ଗଜପତି ସମ୍ବାଦ // ସୁନୀଲକାନ୍ତ ମହାନ୍ତି ଗଜପତି ଜିଲ୍ଲାର ଭାରପ୍ରାପ୍ତ ଏସପି, ସଂଗୀତ ନିର୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ରାଜ୍ୟପାଳ ସମ୍ମାନୀତ କଲେ ,ପାଚେରୀ ପଡି 2 ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଘଟଣାସ୍ଥଳ ପରିଦର୍ଶନ…

Spread the love

ପାରଳାଖେମୁଣ୍ଡିର ସ୍ଥାୟୀ ବାସିନ୍ଦା ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ରାଜଧାନୀ ଗୌରବ ସମ୍ମାନରେ ରାଜ୍ୟପାଳ ସମ୍ମାନୀତ କଲେ
ପାରଳାଖେମୁଣ୍ଡି, 18/4(ତାରିଣୀ ପ୍ରସାଦ ପଣ୍ଡା ): ଦର୍ଶନ ସମୀକ୍ଷା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଅଂକସାହି ଓ ଦେବିତୀ ଗ୍ରାମର ସ୍ଥାୟୀ ବାସିନ୍ଦା ବିଶିଷ୍ଟ ସଂଗୀତ ନିର୍ଦେଶକ ପ୍ରଶାନ୍ତ ପାଢୀଂକୁ ରାଜଧାନୀ ଗୌରବ ସମ୍ମାନରେ ଓଡିଶାର ମହାମହିମ ରାଜ୍ୟପାଳ ଡ.ହରିବାବୁ କମ୍ଭମ୍ପତି ସମ୍ମାନୀତ କରିଥିବା ସୂଚନା ମିଳିଛି. ଚଳିତ ବର୍ଷର ରାଜଧାନୀ ପ୍ରତିଷ୍ଠା ଦିବସରେ ସଙ୍ଗୀତ ନିର୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କୁ “ରାଜଧାନୀ ଗୌରବ”ରେ ସମ୍ମାନୀତ କରାଯାଇଛି । ଦୀର୍ଘ ୩ ଦଶନ୍ଧି ଧରି ବିଭିନ୍ନ ଚଳଚ୍ଚିତ୍ରରେ ସଂଗୀତ ନିର୍ଦେଶନା ଦେବାସହ ଓଡିଶୀ କଳାକାର ହିସାବରେ ପ୍ରତିଷ୍ଠା ଲାଭ କରିଛନ୍ତି।

ଓଡିଶାର କୋଣଅନୁକୋଣରୁ ତାଂକର ଗୀତ ଶୁଣିବାପାଇଁ ସଂଗୀତ ପ୍ରେମୀ ଅପେକ୍ଷା କରିଥାନ୍ତି।ତାଙ୍କର ଏହି ବିରଳ ସମ୍ମାନରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ, ପରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ,ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା ଭକ୍ତି ସଂଗୀତ ସଂସଦ, ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର, ଗଜପତି ସଂଗୀତ କଳାକେନ୍ଦ୍ର,ଉତ୍କଳ ହିତୈଷିଣୀ ସମାଜ,କ୍ରିଏଟିଭ୍ ଆର୍ଟ୍ସ,ପ୍ରଗତି ମହିଳା ସଂଘ,ଆକାଂକ୍ଷା ମହିଳା ସଂଘର ସଦସ୍ୟ ଓ ସଦସ୍ୟାବ୍ରୁନ୍ଦଙ୍କ ସମେତ ଗଜପତି ଜିଲ୍ଲା ଏସୟୁଜେ ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଏହି ଭବ୍ୟ ସମାବେଶରେ ଅନ୍ୟାନ୍ୟ ମାନଂକ ମଧ୍ଯରେ ରାଜ୍ଯ ଆଇନମନ୍ତ୍ରୀ ପ୍ରୁଥ୍ୱୀରାଜ ହରିଚନ୍ଦନ ଓ ଭୂବନେଶ୍ୱର ପୌରନିଗମର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।

ଗଜପତିରେ ପାଚେରୀ ପଡି 2 ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଘଟଣାସ୍ଥଳ ପରିଦର୍ଶନ….. ପ୍ରଧାନ ଶିକ୍ଷକ ସସପେଣ୍ଡ, ଠିକାଦାରଙ୍କୁ ଗିରଫ ପାଇଁ ମାମଲା ରୁଜୁ ପାରଳାଖେମୁଣ୍ଡି, 18/4 (ତାରିଣୀ ପ୍ରସାଦ ପଣ୍ଡା ):

ଗଜପତିରେ ପାଚେରୀ ପଡି 2 ଛାତ୍ରୀଙ୍କ ଶୋଚନୀୟ ମୃତ୍ୟୁ ଘଟଣାରେ ତଦନ୍ତ ପାଇଁ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଛନ୍ତି. ଏଥିରେ ଆୟୋଗ ପ୍ରଧାନଶିକ୍ଷକଙ୍କୁ ସସପେଣ୍ଡ କରିଥିବା ବେଳେ ଠିକାଦାରଙ୍କୁ ଗିରଫ ପାଇଁ ମାମଲା ରୁଜୁ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ ଗଜପତି ଜିଲ୍ଲାର ଆର୍.ଉଦୟଗିରି ଥାନା ରୁବୁଡ଼ିସିଂ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଫାଟକ ପିଲାର୍ ତଳେ ଚାପି ହୋଇ ଗତ ବୁଧବାର ଦୁଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା. ଏହି ଘଟଣାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସମ୍ପୃକ୍ତ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ପରେ ମୃତ ଦୁଇ ଛାତ୍ରୀଙ୍କ ଅଭିଭାବକ, ଗ୍ରାମବାସୀ ଏବଂ ବିଦ୍ୟାଳୟର କମିଟି ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ସମସ୍ତ ତଥ୍ୟ ଗ୍ରହଣ କରିଥିଲେ. ପରେ ଦୁଇ ଛାତ୍ରୀଙ୍କ ମୃତ୍ୟୁକୁ ଦାୟୀ କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସସପେଣ୍ଡ, ସ୍କୁଲରେ ନିର୍ମାଣ କାର୍ଯ୍ୟ କରିଥିବା ଠିକାଦାରଙ୍କୁ ଗିରଫ ପାଇଁ ଆୟୋଗ ଆର. ଉଦୟଗିରି ଥାନାରେ ମକଦ୍ଦମା ରୁଜୁ କରିଥିଲେ. ଆୟୋଗଙ୍କ ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ, ଜିଲ୍ଲା ଶିକ୍ଷାଧିକାରୀ ମାୟାଧର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ନୂଆଗଡ଼ ବ୍ଲକ ଉନ୍ନୟନ ଅଧିକାରୀ ଲୋକନାଥ ଶବର ଓ ତହସିଲଦାର ମୋନାଲିସା ଆଚାର୍ଯ୍ୟ ଉପସ୍ଥିତ ଥିଲେ।

ଗଜପତି ସହକାରୀ ଦୌରାଜଜ (ମହିଳା ଅଦାଲତ) ଦ୍ଵାରା ମହିଳାଙ୍କୁ ଅସଦାଚରଣ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପାରଳାଖେମୁଣ୍ଡି,18/4(ତାରିଣୀ ପ୍ରସାଦ ପଣ୍ଡା) : ଗାଈଗୋରୁଙ୍କୁ ଚାଷ ଜମିରୁ ଘଉଡ଼ାଇବା ଭଳି ଏକ ସାମାନ୍ୟ ଘଟଣାକୁ ନେଇ ମହିଳାଙ୍କୁ ଅସଦାଚରଣ ତଥା ଆକ୍ରମଣ ମାମଲାର ଶୁଣାଣି କରି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ବରିଷ୍ଠ ଦେୱାନୀ ବିଚାରପତି ତଥା ସହକାରୀ ଦୌରା ଜଜ୍ (ମହିଳା ଅଦାଲତ) ରଶ୍ମିତା ସାହୁ ରାୟଗଡ ଥାନା ଜଲାଙ୍ଗ ଗ୍ରାମର ସୁରେଶ କୁମାର ଭୂୟାଁ (୪୫) ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ଶହ ଟଙ୍କା ଜରିମାନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାମଲାର ଅନ୍ୟଜଣେ ଅଭିଯୁକ୍ତ ରମେଶ କୁମାର ଭୂୟାଁଙ୍କ ମୃତ୍ୟୁ ହୋଇଯାଇଥିବାରୁ ମାମଲା କେବଳ ସୁରେଶ ବିରୁଦ୍ଧରେ ଚାଲୁରହିଥିଲା । ଉକ୍ତ ମାମଲାରେ ସରକାରଙ୍କ ପକ୍ଷରୁ ଏପିପି ସୌମ୍ଯ ସୌରଭ ପଟ୍ଟନାୟକ ପରିଚାଳନା କରିଥିବା ବେଳେ କେ, ସନମୁଖ ରାଓ ସହଯୋଗ କରିଥିଲେ ବୋଲି ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି I ରାୟଗଡ ଥାନା ଜଲାଙ୍ଗ ଗ୍ରାମର ଚଞ୍ଚଳା ଭୂୟାଁ ୨୦୨୦ ମାର୍ଚ୍ଚ ୨୨ରେ ଚାଷ ଜମି ଜଗିବାକୁ ଯାଇଥିଲେ I ଘରକୁ ଆସି ଖାଇବା ଧରି ପୁଣି ଚାଷ ଜମିକୁ ବାହାରି ଥିବା ବେଳେ ରମେଶ ଓ ସୁରେଶ ତାଙ୍କୁ ଗାଈଗୋରୁଙ୍କୁ କାହିଁକି ବାଡ଼େଇଲୁ ବୋଲି କହି ଗାଳିଗୁଲଜ କରିଥିଲେ। ଧାନ ଖାଇବାରୁ ଘଉଡାଇଲି ବୋଲି ଚଞ୍ଚଳା କହିବା ସତ୍ତ୍ୱେ ତାଙ୍କୁ ଘୋଷାଡି ନେଇ ଅସଦାଚରଣ କରିବା ସହ ମାଡ଼ ମାରି ଲହୁଲୁହାଣ କରିଥିଲେ ରମେଶ ଓ ସୁରେଶ | ଏନେଇ ରାୟଗଡ଼ ଥାନାରେ ଅଭିଯୋଗ କରିଥିଲେ ଚଞ୍ଚଳା | ୧୦ଜଣ ସାକ୍ଷୀଙ୍କ ବୟାନ ତଥା ଦସ୍ତାବିଜକୁ ଭିତ୍ତି କରି ବିଚାରପତି ଏହି ରାୟ ଶୁଣାଇଛନ୍ତି।
ସୁନୀଲକାନ୍ତ ମହାନ୍ତି ଗଜପତି ଜିଲ୍ଲାର ଭାରପ୍ରାପ୍ତ ଏସପି ହେଲେ ପାରଳାଖେମୁଣ୍ଡି, 18/4(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଭାରପ୍ରାପ୍ତ ଏସ୍‌ପି ଭାବେ ଅତିରିକ୍ତ ଏସ୍‌ପି ସୁନୀଲକାନ୍ତ ମହାନ୍ତି ଦାୟିତ୍ବ ଗ୍ରହଣ କରିଛନ୍ତି । ସେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ ଗଜପତି ଏସ୍‌ପି ଯତୀନ୍ଦ୍ର କୁମାର ପଣ୍ଡାଙ୍କ ଅବସର ପରେ ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ଙ୍କୁ ଗଜପତି ଦାୟିତ୍ବ ଦିଆଯାଇଥିଲା I ପଶ୍ଚିମବଙ୍ଗରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଡ. ସର୍ବଣାବିବେକ ଏମ୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଥିବାରୁ ଏହି ପଦରେ ଅତିରିକ୍ତ ଏସପି ଶ୍ରୀ ମହାନ୍ତି ଗତକାଲି ଠାରୁ ଏସପି ଭାବେ ଦାୟିତ୍ୱ ଦିଆଯାଇ ଥିବା ଜଣା ପଡିଛି.

Leave a Reply

Your email address will not be published. Required fields are marked *