର ଏକ ୟୁନିଟ୍‌ରେ ଘଟିଛି, ଯାହାକି ଆପଲର ଆଇଫୋନ୍ ଆସେମ୍ବଲ କରିଥାଏ।

ଏନଡିଟିଭି ନିଜର ଏକ ରିପୋର୍ଟରେ କହିଛି, ଅଭିଯୁକ୍ତ ଯୁବତୀଙ୍କ ଚିହ୍ନଟ ରେଣୁକା ରୂପରେ ହୋଇଛି, ଯିଏକି ଦେଭନହଲ୍ଳୀ ସ୍ଥିତ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ପୋଲିସର କହିବା ଅନୁସାରେ, ବୁଧବାର ଫ୍ୟାକ୍ଟ୍ରିର ଶୌଚାଳୟରେ ହଠାତ ଯୁବତୀ ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ। ଏହାପରେ ସେ ନବଜାତର ଗଳାକାଟି ହତ୍ୟା ପରେ ବ୍ୟାଗ୍‌ରେ ପୁରାଇ ଡଷ୍ଟବିନ୍‌ରେ ଫୋପାଡି ଦେଇଥିଲେ। ମାମଲାର ଖୁଲାସା ସେତେବେଳେ ହୋଇଥିଲା ଯେତେବେଳେ ଅନ୍ୟ କର୍ମଚାରୀ ଶୌଚାଳୟକୁ ଯାଇଥିଲେ ଓ ନବଜାତର ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା ଓ ଯାଞ୍ଚ ବେଳେ ଜଣାପଡିଥିଲା ଯେ, ନବଜାତକୁ ଜନ୍ମ ଦେବା ପରେ ତାକୁ ହତ୍ୟା କରାଯାଇଥିଲା।

ପଚରା ଉଚରା ବେଳେ ଅଭିଯୁକ୍ତ ଯୁବତୀଙ୍କ ଚିହ୍ନଟ କରାଯାଇଛି। ପ୍ରାରମ୍ଭିକ ଯାଞ୍ଚରେ ଆଶଙ୍କା ରହିଛି ଯେ, ଯୁବତୀ ଜଣକ ଏହି ପଦକ୍ଷେପ ଲଜ୍ଜା ଓ ସାମାଜିକ ଚାପ ଭୟରେ ନେଇଛନ୍ତି। କୁହାଯାଉଛି ଯେ, ପ୍ରସବ ହଠାତ ଓ ବିନା କୌଣସି ପ୍ରସ୍ତୁତିରେ ହୋଇଥିଲା। ବର୍ତ୍ତମାନ ଅଭିଯୁକ୍ତ ଯୁବତୀକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *