ରାତ୍ରୀକାଳୀନ ଭଲିବଲ ପ୍ରତିଯୋଗିତାରେ ସାଲେପୁର ଚାମ୍ପିଅନ
ଫୁଲନଖରା, ୧୯/୪ (ଦର୍ଶନ ସମୀକ୍ଷା)
ସଦର ଥାନା ଅନ୍ତର୍ଗତ ସାଇଁଶୋ ପଞ୍ଚାୟତର ଗବବସ୍ତଠାରେ ଦ୍ଵିତୀୟ ବାର୍ଷିକ ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଏଥିରେ ବାଲେଶ୍ବର, ଭୁବନେଶ୍ୱର, ମାହାଙ୍ଗା, ଅଡ଼ଶପୁର, ଜିଗିନିପୁର, ଭିଙ୍ଗାରପୁର ଓ ସରକଣା ସମେତ ରାଜ୍ୟର ବଛା ବଛା ୮ଟି ଭଲିବଲ ଟିମ ଅଂଶ ଗ୍ରହଣ କରିଥିଲେ। ଗବବସ୍ତ ଯୁବକ ସଂଘଦ୍ଵାରା ଆୟୋଜିତ ଏହି ରାତ୍ରୀକାଳୀନ ପ୍ରତିଯୋଗିତାକୁ ସମାଜସେବୀ ସୟଦ ରୁହୁଲଜୈନ ଅଲ୍ଲୀ ଓ ଅବୁ ତାହିର ଅତିଥିଭାବେ ଉଦଘାଟନ କରିଥିଲେ। ଫାଇନାଲ ମ୍ୟାଚରେ ମାହାଙ୍ଗା ଭଲିବଲ ଦଳ ଭୁବନେଶ୍ଵର ଦଳକୁ ହରାଇ ଚମ୍ପିଆନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ଅଲମସ ବାବୁଙ୍କ ସମେତ ଗଣେଶଚନ୍ଦ୍ର ବେହେରା, ଅଲିମ ଉଦ୍ଦିନ, ଶେଖ ଅଫସର ଅଲ୍ଲୀ, ଶେଖ ବାସିଦ, ଅନୱର ଖର୍ଶ, ଫରିଦ ଖାଁ ପ୍ରମୁଖ ଅତିଥିଭାବେ ଯୋଗଦେଇ ଚମ୍ପିଆନ ଦଳକୁ ୫ହଜାର ଅର୍ଥରାଶି ଏବଂ ରନର୍ସଅପ ଦଳକୁ ୪ହଜାର ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରିଥିଲେI ମହମ୍ମଦ ତାରା ଓ ରୋହନ କୁମାର ସାହୁ ଖେଳ ପରିଚାଳନା କରିଥିଲାବେଳେ ସୟଦ ସକତ ଅଲ୍ଲୀ, ନିତ୍ୟାନନ୍ଦ ଲେଙ୍କା, ଅବଦୁଲ ହାଦି, ପାପା ମହମ୍ମଦ ଓ ଯୁବକ ସଂଘ ସଦସ୍ୟମାନେ ସହଯୋଗ କରିଥିଲେ।












Leave a Reply