ଓଡ଼ିଆ ଭାଷା ବିକାଶ ମଂଚର,
କାଳଜୟୀ କଥାଶିଳ୍ପି
ଗୋପିନାଥ ମହାନ୍ତିଙ୍କ ଜୟନ୍ତୀ ପାଳିତ,I
ରାଉରକେଲା : ଦର୍ଶନ ସମୀକ୍ଷା
ଦୀପିକା ଇସ୍ପାତ,ଶିକ୍ଷା ସଦନ ଓ, ଓଡ଼ିଆ ଭାଷା ବିକାଶ ମଞ୍ଚର,ମିଳିତ ଆନୁକୁଲ୍ୟରେ ବିଦ୍ୟାଳୟର ପ୍ରଧାନ,ଶିକ୍ଷୟିତ୍ରୀ, ଶ୍ରୀମତୀ ସୁଚିତ୍ରା ଲେଙ୍କାଙ୍କ ସଭାପତିତ୍ଵରେ,ଶିକ୍ଷୟିତ୍ରୀ ମୋନାଲିସା ଗୌଡଙ୍କ,ସଂଯୋଜନାରେ
ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଜୟନ୍ତୀ ସଭାରେ ଓଡ଼ିଆ ଭାଷା ବିକାଶ ମଂଚର, ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର,ଭକ୍ତି ପୁତ ଶ୍ରଦ୍ଧା ଞ୍ଜଳୀ ଜଣାଇ କହିଲେ,ପଦ୍ମଭୂଷଣ ଗୋପୀନାଥ ମହାନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସର ଯୁଗ ସ୍ରଷ୍ଟା । ସେ ଜଙ୍ଗଲର ଆଦିବାସିଙ୍କ ଜୀବନକୁ ଗଭୀର ଭାବେ ଅଧୟନ କରିଥିଲେ। ସେମାନଙ୍କ ଭାଷା ଓ ସଂସ୍କୃତି ଶିକ୍ଷାରୁ ଜନ୍ମ ନେଲା,ପରଜା,,ଅମୃତରସନ୍ତାନ,ଦାଦି ବୁଢା,ଭଳି କାଳଜୟୀ ଉପନ୍ୟାସ ।
ସେ ତାଙ୍କ ଗଳ୍ପ ମାଧ୍ୟମରେ ବ୍ୟକ୍ତି କେନ୍ଦ୍ରୀକ ବିଚାର ଓ ସମାଜବାଦୀ ବିଚାର ମାଧ୍ୟମରେ ସମନ୍ୱୟ ଆଣିଥିଲେବୋଲି କହିଥିଲେ।ସଭାପତି ଶ୍ରୀମତୀ ଲେଙ୍କା ତାଙ୍କ ଅଭିଭାଷଣରେ କହିଲେ,ଗୋପୀନାଥ ମହାନ୍ତିଙ୍କ ଲେଖନୀରେସୃଷ୍ଟି ହୋଇଛି, ହରିଜନ, ଦାନାପାଣି, ଲୟ ବିଲୟ, ମାଟି ମଟାଳ,ଆଦି, କାଳଜୟୀ ଉପନ୍ୟାସ ରଚନା କରି ଛାଡି ଯାଇଛନ୍ତି ବଳିଷ୍ଠ ସ୍ଵାକ୍ଷରବୋଲି କହିଥିଲେ। ବିଦ୍ୟାଳୟର ଛାତ୍ରୀ, ସୁନିଧି ବାଗ,ସୁଚିସ୍ମିତା ସତପଥୀ, ଦୀପାଞ୍ଜଳୀସାହାରେ,ଗୋପୀନାଥଙ୍କ ଜୀବନ ଦର୍ଶନ ଉପରେ କ୍ଷୁଦ୍ର ନିବନ୍ଧ ପାଠକରି ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସଭାରେ ସହଯୋଗ କରିଥିଲେ ସଂଦୀପପାଢୀ, ପ୍ରିୟଙ୍କା ମହାରଣା, ପ୍ରଭାତୀ ଦାଣ୍ଡିଆ, ସରୋଜିନୀ ନାୟକ,ନିଲିମା ମହାପାତ୍ର। ସେଷରେ,ସହ ପ୍ରଧାନଶିକ୍ଷୟିତ୍ରୀ ଧନ୍ୟବାଦ ଦେଇ କହିଲେ ବିଦ୍ୟାଳୟମାନଙ୍କରେ, ଓଡିଶାର ବରପୁତ୍ରମାନଙ୍କର, ଜୟନ୍ତୀ ଓ ସ୍ତୃତିସଭା ହେବା ଦ୍ଵାରା ଛାତ୍ରଛତ୍ରୀ ମାନେ ଓଡିଶାର ଇତିହାସ, ସାହିତ୍ୟ, ସଂସ୍କୃତି, ସଂପର୍କରେ ଜ୍ଞାନ ଅର୍ଜନ କରୁଛନ୍ତି।












Leave a Reply