ଭୁବନେଶ୍ୱର // ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ ପକ୍ଷରୁ ଜଳଛତ୍ର ଓ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

Spread the love

ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ ପକ୍ଷରୁ ଜଳଛତ୍ର ଓ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ତା. ୧୯.୦୪.୨୦୨୬: (ଦର୍ଶନ ସମୀକ୍ଷା)

ଆଜି ପୋଖରୀପୁଟ ସ୍ଥିତ ପ୍ରିଷ୍ଟିନ୍ ଗ୍ରିନ୍ସ ଫେଜ୍-୨ ରେ ‘ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ’ ପକ୍ଷରୁ ଏକ ପଣା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ଏହି ଅବସରରେ ୧୧୦ ଲିଟରରୁ ଅଧିକ ପଣା ପଥଚାରୀ, ନିର୍ମାଣ କର୍ମୀ, ଡେଲିଭେରି କର୍ମଚାରୀ, ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କ ସହିତ ଅଞ୍ଚଳକୁ ଆସୁଥିବା ସାଧାରଣ ନାଗରିକମାନଙ୍କୁ ବଣ୍ଟନ କରାଯାଇଥିଲା ।ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ଅନୁଭବ ହେଉଥିବା ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ‘ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବ’ ପକ୍ଷରୁ ପଥଚାରୀମାନଙ୍କ ସହଯୋଗ ନିମନ୍ତେ ଏହି ଜଳଛତ୍ର ପ୍ରୟାସ ଆରମ୍ଭ କରାଯାଇଛି । ଏହି ଜଳଛତ୍ରକୁ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ତିଥିରେ ଆରମ୍ଭ କରାଯାଇଥିଲା ଏବଂ ଏହା ଆସନ୍ତା ଶ୍ରମିକ ଦିବସ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ କାର୍ଯ୍ୟକାରୀ ରହିବ । ଏହି ଜଳଛତ୍ରରେ ପ୍ରତିଦିନ ୧୦୦ ଲିଟରରୁ ଉର୍ଦ୍ଦ୍ୱ ପଣା ସମ୍ପୂର୍ଣ୍ଣା କ୍ଲବର ସଦସ୍ୟମାନଙ୍କ ଦ୍ୱାରା ବଣ୍ଟନ କରାଯାଉଛି ।ଏହି ପଣା ବଣ୍ଟନ କାର୍ଯ୍ୟକ୍ରମଟି ସୁପର୍ଣ୍ଣା ମିଶ୍ର, ସଂଘମିତ୍ରା ସତପଥୀ, ମହୁଆ ରାୟ, ସ୍ମିତା ପଣ୍ଡା, ରଶ୍ମି ଗୌଡ, ମୃଣ୍ମୟୀ ମହାପାତ୍ର, ସ୍ନେହପ୍ରଭା ଦାସ, ଅନିମା ଦାଶ ଓ ଦେବଶ୍ରୀ ବାନାର୍ଜୀଙ୍କ ସହ କ୍ଲବର ଅନ୍ୟାନ୍ୟ ବରିଷ୍ଠ ସଦସ୍ୟମାନଙ୍କ ଦ୍ୱାରା ସମନ୍ୱୟ କରାଯାଇଥିଲା ।ଏହି ଅବସରରେ ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବର ଅଧ୍ୟକ୍ଷା ପ୍ରତିମା ଦାଶ କହିଥିଲେ, “ଜଳଛତ୍ର କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣା ଲେଡିଜ୍ କ୍ଲବର ସଦସ୍ୟମାନଙ୍କ ଏକ ସାମାଜିକ ପ୍ରୟାସ ଅଟେ । ଆମେ ବିଶେଷକରି ନିର୍ମାଣ କର୍ମୀ, ଡେଲିଭେରି କର୍ମଚାରୀ, ଅଟୋ ଏବଂ ଟ୍ୟାକ୍ସି ଚାଳକଙ୍କୁ ସହାୟତା କରିବାକୁ ଚାହୁଁଛୁ ଯେଉଁମାନେ ଏହି ତୀବ୍ର ଗ୍ରୀଷ୍ମ ଋତୁରେ ବିନା ବିରତିରେ ଆମକୁ ସେବା ଦେବା ନିମନ୍ତେ ପରିଶ୍ରମ କରୁଛନ୍ତି । ଏହି ପ୍ରୟାସ ମାଧ୍ୟମରେ ଏହି କର୍ମୀମାନଙ୍କୁ ପଣା ବଣ୍ଟନ ଦ୍ୱାରା କାର୍ଯ୍ୟରେ ସହଯୋଗ ଆମର ମୁଖ୍ୟ ଉଦ୍ଦେଶ୍ୟ ।”

Leave a Reply

Your email address will not be published. Required fields are marked *