ରୋଗୀ ସେବା ଠାରୁ ବହୁ ଦୂରରେ ପାରଳାଖେମୁଣ୍ଡି ପୌର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ପାରଳାଖେମୁଣ୍ଡି,22/4(ତାରିଣୀ ପ୍ରସାଦ ପଣ୍ଡା):
ରୋଗୀ ସେବା ଠାରୁ ବହୁ ଦୂରରେ ପାରଳାଖେମୁଣ୍ଡି ପୌର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିବା ଅଭିଯୋଗ ହୋଇଛି. ରୋଗୀଙ୍କୁ ସେବା ଦେବାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ସହରର ବହୁ ସଂଖ୍ୟକ ରୋଗୀ ଆସୁଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରତ୍ୟେକ ଦିନ ୧୨୦ରୁ ଊର୍ଦ୍ଧ୍ୱ ରୋଗୀ ସେବା ପାଇଁ ଆସୁଛନ୍ତି. ହେଲେ ମାତ୍ର ଜଣେ ଡାକ୍ତର ସେବା ଦେବା ପାଇଁ ରହିଥିବାରୁ ରୋଗୀମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡୁଛି. ଏଠାରେ ଡାଇବେଟିସ ରୋଗୀଙ୍କ ପାଇଁ କୈଣସି ସଠିକ୍ ସେବା ମିଳୁ ନଥିବା ଅଭିଯୋଗ ହୋଇଛି.

ଆଜି ଏହି ସ୍ବାସ୍ଥ୍ୟକେନ୍ଦ୍ରକୁ ବହୁ ଜଣ ଡାଇବେଟିସ ରୋଗୀ ଆସିଥିଲେ. ହେଲେ ରକ୍ତ ପରୀକ୍ଷା କରିବା ପାଇଁ ଷ୍ଟିପ ନଥିବା ଯୋଗୁଁ ଏଠାରେ ରୋଗୀ ନାହିଁ ନଥି ବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକମାନଙ୍କ ସ୍ୱାସ୍ଥ୍ୟ ବ୍ୟବସ୍ଥା ଠିକ୍ ନଥିବା ବେଳେ ଏହି ସ୍ବାସ୍ଥ୍ୟ କେନ୍ଦ୍ରରେ ସୁଗେର ପରିକ୍ଷଣ ଷ୍ଟ୍ରିପ ନଥିବା କେତେ ଯୁକ୍ତିଯୁକ୍ତ. ଏହି ଘଟଣା ନେଇ ଜ୍ଞାନ ରଞ୍ଜନ ଜେନା ନାମକ ଜଣେ ରୋଗୀ ସୁଗେର ପରିକ୍ଷଣ ପାଇଁ ଦୁଇ ଦିନ ଧରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି. ହେଲେ ଷ୍ଟ୍ରିପ ଅଭାବ ଯୋଗୁଁ ସ୍ୱାସ୍ଥ୍ୟସେବା ନ ପାଇ ଫେରି ଯାଉଥିବା ଜଣାଇଛନ୍ତି.
ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ସମର୍ପଣ ମହୋତ୍ସବ ପାରଳାଖେମୁଣ୍ଡି, 22/4(ତାରିଣୀ ପ୍ରସାଦ ପଣ୍ଡା ):
ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଅବସ୍ଥିତ. ମହେନ୍ଦ୍ରଗିରି ପାଦଦେଶରେ ଗତକାଲି ଏକ ଐତିହାସିକ ”ସମର୍ପଣ ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭଗବାନଙ୍କ ପ୍ରତି ଅତୁଟ ବିଶ୍ବାସ ସହ ଜଗତ କଲ୍ୟାଣ ପାଇଁ ନିଜକୁ ସମର୍ପି ଦେବାକୁ ଶତାଧିକ ଶ୍ରଦ୍ଧାଳୁ ଶପଥ ଗ୍ରହଣ କରିଛନ୍ତି । ବିଶେଷ କରି ସାଧକ ପୂଜ୍ୟ ଦଣ୍ଡିସ୍ବାମୀ ଭାସ୍କର ତୀର୍ଥ (ଲକ୍ଷ୍ମୀ ବାବା) ଙ୍କ ମହତ ଉଦ୍ଦେଶ୍ୟ ଏହି ସମାରୋହକୁ ଏକ ନୂତନ ଦିଗ ଦର୍ଶାଇଛି I ମହେନ୍ଦ୍ରଗିରି ଶିଖରରେ ଅବସ୍ଥିତ ଭଗବାନ ପର୍ଶୁରାମଙ୍କ ତପୋଭୂମିରେ ସାଧନାରେ ମଗ୍ନ ପୂଜ୍ୟ ଦଣ୍ଡିସ୍ବାମୀ ଭାସ୍କର ତୀର୍ଥ ନିଜ ଶରୀରକୁ ମରଣୋତ୍ତର ଦାନ କରିବା ପାଇଁ ଘୋଷଣା କରିଛନ୍ତି। ସେ ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ ଜଗତ କଲ୍ୟାଣ ପାଇଁ ନିଜ ଶରୀରଦାନ କରିବାକୁ ମାର୍ଚ୍ଚ ୨୬ ତାରିଖରେ ଇଚ୍ଛାପତ୍ର ନେଇ ଭକ୍ତଙ୍କୁ ଅବଗତ କରିଥିଲେ | ସେବା ଓ ତ୍ୟାଗର ଏହା ଚରମ ଉଦାହରଣ. ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏହା ଏକ ନୂତନ ଜାଗରଣ ସୃଷ୍ଟି କରିଛି | ବାବାଙ୍କର ଏହି ମହତ ମାର୍ଗଦର୍ଶନରେ ଅନୁପ୍ରାଣିତ ହୋଇ ସେଠାରେ ଉପସ୍ଥିତ ଥିବା ଶତାଧିକ ଭକ୍ତ ଭଗବାନ ପର୍ଶୁରାମଙ୍କ ସମ୍ମୁଖରେ ପ୍ରତିଜ୍ଞା କରିଛନ୍ତିଯେ ସେମାନେ ମଧ୍ୟ ଶରୀରକୁ ଜଗତ କଲ୍ୟାଣ ପାଇଁ ଦାନ କରିବେ | ମଣିଷର ମୃତ୍ୟୁ ପରେ ମଧ୍ୟ ତା’ର ଅଙ୍ଗ ପ୍ରତ୍ୟଙ୍ଗ କିପରି ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ପାରିବ କିମ୍ବା ଚିକିତ୍ସା ବିଜ୍ଞାନର ଗବେଷଣାରେ କାର୍ଯ୍ୟ କରିବ, ସେ ନେଇ ଏକ ବଳିଷ୍ଠ ସଂକଳ୍ପ ନିଆଯାଇଛି। ଏହି ସମର୍ପଣ ମହୋତ୍ସବ ମାଧ୍ୟମରେ କେବଳ ଭକ୍ତି ନୁହେଁ, ବରଂ ସମାଜ ପ୍ରତି ଥିବା ଦାୟିତ୍ବବୋଧକୁ ପ୍ରମାଣିତ କରାଯାଇଛି I

ଗଜପତିରେ ପୁଣି 50 ଲକ୍ଷ ଟଙ୍କାରୁ ଉର୍ଦ୍ଧ ଗଂଜେଇ ଜବତ ପାରଳାଖେମୁଣ୍ଡି, 22/4(ତାରିଣୀ ପ୍ରସାଦ ପଣ୍ଡା ):
ଗଜପତି ଜିଲ୍ଲାରେ ପୁଣି 50 ଲକ୍ଷ ଟଙ୍କାର ଗଞ୍ଜେଇକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି. ଲଗାତାର ଭାବେ ଗଜପତି ପୋଲିସ ଚଢାଉ କରି ବହୁ ପରିମାଣରେ ଗଞ୍ଜେଇକୁ ଜବତ କରି ଆସୁଥିବା ଯୋଗୁଁ ଚୋରା ଗଞ୍ଜେଇ ବ୍ୟବସାୟୀମାନେ ଆତଙ୍କିତ ହୋଇପଡିଛନ୍ତି. ସେମାନଙ୍କ ନିଦକୁ ପୋଲିସ ହଜାଇ ଦେଇଛି. ଗତ ଏପ୍ରିଲ ୨୦ ତାରିଖ ସନ୍ଧ୍ଯାରୁ ଖାନତଲାସୀ ଅଭିଯାନ ଜାରି ରହିଥିଲା। ୨୧ ତାରିଖ ସନ୍ଧ୍ୟାରୁ ପୋଲିସର ଆଠବାକରା ଗ୍ରାମରୁ ଆରମ୍ଭ କରି ନିକଟସ୍ଥ ଡ୍ୟାମ ପାଖ ପର୍ଯ୍ୟନ୍ତ ଛାନଭିନ୍ କରିବାରେ ପୋଲିସକୁ ବଡ ସଫଳତା ମିଳିଛି। ଅଡବା ଥାନା ଅନ୍ତର୍ଗତ ଏହି ଅଂଚଳରେ ଗଞ୍ଜେଇ ମାଫିଆମାନେ ଚୋରାଚାଲାଣ ପାଇଁ ଲୁଚାଇ ରଖିଥିବା ୫ କ୍ୱିଣ୍ଟାଲ ୨୦ କିଲୋ ଗଂଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ 50 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି. ଏ ବାବଦରେ କେହି ଗିରଫ ହୋଇନଥିବା ବେଳେ ଅଡବା ଥାନାରେ ୮୨/୨୬ କେଶ ପଂଜୀକୃତ ହୋଇ ତଦନ୍ତ ଜାରି ରହିଛି।ଆର. ଉଦୟଗିରି ଏସଡିପିଓ ଋାକେଶ କୁମାର ସାହୁଙ୍କ ତତ୍ୱାବଧାନରେ ଏହି ଚଢାଉ ହୋଇଥିବା ଜଣ
ଗଜପତିରେ ସିଏମ୍ ଟ୍ରଫି ଖୋଖୋ ଉଦଘାଟନ……ଭାଗ ନେଲେ 14 ଗୋଟି ଟିମ ପାରଳାଖେମୁଣ୍ଡି, 22/4(ତାରିଣୀ ପ୍ରସାଦ ପଣ୍ଡା ):-

ଆଜି ଗଜପତି ଜିଲ୍ଲା ପ୍ରଶାସନ କ୍ରୀଡା ବିଭାଗ ପକ୍ଷରୁ ୧୪ ବର୍ଷ ରୁ କମ “ମୂଖ୍ୟ ମନ୍ତ୍ରୀ ଟ୍ରଫି” ଅନ୍ତଃ କ୍ଳବ ଓ ଅନ୍ତଃ ଜିଲ୍ଲା ଖୋ ଖୋ ଚାମ୍ପିୟନସିପ -୨୦୨୬ ସ୍ଥାନୀୟ ଭେଙ୍କଟେଶ୍ୱର ଉଚ ବିଦ୍ୟାଳୟ, ଗାରବନ୍ଧା ଠାରେ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ବିଡ଼ିଓ ଶ୍ରୀ ଗୌର ଚନ୍ଦ୍ର ପଟନାୟକ, ଜ଼ିଲ୍ଲା କ୍ରୀଡା ଅଧିକାରୀ ତ୍ରୀନାଥ ସାହୁ, ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ପାତ୍ର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଟ୍ରଫିକୁ ଉଦଘାଟନ କରିଥିବା ବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତ ପିଇଟି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ, ଭୋଳୁଣ୍ଟରର୍ସ ପୋଲିସ କର୍ମଚାରୀ ମାନେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସହିତ କରିଥିଲେ. ଜିଲ୍ଲାର ସମସ୍ତ ବ୍ଲକରୁ ସମୁଦାୟ 10 ଗୋଟି ବାଳକ ବର୍ଗ ଏବଂ 6 ଗୋଟି ବାଳିକା ବର୍ଗ ଟିମ ଭାଗ ନେଇଥିଲେ. ନାକ ଆଉଟ ପର୍ଯ୍ୟାୟରେ ଅନୁଷ୍ଠିତ ଏହି ମ୍ୟାଚରେ ଶେଷରେ ଗୋଶାଣି thunders ଚାମ୍ପିୟନ ହୋଇଥିବା ବେଳେ ରାୟଗଡା ୱରିୟାର୍ସ ରୋନର୍ସ ଅପ ହେଇଥିଲେ. ସେହିଭଳି ବାଳିକା ବର୍ଗରେ ରାୟଗଡା ଦିବସ ଚାମ୍ପିୟନ ହୋଇଥିବା ବେଳେ ଗୋଶାଣି ଚ୍ୟାଲେଞ୍ଜର୍ସ ରୋନେର୍ସ ଅପ ହେଇଥିଲେ ଏବଂ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହେଇଥିଲେ. ଏହି ଖେଳାଳିମାନେ ଜୋନ ସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ ବୋଲି କ୍ରୀଡା ବିଭାଗ ପକ୍ଷରୁ ସୂଚନା ମିଳିଛି.












Leave a Reply