Spread the love

ଭୁବନେଶ୍ୱର
ଉତ୍କଳ ହସ୍ପିଟାଲରେ ବିଶ୍ୱ ଲିଭର ଦିବସ ପାଳନ ଏବଂ
ଉତ୍କଳ ହସ୍ପିଟାଲ ଓଡିଶାରେ ନୂତନ ଇତିହାସ ରଚିଲେ, ଗୋଟିଏ ମାସରେ ୩ଟି କାଡାଭେରିକ ଲିଭର ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ସଂପନ୍ନ କରି l

ତା ୧୮.୦୪.୨୦୨୬(ଦର୍ଶନ ସମୀକ୍ଷା)
ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ଲିଭର ଦିବସ ପାଳନର ହୋଇଯାଇଅଛି ଏହି ଅବସରରେ ସଚେତନେତା ପାଇଁ ଆଜି ପ୍ରାତଃ କାଳରେ ଏକ ମିନି ମାରାଥନର ଅୟୋଜନ ହୋଇଥିଲା ଏଥିରେ ୩୦୦ ଜଣ ମହିଳା ଏବଂ ପୁରୁଷ ଭାଗନେଇଥିଲେ l
ଏହି ବର୍ଷର ଥିମ୍ ହେଉଅଛି ସୋଲିଡ ହାବିଟସ୍ ଷ୍ଟ୍ରଙ୍ଗ ଲିଭର୍ (Solid Habits Strong Liver)
ଏହି ମାରାଥନ କୁ ମୁଖ୍ୟ ଅତିଥି ରେସିଡେଣ୍ଟ ଏଡିଟର୍ ଏସିଆନ୍ ଏଜ ଏବଂ ଡେକାନ କ୍ରୋନିକଲ୍ ଶ୍ରୀ ଅକ୍ଷୟ କୁମାର ସାହୁ ଏବଂ ସମ୍ମାନୀୟ ଅତିଥି SOTTO ର ଜଏଣ୍ଟ ଡାଇରେକ୍ଟର ଡା ବିଭୂତିଭୂଷଣ ନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ l
ଏହି ଅବସରରେ ଉତ୍କଳ ହସ୍ପିଟାଲର ସିଇଓ,ଶ୍ରୀ ବି. କେ. ସୁବୋଧ ସିଂହ, ଡା ସଲିଲ ପରିଡା,ଡ଼ା ଅନନ୍ତ କୁମାର ଅଗସ୍ତି, ଡା ବିଜୟ ମିଶ୍ର ଏବଂ ଡା ମଳୟ କୁମାର ଧଳ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଏହି ସଚେତନେତା ମାରାଥନର ପ୍ରଥମ ପ୍ରତିଯୋଗୀ ନୟାଗଡ଼ର ଶୁଭମ୍ ବେହେରା, ୨୦ ବର୍ଷ, ଦ୍ୱିତୀୟ କଳାହାଣ୍ଡିର ରୋଶନ ମାଝୀ,୧୯ ବର୍ଷ ଏବଂ ତୃତୀୟ ଦୋଳମଣି ଚିରଗୁନ୍,୧୮ ବର୍ଷ ଙ୍କୁ ମୂଖ୍ୟ ଅତିଥି ଶ୍ରୀ ସାହୁ ମେଡାଲ ପ୍ରଦାନ କରିଥଲେ ଏବଂ ସମସ୍ତଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ଏଵଂ ଉତ୍କଳ ହସ୍ପିଟାଲକୁ ସାଧୁବାଦ ପ୍ରଦାନ କରିଥିଲେ l

ଏକ ଉଲେଖନୀୟ ସଫଳତା କ୍ରମେ,ଉତ୍କଳ ହସପିଟାଲ
ମାର୍ଚ୍ଚ ୨୦୨୬ ମାସରେ ସଫଳତାର ସହ 3ଟି କାଡାଭେରିକ ଅର୍ଗାନ ଟ୍ରାନ୍ସପ୍ଲାଣ୍ଟ କରି ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅର୍ଜନ କରିଛି। ଏହା ଓଡିଶା ପାଇଁ ଗୌରବର ବିଷୟ ଓ ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଏକ ବଡ଼ ପଦକ୍ଷେପ।

ଏହି ସଫଳତା ଓଡିଶାର ଲୋକମାନଙ୍କ ମଧ୍ୟରେ ଅଙ୍ଗଦାନ ପ୍ରତି ବୃଦ୍ଧିଶୀଳ ସଚେତନତା କୁ ପ୍ରକାଶ କରୁଛି। ଏହା ପ୍ରମାଣ କରେ ଯେ, ସାମୁହିକ ପ୍ରୟାସ ମାଧ୍ୟମରେ ଅନେକ ଜୀବନକୁ ନୂତନ ଆଶା ଓ ସୁଯୋଗ ଦିଆଯାଉଅଛି।

ଏହି ସଫଳତାର ପଛରେ ରହିଛନ୍ତି Dr. Salil Kumar Parida, ଯିଏ ଏକ ପ୍ରସିଦ୍ଧ ଲିଭର ଟ୍ରାନ୍ସପ୍ଲାଣ୍ଟ ସର୍ଜନ (MS, MCh) ଏବଂ ତାଙ୍କ ନେତୃତ୍ୱରେ କାମ କରୁଥିବା ଉତ୍କଳ ହସ୍ପିଟାଲର ଦକ୍ଷ ଟ୍ରାନ୍ସପ୍ଲାଣ୍ଟ ଟିମ୍ ଯଥା, ଡା ମଳୟ ରଞ୍ଜନ ଧଳ (ଗ୍ୟାଷ୍ଟ୍ର ସର୍ଜନ), ଡା ମୟୂର ଏବଂ ଡା ଜସ୍ମିନ୍(transplant anaesthesia),ଡା.ସୁଶାନ୍ତ କୁମାର ନାୟକ ଓ ଡା ଭକ୍ତି
(କ୍ରିଟିକାଲ କେୟାର ସ୍ପେଶିଆଲିଷ୍ଟ)ତାଙ୍କର କ୍ଲିନିକାଲ ଦକ୍ଷତା, ବିକାଶ ଆଧୁନିକ ପ୍ରଯୁକ୍ତି ଓ ସମନ୍ୱିତ ଚିକିତ୍ସା ପ୍ରଣାଳୀ ଏହି ଜଟିଳ ସର୍ଜେରୀଗୁଡ଼ିକୁ ସଫଳ କରିପାରିଛି।

ଉତ୍କଳ ହସ୍ପିଟାଲ ସେହି ମହାନ ଦାତା ପରିବାରମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଦୁଃଖର ସମୟରେ ମଧ୍ୟ ଅଙ୍ଗଦାନ କରି ଅନ୍ୟମାନଙ୍କୁ ନୂତନ ଜୀବନ ଦେଇଛନ୍ତି। ତାଙ୍କର ଏହି ମହାନ କାର୍ଯ୍ୟ ଅନେକ ପରିବାରରେ ପୁନଃ ହସ ଫେରାଇଛି।

ଏହି ସଫଳତା ପାଇଁ State Organ and Tissue Transplant Organization ଓ Government of Odishaଙ୍କର ଅମୂଲ୍ୟ ସହଯୋଗକୁ ମଧ୍ୟ ଉତ୍କଳ ହସ୍ପିଟାଲ କୃତଜ୍ଞତା ସହ ସ୍ୱୀକାର କରୁଛି। ତାଙ୍କର ସମନ୍ୱୟ ଓ ସମର୍ଥନ ଏହି ପ୍ରକ୍ରିୟାକୁ ସୁଚାରୁ ଭାବେ ସମ୍ପନ୍ନ କରିଛି।

ଏହି ମାଇଲସ୍ଟୋନ ସହିତ, ଉତ୍କଳ ହସ୍ପିଟାଲ ଓଡିଶାରେ ସର୍ବାଧିକ ଲିଭର ଟ୍ରାନ୍ସପ୍ଲାଣ୍ଟ କରୁଥିବା ଅଗ୍ରଣୀ କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ହସ୍ପିଟାଲ ଆଗାମୀ ଦିନରେ ମଧ୍ୟ ଅଙ୍ଗଦାନ ସଚେତନତା ବଢ଼ାଇବା ଓ ଉଚ୍ଚମାନଙ୍କର ଚିକିତ୍ସା ସେବା ଦେବାରେ ପ୍ରତିବଦ୍ଧ।

ଅଙ୍ଗଦାନ ଏକ ମହାନ କାର୍ଯ୍ୟ। ଜଣେ ଦାତା ଅନେକ ଜୀବନକୁ ବଞ୍ଚାଇପାରନ୍ତି। ଏହା ଦୁଃଖକୁ ଆଶାରେ ପରିଣତ କରେ ଓ ଅନେକ ପରିବାରକୁ ପୁନଃ ଖୁସି ଦେଇଥାଏ। ସମସ୍ତଙ୍କୁ ଏହି ମହାନ ଅଭିଯାନରେ ଆଗକୁ ଆସିବା ପାଇଁ ଉତ୍ସାହିତ କରାଯାଉଅଛି।

Leave a Reply

Your email address will not be published. Required fields are marked *