୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ଗୃହ ନିର୍ବାଚନ ଵିଭାଗ; ସ୍ଥଗିତ ରହିଲା ୨ ଲକ୍ଷ Form-7
ପ୍ରଦୀପ କୁମାର ପଣ୍ଡା ଦର୍ଶନ ସମୀକ୍ଷା ଭୁବନେଶ୍ୱର
ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୯ ଲକ୍ଷ ୮୦ ହଜାର ଭୋଟର । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ସରକାରଙ୍କ ଗୃହ ନିର୍ବାଚନ ବିଭାଗ । ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ହେବା ପରଠୁ ଅନେକ ଲୋକଙ୍କ ନାମ କଟିଯାଇଛି । ଏଥିରେ ତୃଟି ଥିବା ନେଇ ଅଭିଯୋଗ ହୋଇଛି ।
ଅନେକ ମାମଲାରେ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାମ କଟାଯାଇଥିବା ସହିତ ବିଏଲଓ ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରିନଥିବା ଅଭିଯୋଗ ଆସିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ୨ ଏପ୍ରିଲ୍ ୨୦୨୬ ପରେ ଆସିଥିବା ପ୍ରାୟ ୨ ଲକ୍ଷ Form-7 ଆବେଦନକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଏହା ସହିତ, ସମସ୍ତ ERO (Electoral Registration Officer) ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ଯେ ମୃତ ଭୋଟରଙ୍କ ନାମ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବେ । ଏନେଇ ପରିବାର ବାର୍ଗ କିମ୍ୱା ନିକଟ ସମ୍ପର୍କୀୟ Form-7 ରେ ଆବେଦନ କରିବାକୁ ହେବ । ଯଦି ନାଁ କଟାଯାଇଛି, ତେବେ ଭୋଟରଙ୍କ ଠିକଣାରେ ସୂଚନା ଦେବାକୁ ହେବ । ସନ୍ଦେହ ଜନକ ଡୁପ୍ଲିକେଟ୍ କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ ଜାରି କରି ଯାଞ୍ଚ କରାଯିବ । ଯେତିକି Form-7 ଆବେଦନ ଆସୁଛି, ସେଥିରୁ ଅତିକମରେ ୫୦% ମାମଲାରେ Physical Verification କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।
ଅନ୍ୟପଟେ ଭୋଟରଙ୍କ ଅଭିଯୋଗଗୁଡ଼ିକୁ ୧୯୫୦ କଲ୍ ସେଣ୍ଟର, ଇମେଲ୍ କିମ୍ବା ଅନ୍ୟ ମାଧ୍ୟମରେ ଆସୁଥିବା ସମସ୍ତ ମାମଲାକୁ ଗୁରୁତ୍ୱ ଦେଇ କ୍ଷେତ୍ରୀୟ ସ୍ତରରେ ଯାଞ୍ଚ କରିବାକୁ କୁହାଯାଇଛି । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ, ସମ୍ବନ୍ଧିତ ଅଧିକାରୀମାନେ ଅତି କମରେ ୫୦% ମାମଲା ଯାଞ୍ଚ ହୋଇଥିବା ସନ୍ଦର୍ଭରେ ସର୍ଟିଫିକେଟ୍ ଦେବା ପରେ ପୁଣିଥରେ ଅନଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ଗୃହ ନିର୍ବାଚନ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି ।












Leave a Reply