ନିଜ ତିଆରି କମ୍ପାନୀଗୁଡ଼ିକରେ ଥିବା ଶେୟାର ଦେଖିଲେ ବ୍ୟକ୍ତିଗତ ଭାବେ ଏସିଆରେ ପୁଣି ୧-ନମ୍ବର ଧନୀ ହେଲେ ଗୌତମ ଅଦାନୀ!
ଗୌତମ ଅଦାନୀ: ₹୮.୬୦ ଲକ୍ଷ କୋଟି
ମୁକେଶ ଅମ୍ବାନୀ: ₹୮.୪୪ ଲକ୍ଷ କୋଟି
ବିଶ୍ୱରେ ୧-ନମ୍ବର:
ଇଲନ ମସ୍କ: ₹୬୧ ଲକ୍ଷ କୋଟି
ଭାରତ ବଜେଟ: ₹୫୩ ଲକ୍ଷ କୋଟି
ଧନୀଙ୍କୁ ଘୃଣା କରିବା ଠାରୁ ଅଧିକ ଲୋକଙ୍କୁ ଧନୀ କରିବା ହିଁ ସଠିକ୍ ଉପାୟ। ସମସ୍ତଙ୍କୁ ସୁଯୋଗ ମିଳିବା ଦର୍କାର!
ପୂର୍ବର ଲାଇସେନ୍ସ ରାଜ୍ରେ ଏମିତି ଧନୀ କମ୍ ଥିଲେ ମଧ୍ୟ ଦେଶ ଗରିବ ଥିଲା। ୧୯୯୧ ପରେ ଖୋଲା ଅର୍ଥନୀତି ଲକ୍ଷ ଲକ୍ଷ ଲୋକଙ୍କୁ ଗରିବୀରୁ ବାହାର କରିଛି।
ଧନୀ ଲୋକଙ୍କ ପ୍ରଭାବ (ଲବି, ମିଡିଆ, ରାଜନୀତି) ଅଛି — ଏହା ସ୍ୱୀକାର୍ଯ୍ୟ। କିନ୍ତୁ ଭାରତ ଏକ ବିରାଟ ଗଣତାନ୍ତ୍ରିକ ଦେଶ ଯେଉଁଠି ଭୋଟ୍ ପ୍ରତ୍ୟେକ ପାଞ୍ଚ ବର୍ଷରେ ସବୁ ପରିବର୍ତ୍ତନ ଆଣିପାରେ। ଏକ ବ୍ୟକ୍ତି ଦେଶ ବା ବିଶ୍ୱକୁ “ନିୟନ୍ତ୍ରଣ” କରୁଛି କହିବା ଅଧିକ ହାଲକା ହୋଇଯାଉଛି!
ପ୍ରତିଯୋଗିତା, ନିୟମ, ଆଇନ୍ ଏବଂ ଜନମତ ଏହାକୁ ନିୟନ୍ତ୍ରଣ କରେ।
ବରଂ ଏହା ପ୍ରଗତିର ପ୍ରମାଣ ଯେ ଭାରତ ଏବଂ ବିଶ୍ୱ ଏକ ଖୋଲା ଅର୍ଥନୀତିରେ କେତେ ଧନ ସୃଷ୍ଟି କରୁଛି। ସମସ୍ୟା ହେଉଛି ଏହି ଧନକୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବା — ଯାହା ପାଇଁ ଭଲ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଉଦ୍ୟୋଗ ନୀତି ଦରକାର।











Leave a Reply