ଗୋଟିଏ ଛତା ପାଇଁ ବିଜୁ ପଟ୍ଟନାୟକ ପାଣିକୁ ଡେଇଁବା କାହାଣୀ
ଏହା ବିଜୁ ପଟ୍ଟନାୟକ ପିଲାଦିନର କଥା। ସେତେବେଳେ ସେ କଟକର ରେଭେନ୍ସା କଲେଜିଏଟ୍ ସ୍କୁଲ୍ ରେ ପଢୁଥିଲେ।. କ’ଣ ହୋଇଥିଲା ଥରେ ବର୍ଷା ଦିନେ ବିଜୁ ବାବୁ ସାଙ୍ଗମାନଙ୍କ ସହିତ କାଠଯୋଡି ନଦୀପାଖରେ ଠିଆ ହୋଇଥିଲେ। ହଠାତ୍ ଜଣେ ବୁଢୀ ମା’ ନଦୀ ପାର ହେଉଥିଲେ। ପବନରେ ତାଙ୍କ ହାତରୁ ଛତା ଟି ଉଡ଼ିଯାଇ ନଦୀରେ ପଡିଗଲା। ବୁଢୀ ମା’ କାନ୍ଦିବାକୁ ଲାଗିଲେ — “ହେ ଭଗବାନ, ଏଇଟା ମୋର ଗୋଟିଏ ମାତ୍ର ଛତା। ଏବେ ମୁଁ ଖରା-ବର୍ଷାରେ କେମିତି ଯିବି ବିଜୁ ବାବୁ କ’ଣ କଲେ ଚାରିଆଡେ ଲୋକ ଠିଆ ହୋଇ ଦେଖୁଥିଲେ, କେହି ପାଣିକୁ ଡେଇଁଲେ ନାହିଁ। କାରଣ ନଦୀରେ ପ୍ରଖର ସୁଅଥିଲା। କିନ୍ତୁ ବିଜୁ ପଟ୍ଟନାୟକ ସାଙ୍ଗେ ସାଙ୍ଗେ ପୋଷାକ ସହିତ ନଦୀକୁ ଡେଇଁ ପଡିଲେ। ସୁଅରେ ଭାସି ଭାସି ଯାଇ ସେଇ ଛତା ଟିକୁ ଧରି ଆଣିଲେ ଏବଂ ବୁଢୀ ମା’ଙ୍କୁ ଫେରାଇ ଦେଲେ। ଆଖିରେ ଲୁହ ନେଇ ବୁଢୀ ମା’ ଆଶୀର୍ବାଦ ଦେଲେ — ବାବୁ ରେ, ତୁ ଦିନେ ବହୁତ ବଡ଼ ଲୋକ ହେବୁ। ସାରା ଓଡ଼ିଶା ତତେ ମୁଣ୍ଡରେ ବସାଇବ।

ସେ ଦିନର ସାହସ ତାଙ୍କ ଜୀବନକୁ ବାଜି ଲଗାଇ ଅନ୍ୟର ଛୋଟ ଜିନିଷ ବଞ୍ଚାଇବା ସହିତ ଏକ ସମ୍ବେଦନା ଆଣିଦେଇଥିଲା,ଜଣେ ଗରିବ ବୁଢୀର ଗୋଟିଏ ଛତାର ମୂଲ୍ୟର ଅଶ୍ରିବଡ ତାଙ୍କୁ ଅଜବ ସାହାସ ଆଣି ଦେଇଥିଲା ବିଜୁ ପଟ୍ଟନାୟକ ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ, ଭାରତର କେନ୍ଦ୍ର ମନ୍ତ୍ରୀ ହେଲେ, ଇଣ୍ଡୋନେସିଆକୁ ସ୍ଵାଧୀନ କରିବାରେ ସାହାଯ୍ୟ କଲେ। କିନ୍ତୁ ତାଙ୍କ ଚରିତ୍ର ସେଇ ଛତା ଦିନ ଠାରୁ ହିଁ ଦେଖା ଯାଇଥିଲା।ବିଜୁ ବାବୁ କହୁଥିଲେ”ଓଡ଼ିଶା ମୋ ମା’, ଓଡ଼ିଆ ମୋ ଭାଇ-ଭଉଣୀ। ସେମାନଙ୍କ ପାଇଁ ମୁଁ ହଜାର ଥର ପାଣିକୁ ଡେଇଁବି।
ଓଡ଼ିଶା ମାଟିର ସେଇ ବରପୁତ୍ର — ଯିଏ ଛତା ପାଇଁ ନଦୀକୁ ଡେଇଁଲେ, ପରେ ଓଡ଼ିଶା ପାଇଁ ଆକାଶକୁ ବି ଡେଇଁଲେ “ସ୍ଵପ୍ନ ଦେଖ, ବଡ଼ ସ୍ଵପ୍ନ ଦେଖ”— ବିଜୁ ବାବୁଙ୍କ ବାଣୀ ଆଜି ବି ଆମକୁ ବାଟ ଦେଖାଉଛି












Leave a Reply